୮୩ ବର୍ଷ ଧରି ପାଲାକୁ ବଞ୍ଚାଇ ରଖିଛନ୍ତି ଗ୍ରାମବାସୀ

ଚଣ୍ଡିଖୋଲ, ୧୮ା୬’(ପ୍ରଦୀପ୍ତ କୁମାର ପୃଷ୍ଟି):ଆଧୁନିକତାର ସାମାଜିକ ବ୍ୟବସ୍ଥା ଧୀରେଧୀରେ ଆମ ପୁରୁଣା ସଂସ୍କୃତି ଓ ଐତିହ୍ୟ ହଜାଇ ଦେଉଥିବାବେଳେ ଏବେବି କେତେକ ସ୍ଥାନରେ ଆମର ପୁରୁଣା ପାଲା ସଂସ୍କୃତି ବଞ୍ଚତ୍ରହିଛି। ୮୩ ବର୍ଷ ଧରି ପାଲା ଅନବରତ ଆଜି ପର୍ଯ୍ୟନ୍ତ ଚାଲୁରହିଛି। ଏହା ଧୀରେଧୀରେ ଗୋଟିଏ ଦଳରୁ ଆରମ୍ଭ ହୋଇ ବାଦୀପାଲାରେ ପରିଣତ ହୋଇ ଚାଲିଥିଲାବେଳେ ପିଢ଼ି ପରେ ପିଢ଼ି ଏହାକୁ ଉଜ୍ଜୀବିତ କରି ରଖିବା ନିଶ୍ଚିତ କଷ୍ଟକର ବ୍ୟାପାର। ତେବେ ଯେତେ ଝଡ଼ ଖଞ୍ଜା ଆସୁ ପଛେ ୩ ଗ୍ରାମର ଲୋକେ ଆଜି ପର୍ଯ୍ୟନ୍ତ ଏହି ପରମ୍ପରାକୁ ପ୍ରତ୍ୟେକ ବର୍ଷ ରଜରେ ପାଳନ କରନ୍ତି। ରଜ ୩ ଦିନ ଧରି ଏଠାରେ ପାଲା ପରିବେଷଣ କରାଯାଏ। ଏଭଳି ନିଆରା ତଥା ସଂସ୍କୃତିପ୍ରେମୀ ବାଦୀପାଲା ଅନୁଷ୍ଠିତ ହୋଇଆସୁଛି ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲେଇ ପଞ୍ଚାୟତର କେଶରାଇପୁର, କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଲଳିତଗିରି ଓ ରହାଡ଼ଗିରି ଗ୍ରାମରେ।
ଗ୍ରାମବାସୀଙ୍କ କହିବା ଅନୁସାରେ ୧୯୪୦ରେ ଏହି ୩ ଗ୍ରାମର ସ୍ବର୍ଗତ ବେବର୍ତ୍ତା ହରିବଲ୍ଲଭ ଦାସ, ନେତ୍ରାନନ୍ଦ ଦାସ, ବିଷ୍ଣୁଚରଣ ତ୍ରିପାଠୀ, ଧ୍ରୁବଚରଣ ସିଂହ, ଦୋଳ ଗୋବିନ୍ଦ ଦାସ, ବୈଷ୍ଣବ ପାତ୍ର ଓ ସନାତନ ସାହୁଙ୍କ ପ୍ରଚେଷ୍ଟାରେ ପାଲା ସଂସ୍କୃତି ଆରମ୍ଭ ହୋଇଥିଲା। ମହାଭାରତ, ରାମାୟଣ ଓ ବିଭିନ୍ନ ପୁରାଣ ସହିତ ଦେଶାତ୍ମବୋଧକ ଭାବନା ଜାଗ୍ରତ ହେଉଥିଲା। ଆମ ଗ୍ରାମର ଐତିହ୍ୟ ଓ ସଂସ୍କୃତି ଏହି ପାଲା ମାଧ୍ୟମରେ ଲୋକେ ଜାଣିଥିଲେ। ସେଥିପାଇଁ ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ଆମେ ଉଦ୍ୟମ କରିଛୁ। ଚଳିତ ବର୍ଷ ଗାୟକ ସୁଧାକର କାଶୀନାଥ ଜେନା ଓ ଗାୟକ ବୈଷ୍ଣବ ଦୋଳ ଗୋବିନ୍ଦ ଅଧିକାରୀ ପାଲା ପରିବେଷଣ କରିଛନ୍ତି। ଉଭୟ ଗାୟକ ୩ ଘଣ୍ଟା କରି ରଜ ତିନିଦିନ ପାଲା ପରିବେଷଣ କରିଛନ୍ତି। ଆଜିର ଯୁବପିଢ଼ି ସେହି ପରମ୍ପରାକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି। ବହୁ ବଡ଼ବଡ଼ ଗାୟକ ଏଠାକୁ ଆସି ପାଲା ପରିବେଷଣ କରିଛନ୍ତି। ଏହି ବାଦୀପାଲା ମହୋତ୍ସବକୁ ଶରତ ଚନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ସାମଲ, ପ୍ରଦୀପ୍ତ ପାତ୍ର, ଅନିରୁଦ୍ଧ ପାତ୍ର, ବେବର୍ତ୍ତା ଅଜୟ ବଲ୍ଲଭ ଦାସ, ଅଙ୍କୁର ସାମଲ ଓ ହରେକୃଷ୍ଣ ସିଂହ ପ୍ରମୁଖ ପରିଚାଳନା କରିଥିଲେ। ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆମ ପିତୃ ପୁରୁଷମାନେ ଆରମ୍ଭ କରିଥିବା ଏହି ପାଲା ପରମ୍ପରା ବଞ୍ଚାଇ ରଖିବାକୁ ଚେଷ୍ଟା କରିବୁ ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri