Posted inଫୁରସତ

ଜଳ ପାଇଁ

ଖରାଦିନ ଆସିଲେ ବଢେ ଜଳ ସମସ୍ୟା। ପିଇବା ପାଣିଠୁ ଆରମ୍ଭ କରି ଚାଷବାସ ପାଇଁ ଲୋକେ
ହୁଅନ୍ତି ହନ୍ତସନ୍ତ। ଧୁ ଧୁ ଖରାରେ ବାଲ୍ଟିଏ ପାଣି ପାଇଁ ଲାଗେ ଲମ୍ବା ଲାଇନ। ଲୋକେ ପ୍ରଶାସନକୁ ଗୁହାରୀ କରନ୍ତି। ହେଲେ ଅନେକ ସମୟରେ କେହି ଶୁଣନ୍ତି ନାହିଁ ସେମାନଙ୍କ କଥା। ଫଳରେ କରମକୁ ଆଦରି ପାଣି ଲାଗି ହୁଅନ୍ତି ଡ଼ହଳ ବିକଳ। ତେବେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରଶାସନ ପାଖରେ ଗୁହାରୀ ନ କରି ନିଜ ଅଞ୍ଚଳର ଜଳ ସମସ୍ୟାକୁ ନିଜେ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି। ପାନୀୟ ଜଳ ଦେଇ କିଏ ଜୀବନ ବଞ୍ଚାଇଛନ୍ତି ତ କିଏଟାଙ୍ଗରା ଭୂଇଁକୁ ଶସ୍ୟଶ୍ୟାମଳା କରିଛନ୍ତି। ସେମିତି କେତେଜଣ ମଣିଷଙ୍କ କଥା…

ଗାଁ ଲୋକଙ୍କୁ ପାଣି ଯୋଗାଉଛନ୍ତି ମନ୍ମଥ
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ବଡ଼ପଦନା ଗାଁ। ଏହି ଗାଁରେ ରୁହନ୍ତି ପାଖାପାଖି ୨୨୦୦ ଲୋକ। ଆଉ ଏହାର ୯ନଂ ୱାର୍ଡର ଲୋକ ସଂଖ୍ୟା ପ୍ରାୟ ୫୦୦ ହେବ। ଏଠାରେ ସ୍ବଚ୍ଛ ପାନୀୟ ଜଳ ପାଇଁ ଘରେ ଘରେ ପାଇପ ସଂଯୋଗ ହୋଇଛି ସତ; ହେଲେ ପାଣି ଆସୁନି। ଦୀର୍ଘଦିନ ହେଲା ନଳକୂପରୁ ଲୁଣି ଜଳ ଆସୁଛି, ଯାହା ପିଇବା ପାଇଁ ଯୋଗ୍ୟ ନୁହେଁ। ତେଣୁ ପିଇବା ପାଣି ପାଇଁ ଏଠାକାର ଲୋକେ ଖରାଦିନେ ଭାରି ହନ୍ତସନ୍ତ ହୁଅନ୍ତି। ମହିଳାମାନେ ପାଣି ପାଇଁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେଉଥିଲେ। ଏଭଳି ଜଳସଙ୍କଟକୁ ସହି ପାରି ନ ଥିଲେ ଏଠାକାର ମନ୍ମଥ ମହାରଣା ନାମକ ଜଣେ କାଠ ମିସ୍ତ୍ରୀ। ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ମନ୍ମଥଙ୍କ ସଂସାର। କାଠ କାମ କରି ଯାହା ରୋଜଗାର କରନ୍ତି ସେଥିରେ ସେ ନିଜ ପରିବାର ପ୍ରତିପୋଷଣ କରନ୍ତି। ସେ କୋଟି କୋଟି ଟଙ୍କାର ମାଲିକ ନୁହନ୍ତି ସତ। ହେଲେ ମନ ତାଙ୍କର ବହୁତ ବଡ଼। ଲୋକଙ୍କ ସମସ୍ୟା, କଷ୍ଟକୁ ସେ ଦେଖିପାରିଲେ ନାହିଁ। ନିଜ ଅଞ୍ଚଳର ଜଳସମସ୍ୟା ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା। ତେଣୁ ନିଜସ୍ବ ରୋଜଗାରରେ ସେ ଖୋଳାଇଲେ ଏକ କୂଅ। ସେଥିରେ ମଟର ପମ୍ପ ବସାଇଲେ। ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଞ୍ଚଟି ବଡ଼ ବଡ଼ ସିମେଣ୍ଟ ପାଣିଟାଙ୍କି ବି ତିଆରି କଲେ। ପାଣିକୁ ମୋଟର ସାହାଯ୍ୟରେ ଉଠାଇ ସେହି ସିମେଣ୍ଟ ଟାଙ୍କିରେ ରଖିଲେ। ତେବେ ସେହି ଟାଙ୍କିର ଜଳ ସେ ନିଜ ପାଇଁ ରଖି ନ ଥିଲେ ବରଂ ସେହି ଜଳକୁ ସେ ଗାଁର ମହିଳାମାନଙ୍କ ପାଇଁ ଉତ୍ସର୍ଗ କଲେ। ଗାଁ ମହିଳାମାନେ ବେଶ୍‌ ସୁରୁଖୁରୁରେ ସେହି ଟାଙ୍କିଗୁଡିକରୁ ଜଳ ନେଇ ନିଜ ପରିବାରର ଜଳ ସମସ୍ୟା ଦୂର କଲେ। ସ୍ଥାନୀୟ ଲକ୍ଷ୍ମୀପ୍ରିୟା ସାହୁ, ସୁଲତା ସାହୁ, ମାତାଜୀ ସାହୁ, ମମତା ସାହୁ, ସମେତ ଶତାଧିକ ମହିଳା କୁହନ୍ତି, ‘ପାନୀୟ ଜଳ ପାଇଁ ଆମେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲୁ। ସରକାରଙ୍କ ନାନା ଯୋଜନା ବି ଆମ ସମସ୍ୟା ଦୂର କରିପାରି ନ ଥିଲା। ହେଲେ ମନ୍ମଥ ମହରଣାଙ୍କ ଲାଗି ଆଜି ଆମ ସମସ୍ତଙ୍କର ଜଳ ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି। ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ ।’ ସ୍ଥାନୀୟ ରତିକାନ୍ତ ସାହୁ କହନ୍ତି,‘ମନ୍ମଥ ଆଜି ଅନ୍ୟ ମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି ।

ନିଜସ୍ବ ଉଦ୍ୟମରେ ଶୁଖିଲା ଜମିକୁ ଶସ୍ୟ ଶ୍ୟାମଳା କଲେ ଗ୍ରାମବାସୀ
କୋରାପୁଟ ମୁନିସପାଲଟି ଅନ୍ତର୍ଗତ ୧୫ ନଂ ୱାର୍ଡରେ ରହିଛି ପିଣ୍ଡିକିମାଳିଗୁଡା ଗ୍ରାମ। ଗ୍ରାମରେ ରହନ୍ତି ୩୫ ମାଳି ସଂପ୍ରଦାୟର ପରିବାର ା ସେମାନଙ୍କ ଆୟର ମୁଖ୍ୟ ସ୍ରୋତ ହେଉଛି ଚାଷ ା କିନ୍ତୁ ପାଣିର ଅଭାବଯୋଗୁଁ ଗ୍ରାମରେ ଥିବା ଏକ କୁଅରୁ ପାଣି କାଢି ବର୍ଷରେ ୩ ରୁ ୪ ମାସ ଫସଲ କରି ବହୁ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଦିନେ ଗ୍ରାମବାସୀମାନଙ୍କ ମଧ୍ୟରେ ବର୍ଷ ତମାମ କିପରି ଜମିରେ ପାଣି ମିଳିପାରିବ ସେନେଇ ଏକ ବୈଠକ ବସିଲା ା ଗ୍ରାମର ଗଙ୍ଗାଧର ନାୟକ କହିଲେ – ଗାଁର ୧ କି.ମି. ଦୂରରେ ଥିବା ଦାଦିବୁଢା ପାହାଡ ନିକଟରେ ଏକ ଝରଣା ଅଛି। ତା’ ପାଣିକୁ ଯଦି ଗ୍ରାମକୁ ଆଣାଯାଇପାରନ୍ତା ତେବେ ଜମିକୁ ଜଳ ସେଚନର ସମସ୍ୟା ଅନେକାଂଶରେ ସମାଧାନ ହୋଇପାରନ୍ତା। ଗ୍ରାମବାସୀମାନେ କୋରାପୁଟ ମୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଏନେଇ କିଛି ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। କିନ୍ତୁ ମୁନିସିପାଲିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହଁି। କୋରାପୁଟ ବ୍ଲକକୁ ଯାଇ ବିଡିଓଙ୍କୁ ସାକ୍ଷାତ କର ବୋଲି ମୁନିସିପାଲିଟି କର୍ତ୍ତୁପକ୍ଷ ପରାମର୍ଶ ଦେଲେ। ଏହାପରେ ଗ୍ରାମବାସୀମାନେ ବ୍ଲକକୁ ଯାଇଥିଲେ। କିନ୍ତୁ ସେଠି କେହି କିଛି ଶୁଣି ନ ଥିଲେ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀମାନେ ନିଜସ୍ବ ଉଦ୍ୟମରେ ସେହି ଝରଣାକୁ ଗ୍ରାମକୁ ଆଣିବେ ବୋଲି ନିଷ୍ପତ୍ତି ନେଲେ ା ୨୦୧୬ ମସିହା ନଭେମ୍ବର ମାସରେ ପାହାଡର ଝରଣା ଜଳକୁ ନାଳ କରି ଗ୍ରାମ ମୁଣ୍ଡକୁ ଆଣିଲେ। ସେହିଠାରେ ଏକ ବିରାଟ ଖାଲ ରହିଥିବାରୁ ପାଣିକୁ ପ୍ରାୟ ୩ଶହ ମିଟର ପ୍ଲାଷ୍ଟିକ ପାଇପ ଯୋଗେ ନେଇ ଗ୍ରାମ ମଧ୍ୟରେ ଥିବା ଜମିକୁ ପାଣି ପହଞ୍ଚାଇଲେ। ଏହି ପାଇପକୁ ନେବା ପାଇଁ ତଳେ ବାଉଁଶ ଓ କାଠ ପୋତି ସାହାରା ଦେଇଥିଲେ ା ଗ୍ରାମରେ ଝରଣା ପାଣି ପହଞ୍ଚିବା ପରେ ତାକୁ ଶୁଖିଲା ଜମିକୁ ମଡାଗଲା। ଏହି କାର୍ଯ୍ୟ ନିମନ୍ତେ ପ୍ରାୟ ୧ ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ ହେବାସହ ୪ ଦିନର ପରିଶ୍ରମ ଲାଗିଥିଲା। ବର୍ତ୍ତମାନ ଏହି ପାଣି ଦ୍ୱାରା ଗ୍ରାମବାସୀମାନଙ୍କ ୧୦ ଏକର ଶୁଖିଲା ଜମିରେ ବର୍ଷସାରା ବିଭିନ୍ନ ପନିପରିବା ଚାଷ ହୋଇପାରୁଛି। ଗ୍ରାମବାସୀଙ୍କର ଆର୍ଥିକ ଅବସ୍ଥା କିଛିଟା ସୁଧୁରିଛି। ଚାଷ ବ୍ୟତିତ ଏହି ପାଣିରେ ଗ୍ରାମବାସୀ ଗାଧୋଇବା, ଲୁଗା ସଫା କରିବା, ବାସନକୁସନ ମଜାମଜୀ ବି କରୁଛନ୍ତି। ଗ୍ରାମବାସୀମାନେ ଗାଧୋଇବା ପାଣିକୁ ବି ନଷ୍ଟ ନ କରି ଜମିକୁ ମଡାଉଛନ୍ତି ା ଫଳରେ ଗ୍ରାମଟି ବର୍ତ୍ତମାନ ଶସ୍ୟଶ୍ୟାମଳା ଦେଖାଯାଉଛି। ଗ୍ରାମର ରାମଚନ୍ଦ୍ର ମାଳି, ଲଇଚନ ମାଳି, ରବିନ୍ଦ୍ର ମାଳି, ପଦ୍ମନାଭ ନାୟକ, ଭାସ୍କର ନାୟକ, କବି ନାୟକ, ମଧୁ ନାୟକ, ଚୈତନ୍ୟନାୟକ ଓ ଗ୍ରାମର ମୁଖିଆ ଗଙ୍ଗାଧର ନାୟକ କୁହନ୍ତି,‘ବର୍ତ୍ତମାନ ଝରଣା ପାଣି ଯୋଗୁଁ ବର୍ଷର ପ୍ରାୟ ୧୦ ମାସ ଚାଷ ହୋଇପାରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ଗ୍ରାମରେ ଏକ ଜଳିବିଭାଜିକା ପ୍ରକଳ୍ପ କରାଯାଆନ୍ତା। ତା’ହେଲେ ସ୍ଥାୟୀ ଭାବେ ପାଣି ସମସ୍ୟାର ସମାଧାନ ହୋଇପାରନ୍ତା।’ ସେହିପରି ଗ୍ରାମର ବିଶ୍ୱନାଥ ନାୟକ ନାମକ ଜଣେ ଚାଷୀ କୁହନ୍ତି,‘ଏବେ ଗାଁରେ ବସୁଧା ଯୋଜନା ଯୋଗୁ ପାନୀୟ ଜଳର ସମସ୍ୟା କିଛିଟା ଦୂର ହୋଇଛି। ହେଲେ ଚାଷ ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ହୋଇଥିବା ଏହି ଜଳସେଚନ ପ୍ରକ୍ରିୟା ହିଁ ଭରସା ହୋଇ ରହିଛି।’
-ଶିବାନୀ ମହାନ୍ତି
ନରେଶ ପଟ୍ଟନାୟକ
ଅମିତାଭ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri