Posted inଫୁରସତ

ନିଜଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ଏମିତି ଦାମୀ ଉପହାର ଦେଲେ ମହିଳା

ଆମେରିକାର ଜଣେ ୪୪ ବର୍ଷୀୟା ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ଏକ ଦାମୀ କାର୍‌ ଗିଫ୍ଟ ଦେଇଛନ୍ତି। ଜୁଲି ନାମକ ଏହି ମହିଳା ତାଙ୍କ ପ୍ରେମିକ ଜ୍ୟାକ୍‌ଙ୍କ ପାଇଁ ସବୁବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଉଡ଼ାଇ ଦିଅନ୍ତି । ଏହା ବଦଳରେ ତାଙ୍କ ପ୍ରେମିକ ଘରର ସମସ୍ତ କାମ କରନ୍ତି।

ଜୁଲି ଖ୍ରୀଷ୍ଟମାସ ଉପଲକ୍ଷେ ଜ୍ୟାକ୍‌ଙ୍କୁ ଏକ ଦାମୀ କାର୍‌ ଉପହାର ଦେବାକୁ ଯୋଜନା କରିଛନ୍ତି। ଏଥିପାଇଁ ସେ ଏକ ସ୍ପୋଟର୍‌ସ ରେଞ୍ଜ ରୋଭର କାର୍‌ ବୁକ୍‌ କରିଛନ୍ତି। ଯାହାର ଦାମ୍‌ ୨ କୋଟିରୁ ଅଧିକ। ଜୁଲି କୁହନ୍ତି, ସେ ଜ୍ୟାକ୍‌ଙ୍କ ସହିତ ବାହାମାସକୁ ଛୁଟି ମନାଇବାକୁ ଯାଇଥିଲେ। ଦୁହେଁ ଖୁବ୍‌ ଶୀଘ୍ର ବ୍ରାଜିଲ ବୁଲିବାକୁ ଯିବେ। ସେମାନେ ବୁଲିବାକୁ ଖୁବ୍‌ ଭଲ ପାଆନ୍ତି।

ଏକ ସାକ୍ଷାତକାରରେ ଜୁଲି କହିଛନ୍ତି, ଗତବର୍ଷ ଏକ ଡେଟିଂ ଆପ୍‌ରେ ଜ୍ୟାକ୍‌ଙ୍କ ସହ ଭେଟ ହୋଇଥିଲା। ସେବେଠାରୁ ସେମାନେ ବିଳାସପୂର୍ଣ୍ଣ ଟ୍ରିପ୍‌ରେ ଯାଉଛନ୍ତି। ଏହି ଯୋଡ଼ି ବହୁବାର ବିଦେଶ ଯାତ୍ରା କରିଛନ୍ତି। ଜ୍ୟାକ୍‌ ଜୁଲିଙ୍କର ସମସ୍ତ କାମ କରିଦିଅନ୍ତି। ଏପରିକି ଘରର ସବୁ କାମ ଜ୍ୟାକ୍‌ ହିଁ କରନ୍ତି। ରୋଷେଇ କରିବାଠାରୁ ଆରମ୍ଭ କରି ପ୍ରତ୍ୟେକ କାମ ଜ୍ୟାକ୍‌ କରିଥାନ୍ତି। ଏଥିରେ ଜୁଲି ବହୁତ ଖୁସି।

ଜୁଲି ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। ଯାହାଙ୍କ ବୟସ ୧୮ ଏବଂ ୨୧। ତଥାପି ଜୁଲି ଜ୍ୟାକ୍‌ଙ୍କ ପ୍ରେମରେ। ଜୁଲି ଏବଂ ଜ୍ୟାକ୍‌ ସୋସିଆଲ ମିଡିଆରେ ଅନେକ ସମୟରେ ଫଟୋଗୁଡ଼ିକ ଶେୟାର କରିଥାନ୍ତି। ଜୁଲିଙ୍କର ୯୩୦୦୦ରୁ ଅଧିକ ଟିକ୍‌ଟକ୍‌ ଫଲୋଅର୍ସ ଅଛନ୍ତି। ଏଥିରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ରେଲଓ୍ବେ ଟ୍ରାକରେ ଜବରଦସ୍ତ ବିସ୍ଫୋରଣ, ୨୩ରୁ ଅଧିକ ମୃତ୍ୟୁ ଆଶଙ୍କା

ଇସଲାମାବାଦ,୨୪।୫: ପୁଣିଥରେ ଦୋହଲି ଯାଇଛି ପାକିସ୍ତାନ। କ୍ୱେଟା ସହରରେ ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଅନେକ ମୃତାହତ ହୋଇଥିବା ଆଶଙ୍କା…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri