‘ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ’

ଅସ୍ତରଙ୍ଗ(ପ୍ରଦୀପ୍ତ କୁମାର ଦୀକ୍ଷିତ/ ମମତା ଜେନା), ୧୪ା୯: ପୁରୀ ଜିଲା ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ପ୍ରସ୍ତାବିତ ବନ୍ଦରକୁ ଅଞ୍ଚଳବାସୀ ବିରୋଧ କରୁବେଳେ ଏହି ଆନ୍ଦୋଳନକୁ ପରିବେଶବିତ୍‌ ଓ ଛାତ୍ରୀଛାତ୍ର ସମର୍ଥନ ଜଣାଇଛନ୍ତି। ଏଠାରେ ବନ୍ଦର ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକେ ଭିଟାମାଟି ହରାଇବେ ଏବଂ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ କି ଏଠାରେ କୌଣସି ପରିସ୍ଥିତିରେ ବନ୍ଦର ପ୍ରତିଷ୍ଠା ହେବାକୁ ଦେବୁନାହିଁ ବୋଲି ରୋକଠୋକ୍‌ ଶୁଣାଇଛନ୍ତି ଅଞ୍ଚଳବାସୀ। ଶୁକ୍ରବାର ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ବନ୍ଦର ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ବନ୍ଦର ନିର୍ମାଣକୁ ବିରୋଧ କରି ବିସ୍ଥାପିତ ହେବାକୁ ଥିବା ଲୋକେ ପୀରଜାହଁାନିଆ ପୀଠଠାରେ ଏକ ବିରାଟ ଜନସମାବେଶ କରିଥିଲେ।
ସୂଚନା ମୁତାବକ, ଅସ୍ତରଙ୍ଗଠାରେ ଅଲ୍‌ ଓ୍ବେଦର ମଲ୍ଟି ୟୁଜର ଗ୍ରୀନ୍‌ଫିଲ୍ଡ ବନ୍ଦର ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଏବଂ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଲିଜ୍‌ ସୂତ୍ରରେ ମୋଟ ୩୮୯୯.୯୮୭ ଏକର ଜମିରେ ବନ୍ଦର ସ୍ଥାପନ କରାଯିବ। ସମୁଦାୟ ପ୍ରକଳ୍ପର ମୂଲ୍ୟ ୭୪୧୭ କୋଟି ରହିଛି। ଏ ନେଇ ଶୁକ୍ରବାର ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ନାୟକ, ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଶୋହନ ଗିରି, ଉପନିର୍ଦ୍ଦେଶକ ସୌମେନ୍ଦ୍ରନାଥ ମହାନ୍ତି, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମଲିକ, ବାଣିଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ବିଧାନ ଚନ୍ଦ୍ର ରାୟ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କୈବଲ୍ୟ କୁମାର କର, ପରିବେଶ ଯନ୍ତ୍ରୀ ସୌମେନ୍ଦ୍ର ମହାନ୍ତି, ଭୂଅର୍ଜନ ଅଧିକାରୀ ନିରଞ୍ଜନ ବାରିକ, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ରେଞ୍ଜର ମୋନାଲିସା ମହାପାତ୍ର, ଅତିରିକ୍ତ ଏସ୍‌ପି ବିଷ୍ଣୁପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଗାଁର ବ୍ୟକ୍ତିବିଶେଷ ଯୋଗଦେଇ ନିଜ ରଖିଥିଲେ। ବନ୍ଦର ସ୍ଥାପନ ପୂର୍ବରୁ ଜୈବ ବିବିଧତା ଓ ପରିବେଶ ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ପରିବେଶବିତ୍‌ ତଥା ମିଳିତ ଜାତିସଂଘର ଯୁବ ଅଧିବକ୍ତା ସୌମ୍ୟରଞ୍ଜନ ବିଶ୍ୱାଳ ମତବ୍ୟକ୍ତ କରିଛନ୍ତି। ପ୍ରସ୍ତାବିତ ବନ୍ଦର ଦ୍ବାରା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ ହେବା ସହ ଜୈବ ବିବିଧତା ଓ ପରିବେଶ ପ୍ରଭାବିତ ହେବ ବୋଲି ବିଶ୍ୱାଳ କହିଥିଲେ। ଏହି ଜନଶୁଣାଣିରେ ସ୍ବଳ୍ପସଂଖ୍ୟକ ଲୋକ ଯୋଗଦେଇଥିବାବେଳେ ବିସ୍ଥାପିତ ହେବାକୁ ଥିବା ପଞ୍ଚାୟତଗୁଡ଼ିକର କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ମିଳି ନ ଥିଲା।
ଅନ୍ୟପଟେ ବିସ୍ଥାପିତ ବିରୋଧୀ ମଞ୍ଚ ତଥା ଭିଟାମାଟି ସୁରକ୍ଷା ସଙ୍ଗଠନ ପକ୍ଷରୁ ପୀରଜାହଁାନିଆ ପୀଠଠାରେ ଏକ ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ଟି ଗ୍ରାମର ଅଧିବାସୀ ତଥା ବିସ୍ଥାପିତ ହେବାକୁ ଥିବ ଲୋକେ ଏକତ୍ର ହୋଇ ବନ୍ଦର ବିରୋଧରେ ମତ ରଖିଥିଲେ। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ଜୈବ ବିବିଧତା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅସ୍ତରଙ୍ଗ ଅଞ୍ଚଳରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସମାଗମ ହେଉଥିବାବେଳେ ଏହା ଅଲିଭ୍‌ ରିଡେଲ କଇଁଛଙ୍କ ଅଣ୍ଡାଦାନସ୍ଥଳୀ। ଏଥିସହ ସ୍ଥାନୀୟ ଲୋକେ ନିଜ ପରିବାର ପ୍ରତିପୋଷଣ ପାଇଁ ଧାନ, ପାନ ଓ ମୀନ ଉପରେ ନିର୍ଭର କରି ଚଳନ୍ତି। ଏଠାରେ ବନ୍ଦର ହେଲେ ଭିଟାମାଟି ହରାଇବୁ। ତେଣୁ ଜୀବନ ପଛେ ଚାଲିଯିବ, କିନ୍ତୁ ନିଜ ଭିଟାମାଟିକୁ ଛାଡ଼ିବୁ ନାହିଁ। ଏଥିଲାଗି ଆନ୍ଦୋଳନ ଜାରି ରଖିବୁ ବୋଲି ସେମାନେ କହିଥିଲେ। ଏହି ସମାବେଶରେ ସୁରକ୍ଷା ମଞ୍ଚ ସଭାପତି ପ୍ରଫୁଲ୍ଲ ବିଶ୍ୱାଳ, ଜିଲାପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ଆବାହକ ଶୋଭାକର ବେହେରା, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟଷ ଆରତି ନାୟକ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ତି, ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ, ସାମାଜିକ କର୍ମୀ ଦିବାକର ଛାଟୋଇ ପ୍ରମୁଖ ଉଦ୍‌ବୋଧନ ଦେଇ ବନ୍ଦର ନିର୍ମାଣକୁ ବିରୋଧ କରିଥିଲେ। ଅତିରିକ୍ତ ଜିଲାପାଳ ନାୟକ କହିଛନ୍ତି, ଆହୁରି ୨ଟି ଜନଶୁଣାଣି ହେବ। ଅଞ୍ଚଳବାସୀଙ୍କ ମତାମତ ନିଆଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri