ମୃତଦେହ ରଖି ଜିଲାପାଳଙ୍କ କାର୍ଯାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟ ଡାକପାଲା ଡ୍ୟାମ୍‌ରେ ଜଣେ ବାଇକ୍‌ ଆରୋହୀ ଭସିଯାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ନେଇ ଶୁକ୍ରବାର ଉତ୍ତେଜନା ଦେଖା ଦେଇଛି। ଗ୍ରାମବାସୀ ଡ୍ୟାମ ଉପରେ ଏକ ପୋଲ ନିର୍ମାଣ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ଓ ପୋଲିସ ପହଞ୍ଚିି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ରହିଥିଲେ। ଜିଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ଗ୍ରାମବାସୀ ଧାରଣାରୁ ଓହରି ଥିଲେ।
ସୂଚନାଯୋଗ୍ୟ, ବୁଧବାର ରାତି ୮ ଟାରେ ଡ୍ୟାମ ଉପରେ ୪ ଫୁଟର ପାଣି ଚାଲୁଥିଲା। ଯୁବକ ତାପସ ରଞ୍ଜନ ଘଟାଲ ବାଇକ୍‌ରେ ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଦେଶୀ ମଦ ପ୍ରସ୍ତୁତି ବେଳେ ଅବକାରୀ ଚଢ଼ାଉ

ଦେବଗଡ଼,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସତ୍ତ୍ୱେ ଦେବଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଜୋରଦାର...

ପରିବା ମାର୍କେଟ ଭଙ୍ଗା ପ୍ରତିବାଦରେ ଆନ୍ଦୋଳନ : ଜିଲାପାଳଙ୍କୁ ଫେରାଦ ହେଲେ ବ୍ୟବସାୟୀ

ପୁରୁଷୋତ୍ତମପୁର,୨୨ା୬(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଥିବା ପରିବା ମାର୍କେଟକୁ ଏନ୍‌ଏସି ପ୍ରଶାସନ ଦୋକାନ ଗୃହ ର୍ନିମାଣ କରିବା ଲାଗି ତରବରିଆ ଭାବେ ବୁଧବାର ଭାଙ୍ଗି ଦେଇଛି।...

କରୋନା ପାଇଁ ପୋଷ୍ଟର ମାରିଲେ ଯୁବକ, ମାଓବାଦୀଙ୍କୁ ଗାଁ ମନା

ନନ୍ଦପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଂଚଳରେ କୋରାପୁଟ ଯୁବକ ଜାଗରଣ ସମିତି ଗାଁ ଗାଁରେ ପୋଷ୍ଟର ମାରି କରୋନା ବିଷୟରେ ସଚେତନତା...

ବରଗଡ଼ ମତଦାନ: ଦିନ ୧୧ଟା ସୁଦ୍ଧା ଅତାବିରାରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର  ସମୁଦାୟ ୧୩୭୮ ଭୋଟ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ମତଦାନ ଗ୍ରହଣ ଆରମ୍ଭ ହୋଇଛି। କେତେକ...

ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ...

ପଶ୍ଚିମବଙ୍ଗରେ ଅମ୍ଫନ୍‌ ମୁକାବିଲା: ବଲାଙ୍ଗୀରର ୨୨ଜଣିଆ ଓଡ୍ରାଫ ଟିମ୍‌ଙ୍କୁ ପ୍ରଶଂସା

ବଲାଙ୍ଗୀର ଅଫିସ,୩।୬: ଗତ କିଛିଦିନ ପୂର୍ବରୁ ସାମୁଦ୍ରିକ ଝଡ଼ ଅମ୍ଫନ୍‌ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲିକତା ସହର ଓ ସାରା ରାଜ୍ୟରେ ଅନେକ...

ସହରଠୁ ୩ କି.ମି. ଦୂର ଗୁମିକୁ ରାସ୍ତା ନାହିଁ

ଫୁଲବାଣୀ ଅଫିସ, ୨୪ା୧୨- ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ। ଫୁଲବାଣୀ ସହରଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଗଁ। ଗୁମିକୁ ସବୁଦିନିଆ...

ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା

ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍‌ଡାଉନ ଓ ଶଟ୍‌ଡାଉନ...

Advertisement
Archives

Model This Week