୨ବର୍ଷର ପୁଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମହିଳା

ରୂପ୍‌ସା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ୍‌ ଅଧୀନ ରୂପ୍‌ସା-ବସ୍ତା ଷ୍ଟେଶନ ମଝି ନୂଆଗାଁ ରେଳଷ୍ଟେଶନ ନିକଟରେ ଶନିବାର ଜଣେ ମହିଳା ୨ବର୍ଷର ଶିଶୁପୁତ୍ରକୁ ଧରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ବସ୍ତା ଥାନା ଦୁଧହଂସା ଗ୍ରାମର ରୀତାରାଣୀ ସେନାପତି (୨୫)। କୌଣସି କାରଣରୁ ରୀତାରାଣୀ ମାନସିକ ଭାରସାମ୍ୟ ହରାଇ ନିଜ ଶିଶୁପୁଅକୁ ଧରି ଡାଉନଲାଇନ୍‌ରେ ଯାଉଥିବା ଇଷ୍ଟକୋଷ୍ଟ କୋଭିଡ୍‌ ସ୍ପେଶାଲ ଟ୍ରେନ୍‌ ଆଗକୁ ଡେଇଁ ପଡିଥିଲେ। ଖବରପାଇ ବାଲେଶ୍ୱର ଜିଆର୍‌ପି ଥାନା ଓ ରୂପ୍‌ସା ଆର୍‌ପିଏଫ୍‌ ଥାନା ପୋଲିସ ପହଞ୍ଚତ୍ ରେଳଧାରଣାରୁ ଶିଶୁପୁତ୍ର ଓ ମହିଳାଙ୍କ ମୃତଦେହ ଜବତ କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଜିଆର୍‌ପି ପୋଲିସ ଏକ ମାମଲା (ନଂ. ୨୬/୨୧) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ବାତ୍ୟା ମିଗ୍‍ଜୋମ୍‍ର ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା; ପଟାଙ୍ଗୀଠାରେ ୫୦୦ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର,୬।୧୨: କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ସାମୁଦ୍ରିକ ବାତ୍ୟା ‘ମିଗ୍‍ଜୋମ୍‍’ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri