Posted inଖେଳ

ଓ୍ବେଷ୍ଟଇଣ୍ଡିଜର କ୍ରମାଗତ ତୃତୀୟ ବିଜୟ

ଗ୍ରସ୍‌ଆଇଲେଟ୍‌, ୧୪ା୭(ଏପି)-କ୍ରିସ୍‌ ଗେଲ୍‌ଙ୍କ ୩୮ବଲ୍‌ରୁ ୬୭ ରନ ସହାୟତାରେ ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୧ରନ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୩୧ ବଲ୍‌ ବାକିଥାଇ ୪ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଘରୋଇ ଦଳ ଏଥିସହିତ ୩-୦ରେ ଅଗ୍ରଣୀ ସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ବିଜୟ ସୂଚକ ରନ ସଂଗ୍ରହ କରିଥିବା କାମଚଳା ଅଧିନାୟକ ନିକୋଲାସ ପୁରାନ ୨୭ ବଲ୍‌ରୁ ୩୨ରନ କରି ଅପରାଜିତ ରହିଥିଲେ। ହେଲେ ମ୍ୟାଚରେ ୪୧ ବର୍ଷୀୟ ହାମହାତୀ ବ୍ୟାଟ୍ସମ୍ୟାନ ଗେଲ୍‌ଙ୍କ ବ୍ୟାଟିଂ ଉଲ୍ଲେଖନୀୟ ରହିଥିଲା। ସେ ୨୦୧୬ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଅପରାଜିତ ୧୦୦ ରନ ପରେ ଏକ ଅନ୍ତର୍ଜାତୀୟ ଟି୨୦ରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ଏଥିରେ ସେ ୭ ଛକା ଓ ୪ ଚୌକା ଲଗାଇଥିଲେ। ଗେଲ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ : ୨୦ ଓଭରରେ ୧୪୧/୬ (ମୋଇସେସ୍‌ ହେନରିକ୍‌-୩୩, ଆରୋନ ଫିଞ୍ଚ୍‌-୩୦, ଆଷ୍ଟନ ଟର୍ନର-୨୪; ହେଡେନ ଓ୍ବାଲ୍ସ-୨/୧୮)।
ଓ୍ବେଷ୍ଟଇଣ୍ଡିଜ: ୧୪.୫ ଓଭରରେ ୧୪୨/୪ (ଗେଲ୍‌-୬୭, ନିକୋଲାସ ପୁରାନ-୩୨*; ରିଲି ମେରେଡିଥ୍‌-୩/୪୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆଠାରୁ ଭାରତ ହାରିଯିବା ଦେଖି ହୋଇଯାଇଥିଲା ଜ୍ୱର, ଏବେ ପିତା ବଖାଣିଲେ…

ନୂଆଦିଲ୍ଲୀ,୧୧।୧୧: ଆଇପିଏଲ୍‌ରେ ଚମକିବା ପରେ ଭାରତୀୟ ଟି-୨୦ ଟିମ୍‌ରେ ସାମିଲ ହୋଇଛନ୍ତି ଭେଙ୍କଟେଶ ଆୟାର। ପିଲାଦିନୁ ପାଠପଢ଼ା ସହ କ୍ରିକେଟରେ ତାଙ୍କର ରୁଚି ରହିଥିଲା। ସେ...

ଅଷ୍ଟ୍ରେଲିଆ ୫୫୬ ରନ୍‌ କରିବା ପରେ ବି ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୧୧।୧: ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ମଙ୍ଗଳବାର ୪୯ତମ ଜନ୍ମଦିନ ପାଳନ କରିଛନ୍ତି। କୋଚିଂ କ୍ୟାରିୟର...

ଭାରତୀୟ ଦଳ ପାଇଁ ଖୁସି ଖବର

ପୋର୍ଟ ଅଫ୍‌ ସ୍ପେନ୍‌,୪।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଅଗଷ୍ଟ ୬ରେ ଖେଳାଯିବ। ଏହି ମ୍ୟାଚ...

ଏହି ବୋଲର୍‌ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ...

ମହିଳା ତୀରନ୍ଦାଜଙ୍କ ଆତ୍ମହତ୍ୟା: ସୋନୁ ସୁଦ୍‌ଙ୍କଠାରୁ ପାଇଥିଲେ ଉପହାର

କୋଲକତା,୧୬।୧୨: ଭାରତର ଯୁବ ମହିଳା ତୀରନ୍ଦାଜ କୋନିକା ଲାୟାକ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ଧାନବାଦ ନିବାସୀ ୨୬ ବର୍ଷୀୟ କୋନିକା ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର...

ଆଇପିଏଲ୍‌ ଆବିଷ୍କାର ଟି. ନଟରାଜନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରଥିବା ତାମିଲନାଡୁର ଯୁବ ଦ୍ରୁତ ବୋଲର ଟି. ନଟରାଜନ ଏବେ ଚର୍ଚ୍ଚାରେ। ପ୍ରଭାବୀ ପ୍ରଦର୍ଶନ...

ଡେଭିସ୍‌ କପ୍‌: ଭାରତୀୟ ଚ୍ୟାଲେଞ୍ଜ ଏଣିକି କଷ୍ଟକର

ନୂଆଦିଲ୍ଲୀ, ୮ା୯ (ପି.ଟି.)- ଟେନିସ ଖେଳର ବିଶ୍ୱ ପରିଚଳାନା ପରିଷଦ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ (ଆଇଟିଏଫ୍‌) ଡେଭିସ୍‌ କପ୍‌ ଫର୍ମାଟରେ ଆଉ ଏକ ପରିବର୍ତ୍ତନ କରିଛି।...

ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ

ନୂଆଦିଲ୍ଲୀ,୨୮।୭: ଭାରତର ପୂର୍ବତନ ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ନନ୍ଦୁ ନାଟେକର ଭାରତର ପ୍ରଥମ...

Advertisement
Archives

Model This Week