୨୦ ମିନିଟ୍‌ରେ ଚିହ୍ନଟ ହେବ ଓମିକ୍ରନ୍‌ !…

ସିଓଲ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଦକ୍ଷିଣ କୋରିଆର ଗବେଷକମାନେ ଓମିକ୍ରନ ଭାରିଆଣ୍ଟର ଚିହ୍ନଟ ପାଇଁ ଏକ ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜିର ବିକାଶ କରିଛନ୍ତି। ଏହା ଦ୍ୱାରା ମାତ୍ର ୨୦ ମିନିଟ ମଧ୍ୟରେ ଆକ୍ରାନ୍ତ ବ୍ୟକ୍ତି ଜଣକ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଗବେଷକଙ୍କ ଅନୁଯାୟୀ, ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ଏକକ-ନ୍ୟୁକ୍ଲିଓଟାଇଡ ଭିତ୍ତିରେ ମ୍ୟୁଟେଶନକୁ ପୃଥକ କରିବାକୁ ସକ୍ଷମ ହୋଇଥାଏ।

ଦକ୍ଷିଣ କୋରିଆରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରଗୁଡ଼ିକ ବର୍ତ୍ତମାନ କରୋନାର ବିଭିନ୍ନ ଭାରିଆଣ୍ଟର ଚିହ୍ନଟ ପାଇଁ ତିନୋଟି ପଦ୍ଧତି ବ୍ୟବହାର କରୁଛନ୍ତି। ସେଗୁଡ଼ିକ ହେଉଛି ଫୁଲ୍‌ ଜିନୋମ ସ୍ବିକ୍ୱେନ୍ସିଂ, ଟାର୍ଗେଟ ଡିଏନ୍‌ଏ ଆନାଲିସିସ୍‌ ଏବଂ ଆର୍‌ଟି-ପିସିଆର୍‌ ପରୀକ୍ଷା ପ୍ରଭୃତି।

ଡେଲଟା ଭାରିଆଣ୍ଟକୁ ଆର୍‌ଟି-ପିସିଆର୍‌ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇପାରେ, କିନ୍ତୁ ଏହା ଓମିକ୍ରନ୍‌ ପାଇଁ ପ୍ରଭାବଶାଳୀ ନୁହେଁ । ନୂତନ ବିକଶିତ ଟେକ୍ନୋଲୋଜି ଡିଏନ୍‌ କିମ୍ବାଆଏନ୍‌ଏ ସିକ୍ୱେନ୍ସିଂର ପ୍ରକ୍ରିୟା ନୁହେଁ ବରଂ ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ହୋଇଥିବାରୁ ଏହା ଓମିକ୍ରନ୍‌ ଭାରିଆଣ୍ଟକୁ ସହଜରେ ଚିହ୍ନଟ କରିବାକୁ ସକ୍ଷମ ହେବ। ନ୍ୟୁକ୍ଲିୟିକ ଏସିଡ-ବାଇଣ୍ଡିଂ ପ୍ରତିକ୍ରିୟାର କାରଣ ଜାଣିବା ପାଇଁ ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ଡିଜାଇନ ହୋଇଛି । ଯାହା ଦ୍ୱାରା କୋଭିଡ୍‌-୧୯ ଆର୍‌ଏନ୍‌ଏରେ ଉପସ୍ଥିତ ଥିଲେ ଏହା ଶୀଘ୍ର ଚିହ୍ନଟ ହୋଇପାରିବ।

ପ୍ରଫେସର ଲିଙ୍କ ଅନୁଯାୟୀ, ଆର୍‌ଟି-ପିସିଆର୍‌ ପରୀକ୍ଷା ଓମିକ୍ରନରେ ଥିବା ଏନ୍‌ ଜିନ ଚିହ୍ନଟ କରିପାରିବ। ଓମିକ୍ରନ କ୍ଷେତ୍ରରେ, ଉଭୟ ଏନ୍‌ ଏବଂ ଏସ୍‌ ଜିନସ୍ପଜିଟିଭ୍‌ ରହିଥାଏ। ଫଳରେ ଏହାକୁ ଅନ୍ୟ ଭାରିଆଣ୍ଟ୍‌ଠାରୁ ପୃଥକ୍‌ କରିବା କଷ୍ଟକର ହୋଇଥାଏ। ମାତ୍ର ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ଆର୍‌ଟି-ପିସିଆର୍‌ ତୁଳାନରେ ପୃଥକ ଭାବରେ କାର୍ଯ୍ୟ କରିବା ସହିତ ସଫଳତାର ସହିତ ଓମିକ୍ରନ ଚିହ୍ନଟ କରିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri