Posted inଖେଳ

ଦୂତୀର ଅର୍ଥ ଚମକ: ମୋଦି

ଭୁବନେଶ୍ୱର, ୧୪।୭(କ୍ରୀଡ଼ା ପ୍ରତିନିଧି)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଭାରତୀୟ ଆଥ୍‌ଲେଟଙ୍କ ସହ ମଙ୍ଗଳବାର ଭର୍ଚୁଆଲ୍‌ ମୋଡ୍‌ରେ ଭାବର ଆଦାନପ୍ରଦାନ କରିଛନ୍ତି। ଏହି ଅବସରରେ ସେ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦଙ୍କ ସହିତ ମଧ୍ୟ କଥା ହୋଇଛନ୍ତି। ଦୂତୀର ଅର୍ଥ ହେଉଛି ଚମକ, ଏହାର ଅନ୍ୟ ଏକ ଅର୍ଥ ଆଭା। ଆପଣ ଖେଳ ଜରିଆରେ ଚମକ ଦେଖାଇବାରେ ଲାଗିଛନ୍ତି। ଏବେ ଅଲିମ୍ପିକ୍ସରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଏତେବଡ଼ ପ୍ରତିଯୋଗିତାକୁ ଆପଣ କିପରି ଦେଖୁଛନ୍ତି ବୋଲି ଦୂତୀଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ଉତ୍ତରରେ ଦୂତୀ କହିଥିଲେ ଯେ, ମୁଁ ଏକ ଗରିବ ପରିବାରରୁ ଆସିଛି। କ୍ୟାରିୟର ଆରମ୍ଭରୁ ମୁଁ ସଂଘର୍ଷ କରିଛି। ଭଲ ଖେଳିଲେ ମୁଁ ଦେଶକୁ ଗର୍ବିତ କରିପାରିବି ଏବଂ ମୋତେ ସରକାରୀ ଚାକିରି ମିଳିବ। ଫଳରେ ମୁଁ ପରିବାରର ଦାୟିତ୍ୱ ନେଇପାରିବି। ଏହି ଲକ୍ଷ୍ୟରେ ମୁଁ ଆଗକୁ ବଢ଼ୁଛି। ଖେଳ ପାଇଁ ଆଜି ଏହି ସ୍ଥାନରେ ପହଞ୍ଚତ୍ ପାରିଛି ଏବଂ ପରିବାର ପାଇଁ କିଛି କରିପାରିଛି। ଏଥିପାଇଁ ମୁଁ ଆପଣଙ୍କୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଉଛି। ସମସ୍ତଙ୍କ ସମର୍ଥନ ଯୋଗୁ ମୁଁ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିଛି। ମୁଁ ଜୀବନରେ ଅନେକ ସମୟରେ ବିବାଦୀୟ ପରିସ୍ଥିତିର ସାମ୍ନା କରିଛି। ମାତ୍ର ସାହସର ସହିତ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ମୁଁ ଏବେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗନେବାକୁ ଯାଉଛି। ପୂର୍ବରୁ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲି। ଟୋକିଓରେ ଶ୍ରେଷ୍ଠ ପ୍ରଦର୍ଶନ କରି ମୁଁ ଦେଶକୁ ଗର୍ବିତ କରିବାକୁ ଚେଷ୍ଟା କରିବି ବୋଲି ଦୂତୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆପଣଙ୍କ ବର୍ଷ ତମାମର ଫଳ କିଛି ସେକେଣ୍ଡରେ ଫଇସଲା ହୋଇଥାଏ। ହାରଜିତ୍‌ରେ କିଛି ସେକେଣ୍ଡର ଫରକ ରହିଥାଏ। ଏହାକୁ ସମ୍ମୁଖୀନ ହେବା କେତେ କଷ୍ଟକର ହୋଇଥାଏ। ଜବାବରେ ଦୂତୀ କହିଥିଲେ ଯେ, ମୁଁ ୧୦୦ ଓ ୨୦୦ ମିଟରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାଏ। ରେସ୍‌ ଷ୍ଟାର୍ଟରେ ତ୍ରୁଟି ରହିଲେ ଅଯୋଗ୍ୟ ହେବାକୁ ପଡ଼ିଥାଏ। ତେଣୁ ସବୁକୁ ଦୃଷ୍ଟିରେ ରଖି ଟ୍ରେନିଂ ସମୟରେ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ମୁଁ ମୋ ବ୍ୟକ୍ତିଗତ ଜୀବନରେ ଯେପରି ସାହସର ସହିତ ଲଢ଼େଇ କରିଛି ସେପରି ରେସ୍‌ ସମୟରେ ମଧ୍ୟ ସାହସ ଦେଖାଇଛି। ଫଳରେ ଅନେକ ସମୟରେ ସଫଳ ହୋଇଛି ଏବଂ ଦେଶ ପାଇଁ ପଦକ ଜିତିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୂତୀ ତୁମେ ଦେଶ ପାଇଁ ଅନେକ ରେକର୍ଡ କରିଛ। ଏଥର ଅଲିମ୍ପିକ୍‌ ପୋଡିୟମ ମଣ୍ଡନ କରିବ ବୋଲି ଦେଶ ଆଶା ରଖିଛି। ଆପଣ ନିର୍ଭୀକ ଭାବେ ଖେଳରେ ଭାଗ ନିଅନ୍ତୁ। ପୂରା ଭାରତ ଏହାର ଅଲିମ୍ପିକ୍‌ ଖେଳାଳିଙ୍କ ସହିତ ରହିଛି। ମୁଁ ଆପଣଙ୍କୁ ଶୁଭକାମନା ଦେବା ସହିତ ଆପଣଙ୍କ ମାତାପିତାଙ୍କୁ ପ୍ରଣାମ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ଦୂତୀଙ୍କ ସମେତ ମହିଳା ହକି ଖେଳାଳି ଦୀପ୍‌ ଗ୍ରେସ୍‌ ଏକ୍କା, ପୁରୁଷ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ସେହିପରି ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?