Posted inଫୁରସତ

ନିଜଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ଏମିତି ଦାମୀ ଉପହାର ଦେଲେ ମହିଳା

ଆମେରିକାର ଜଣେ ୪୪ ବର୍ଷୀୟା ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ଏକ ଦାମୀ କାର୍‌ ଗିଫ୍ଟ ଦେଇଛନ୍ତି। ଜୁଲି ନାମକ ଏହି ମହିଳା ତାଙ୍କ ପ୍ରେମିକ ଜ୍ୟାକ୍‌ଙ୍କ ପାଇଁ ସବୁବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଉଡ଼ାଇ ଦିଅନ୍ତି । ଏହା ବଦଳରେ ତାଙ୍କ ପ୍ରେମିକ ଘରର ସମସ୍ତ କାମ କରନ୍ତି।

ଜୁଲି ଖ୍ରୀଷ୍ଟମାସ ଉପଲକ୍ଷେ ଜ୍ୟାକ୍‌ଙ୍କୁ ଏକ ଦାମୀ କାର୍‌ ଉପହାର ଦେବାକୁ ଯୋଜନା କରିଛନ୍ତି। ଏଥିପାଇଁ ସେ ଏକ ସ୍ପୋଟର୍‌ସ ରେଞ୍ଜ ରୋଭର କାର୍‌ ବୁକ୍‌ କରିଛନ୍ତି। ଯାହାର ଦାମ୍‌ ୨ କୋଟିରୁ ଅଧିକ। ଜୁଲି କୁହନ୍ତି, ସେ ଜ୍ୟାକ୍‌ଙ୍କ ସହିତ ବାହାମାସକୁ ଛୁଟି ମନାଇବାକୁ ଯାଇଥିଲେ। ଦୁହେଁ ଖୁବ୍‌ ଶୀଘ୍ର ବ୍ରାଜିଲ ବୁଲିବାକୁ ଯିବେ। ସେମାନେ ବୁଲିବାକୁ ଖୁବ୍‌ ଭଲ ପାଆନ୍ତି।

ଏକ ସାକ୍ଷାତକାରରେ ଜୁଲି କହିଛନ୍ତି, ଗତବର୍ଷ ଏକ ଡେଟିଂ ଆପ୍‌ରେ ଜ୍ୟାକ୍‌ଙ୍କ ସହ ଭେଟ ହୋଇଥିଲା। ସେବେଠାରୁ ସେମାନେ ବିଳାସପୂର୍ଣ୍ଣ ଟ୍ରିପ୍‌ରେ ଯାଉଛନ୍ତି। ଏହି ଯୋଡ଼ି ବହୁବାର ବିଦେଶ ଯାତ୍ରା କରିଛନ୍ତି। ଜ୍ୟାକ୍‌ ଜୁଲିଙ୍କର ସମସ୍ତ କାମ କରିଦିଅନ୍ତି। ଏପରିକି ଘରର ସବୁ କାମ ଜ୍ୟାକ୍‌ ହିଁ କରନ୍ତି। ରୋଷେଇ କରିବାଠାରୁ ଆରମ୍ଭ କରି ପ୍ରତ୍ୟେକ କାମ ଜ୍ୟାକ୍‌ କରିଥାନ୍ତି। ଏଥିରେ ଜୁଲି ବହୁତ ଖୁସି।

ଜୁଲି ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। ଯାହାଙ୍କ ବୟସ ୧୮ ଏବଂ ୨୧। ତଥାପି ଜୁଲି ଜ୍ୟାକ୍‌ଙ୍କ ପ୍ରେମରେ। ଜୁଲି ଏବଂ ଜ୍ୟାକ୍‌ ସୋସିଆଲ ମିଡିଆରେ ଅନେକ ସମୟରେ ଫଟୋଗୁଡ଼ିକ ଶେୟାର କରିଥାନ୍ତି। ଜୁଲିଙ୍କର ୯୩୦୦୦ରୁ ଅଧିକ ଟିକ୍‌ଟକ୍‌ ଫଲୋଅର୍ସ ଅଛନ୍ତି। ଏଥିରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri