ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ ମଧ୍ୟ କରାଯାଇଥାଏ। ତେଣୁ ଏହି ଜିଲାର ଚାଷୀମାନଙ୍କ ପାଇଁ କିଆ ଏକ ସମ୍ପଦ ଭାବେ ବିବେଚିତ ହୋଇଥାଏ। କିଆଫୁଲ ଛଡ଼ା କିଆଗଛର ଅନ୍ୟାନ୍ୟ ଅଂଶକୁ ମଧ୍ୟ ବ୍ୟାବସାୟିକ ଭିତିରେ ଏଠାରେ ବ୍ୟବହାର କରାଯାଇଥାଏ। ଜିଲାର ଛତ୍ରପୁର, ଚିକିଟି, ରଙ୍ଗେଇ ଲୁଣ୍ଡା ବ୍ଲକ୍‌ରେ କିଆଚାଷ ବହୁଳ ଭାବେ ହେଉଥିବାବେଳେ ଖଲ୍ଲିକୋଟ, ପାତ୍ରପୁର, କନିଷି ଆଦି ବ୍ଲକରେ ଏହି ଚାଷ କରାଯାଇଥାଏ। ତେବେ କେଳୁଆପଲ୍ଲୀ, ଇନ୍ଦ୍ରାକ୍ଷୀ, ତୁଳୁ, ଚନ୍ଦନବାଡ଼ି, ଗୋଳବନ୍ଧ,ସାନପଦର, ମଣନ୍ତି, ବିଶ୍ୱନାଥପୁର, ମାର୍କଣ୍ଡେ ଆଦି ଗ୍ରାମରେ କିଆଫୁଲ ଚାଷୀଙ୍କ ଗଁା ଭାବେ ପରିଚିତ।
କିଆଫୁଲରୁ ଅତର ପର୍ଯ୍ୟନ୍ତ
ଗୋଟିଏ କିଆଗଛ ହାରାହାରି ୪ରୁ ୬ମିଟର ପର୍ଯ୍ୟନ୍ତ ବଢ଼ିଥାଏ। ଇନ୍ଦ୍ରାକ୍ଷୀ ଗାଁର କିଆଫୁଲ ଚାଷୀ ଲିଙ୍ଗରାଜ ସାହୁ କୁହନ୍ତି, ଆମ ଜିଲାର ଏକାଧିକ ବ୍ଲକର ଚାଷୀଙ୍କ ପାଇଁ କିଆଫୁଲ ହେଉଛି ଭାତହାଣ୍ଡି। କିଆଗଛରେ ଏପ୍ରିଲରୁ ମେ, ଜୁଲାଇରୁ ସେପ୍ଟେମ୍ବର ଏବଂ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବର୍ଷକୁ ପ୍ରାୟ ୩ଥର ଫୁଲ ଫୁଟିଥାଏ। କିଆଗଛର ବୟସ ପ୍ରାୟ ୫ରୁ ୭ବର୍ଷ ହେଲେ ସେଥିରେ କିଆଫୁଲ ଫୁଟିବା ଆରମ୍ଭ କରିଥାଏ। କୁହାଯାଏ କିଆଗଛର ବୟସ ଯେତେ ବଢିଥାଏ, ସେଥିରେ ସେତେ ଅଧିକ ସଂଖ୍ୟାରେ ଫୁଲ ଫୁଟିଥାଏ। ସେହିପରି ୧୮ରୁ ୨୦ବର୍ଷର ପୁରୁଣା କିଆଫୁଲ ଗଛରେ ପ୍ରାୟ ୪୦ଟି ଫୁଲ ଫୁଟିଥାଏ। ୩୦ରୁ ୪୦ବର୍ଷ ମଧ୍ୟରେ କିଆଗଛରେ ପ୍ରାୟ ୪୦ରୁ ୬୦ଟି ପରିମାଣରେ କିଆଫୁଲ ଫୁଟିଥାଏ। କିଆ ଗଛ ସମୁଦ୍ରକୂଳିଆ ବାଲିଆ ମାଟିରେ ବେଶ୍‌ ଭଲଭାବେ ବଢ଼ିଥାଏ। ଚାଷୀମାନେ ନିଜେ କିମ୍ବା କେତେକ ଏଜେଣ୍ଟ ଜରିଆରେ ଗଛରୁ କିଆଫୁଲକୁ ସଂଗ୍ରହକରି ବିକ୍ରି ପାଇଁ ଭାଟିକୁ ଆଣିଥାନ୍ତି। କିଆଫୁଲର ସତେଜତା ଏବଂ ପରିପକ୍ୱତାକୁ ନେଇ ଗୋଟିଏ ଗୋଟିଏ କିଆଫୁଲର ମୂଲ୍ୟ ପ୍ରାୟ ୧୫ଟଙ୍କାରୁ ୪୦ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ଭାଟିରେ କିଆଫୁଲର ବାହାର ପାଖୁଡ଼ା ଏବଂ ତଳ ଅଂଶକୁ ବାହାର କରାଯାଇ ଫୁଲର କେଶର ସହିତ ଲାଗିଥିବା ପାଖୁଡ଼ାକୁ ଖଣ୍ଡଖଣ୍ଡ କରି ଭାଟିରେ ବସାଯାଇଥିବା ବଡ଼ବଡ଼ ପିତଳ ବା ତମ୍ବା ହଣ୍ଡାରେ ପକାଯାଇ ଗରମ କରାଯାଏ। ଫୁଲର ଗରମ ବାଷ୍ପକୁ ପାରାଫିନ୍‌ ଚଳନ ମାଧ୍ୟମରେ ଚୁଙ୍ଗାଚୁଆଁ (କୁବକା) ମୁଲତାନି ମାଟି ଦେଇ ନିମ୍ନ ତାପ ପାତନ ପ୍ରଣାଳୀ ଦ୍ୱାରା (ରୁଟ) ଅତର ବାହାର କରାଯାଇଥାଏ। ପ୍ରାୟ ଏକ ହଜାର ଫୁଲରୁ ୧୫ରୁ ୨୦ ମିଲିଗ୍ରାମ ପଯର୍‌ୟନ୍ତ ‘ର’ ବାହାର କରାଯାଇଥାଏ। ଏହି ଫୁଲରୁ ସଂଗୃହୀତ ଉନ୍ନତ ମାନ ଓ ଗୁଣବତ୍ତା ସମ୍ବଳିତ ଅର୍କର ମୂଲ୍ୟ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥାଏ। କିଆଫୁଲ ଅତର ପାଇଁ ‘ର’ ୧ଲିଟର ପିଛା ପ୍ରାୟ ୪ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇପାରୁଛି। ତେବେ ଅତର ଲିଟର ପିଛା ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି ହେଉଥିବାର କୁହାଯାଉଛି। ଅନ୍ତର୍ଜାତୀୟ ବଜାରରେ କିଆଫୁଲର ନିଯ୍ୟାସ (ଏସେନ୍ସ)ର ଯଥେଷ୍ଟ ଚାହିଦା ରହିଛି। ପ୍ରତିବର୍ଷ କିଆ ଫୁଲ ପାଇଁ ୫୦ରୁ ୬୦କୋଟି ଟଙ୍କାର କାରବାର ହୋଇଥାଏ। ବିଶେଷକରି କିଆଫୁଲର ‘ର’କୁ ପାନମସଲା, ଜର୍ଦ୍ଦା, ସର୍ବତ, ମିଷ୍ଠାନ୍ନ, ଧୂପକାଠି, ଓଷଧ ଆଦି ଦ୍ରବ୍ୟରେ ମିଶାଯାଇଥାଏ। ବାହାର ରାଜ୍ୟ ଓ ବିଦେଶରାଷ୍ଟ୍ରକୁ କିଆଫୁଲ ‘ର’କୁ ବିକ୍ରି କରାଯାଇ ଭଲ ଅର୍ଥ ରୋଜଗାର ହୋଇପାରୁଛି। କିଆଫୁଲ ଚାଷି ତଥା ସାମାଜିକକର୍ମୀ ନଟବର ସାହୁ କୁହନ୍ତି ଆମ ଜିଲାରେ ପ୍ରାୟ ୧୭୦ରୁ୧୮୦ଟି କିଆଫୁଲ ଭାଟି ରହିଛି। ପ୍ରାୟ୫ଲକ୍ଷ ଚାଷୀ ଉପକୃତ ହୋଇଥାନ୍ତି। ଦେଢଲକ୍ଷ ବ୍ୟବସାୟୀ ରହିଛନ୍ତି। କିଆଫୁଲ ଚାଷୀ ଅଜୁ ନାୟକ କୁହନ୍ତି, ‘ବ୍ରହ୍ମପୁରଠାରେ କିଆଫୁଲ ଉଦ୍ୟୋଗ ରହିଛି। ପୂର୍ବରୁ ଫାଇଲିନ ବାତ୍ୟାରେ ଉପକୂଳବର୍ତ୍ତୀ ଗଞ୍ଜାମ ଜିଲାରେ ରହିଥିବା କିଆ ଗଛ ପ୍ରାୟ ୩୦ଭାଗ ନଷ୍ଟ ହୋଇଯାଇଥିଲା। କିନ୍ତୁ ପରେ ଏଠାରେ କିଆ ଜଙ୍ଗଲ ସୃଷ୍ଟି କରାଯିବା ଫଳରେ ଚାଷୀମାନେ ପୁଣିଥରେ ରୋଜଗାରକ୍ଷମ ହେବାରେ ଲାଗିଛନ୍ତି। ଏଠାରେ ଫୁଲର ପରୀକ୍ଷଣ ଓ ଯାବତୀୟ ଆବଶ୍ୟକତାକୁ ବିଚାରକୁ ନେଇ ବିଭିନ୍ନ ସମୟରେ ଟ୍ରେନିଂ ପ୍ରଦାନ କରାଯାଇଥାଏ। ଯାହା ଏବେ କିଛି ପରିମାଣରେ କମିଯିବାଦ୍ୱାରା ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ଗଞ୍ଜାମ ଜିଲାରେ କିଆଫୁଲ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ କେତୋଟି ଗବେଷଣା ପ୍ରତିଷ୍ଠାନ ବୈଷୟିକ ସହାୟତା ପାଇଁ ନିଷ୍ପତି ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିନାହିଁ। ଯଦି ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନ ମିଳନ୍ତା ଚାଷୀମାନେ ବେଶ୍‌ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ କୁହାଯାଉଛି । ଅନ୍ୟପକ୍ଷେ କିଆଫୁଲ ଅତର ବ୍ୟବସାୟ ଛଡ଼ା ଏଠାକାର ଚାଷୀମାନେ କିଆପତରରେ ସୌଖୀନ ବ୍ୟାଗ୍‌, ଟୋକେଇ, ଦଉଡ଼ି ଓ ଚେୟାର୍‌ ଆଦି ବୁଣି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କହିବାକୁ ଗଲେ କିଆଚାଷ ଏଠାକାର ଚାଷୀମାନଙ୍କର ମୁଖ୍ୟ ରୋଜଗାରର ମାଧ୍ୟମ।
-ବନବିହାରୀ, ସୁବାସଚନ୍ଦ୍ର ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?