୮୩ ବର୍ଷ ଧରି ପାଲାକୁ ବଞ୍ଚାଇ ରଖିଛନ୍ତି ଗ୍ରାମବାସୀ

ଚଣ୍ଡିଖୋଲ, ୧୮ା୬’(ପ୍ରଦୀପ୍ତ କୁମାର ପୃଷ୍ଟି):ଆଧୁନିକତାର ସାମାଜିକ ବ୍ୟବସ୍ଥା ଧୀରେଧୀରେ ଆମ ପୁରୁଣା ସଂସ୍କୃତି ଓ ଐତିହ୍ୟ ହଜାଇ ଦେଉଥିବାବେଳେ ଏବେବି କେତେକ ସ୍ଥାନରେ ଆମର ପୁରୁଣା ପାଲା ସଂସ୍କୃତି ବଞ୍ଚତ୍ରହିଛି। ୮୩ ବର୍ଷ ଧରି ପାଲା ଅନବରତ ଆଜି ପର୍ଯ୍ୟନ୍ତ ଚାଲୁରହିଛି। ଏହା ଧୀରେଧୀରେ ଗୋଟିଏ ଦଳରୁ ଆରମ୍ଭ ହୋଇ ବାଦୀପାଲାରେ ପରିଣତ ହୋଇ ଚାଲିଥିଲାବେଳେ ପିଢ଼ି ପରେ ପିଢ଼ି ଏହାକୁ ଉଜ୍ଜୀବିତ କରି ରଖିବା ନିଶ୍ଚିତ କଷ୍ଟକର ବ୍ୟାପାର। ତେବେ ଯେତେ ଝଡ଼ ଖଞ୍ଜା ଆସୁ ପଛେ ୩ ଗ୍ରାମର ଲୋକେ ଆଜି ପର୍ଯ୍ୟନ୍ତ ଏହି ପରମ୍ପରାକୁ ପ୍ରତ୍ୟେକ ବର୍ଷ ରଜରେ ପାଳନ କରନ୍ତି। ରଜ ୩ ଦିନ ଧରି ଏଠାରେ ପାଲା ପରିବେଷଣ କରାଯାଏ। ଏଭଳି ନିଆରା ତଥା ସଂସ୍କୃତିପ୍ରେମୀ ବାଦୀପାଲା ଅନୁଷ୍ଠିତ ହୋଇଆସୁଛି ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲେଇ ପଞ୍ଚାୟତର କେଶରାଇପୁର, କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଲଳିତଗିରି ଓ ରହାଡ଼ଗିରି ଗ୍ରାମରେ।
ଗ୍ରାମବାସୀଙ୍କ କହିବା ଅନୁସାରେ ୧୯୪୦ରେ ଏହି ୩ ଗ୍ରାମର ସ୍ବର୍ଗତ ବେବର୍ତ୍ତା ହରିବଲ୍ଲଭ ଦାସ, ନେତ୍ରାନନ୍ଦ ଦାସ, ବିଷ୍ଣୁଚରଣ ତ୍ରିପାଠୀ, ଧ୍ରୁବଚରଣ ସିଂହ, ଦୋଳ ଗୋବିନ୍ଦ ଦାସ, ବୈଷ୍ଣବ ପାତ୍ର ଓ ସନାତନ ସାହୁଙ୍କ ପ୍ରଚେଷ୍ଟାରେ ପାଲା ସଂସ୍କୃତି ଆରମ୍ଭ ହୋଇଥିଲା। ମହାଭାରତ, ରାମାୟଣ ଓ ବିଭିନ୍ନ ପୁରାଣ ସହିତ ଦେଶାତ୍ମବୋଧକ ଭାବନା ଜାଗ୍ରତ ହେଉଥିଲା। ଆମ ଗ୍ରାମର ଐତିହ୍ୟ ଓ ସଂସ୍କୃତି ଏହି ପାଲା ମାଧ୍ୟମରେ ଲୋକେ ଜାଣିଥିଲେ। ସେଥିପାଇଁ ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ଆମେ ଉଦ୍ୟମ କରିଛୁ। ଚଳିତ ବର୍ଷ ଗାୟକ ସୁଧାକର କାଶୀନାଥ ଜେନା ଓ ଗାୟକ ବୈଷ୍ଣବ ଦୋଳ ଗୋବିନ୍ଦ ଅଧିକାରୀ ପାଲା ପରିବେଷଣ କରିଛନ୍ତି। ଉଭୟ ଗାୟକ ୩ ଘଣ୍ଟା କରି ରଜ ତିନିଦିନ ପାଲା ପରିବେଷଣ କରିଛନ୍ତି। ଆଜିର ଯୁବପିଢ଼ି ସେହି ପରମ୍ପରାକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି। ବହୁ ବଡ଼ବଡ଼ ଗାୟକ ଏଠାକୁ ଆସି ପାଲା ପରିବେଷଣ କରିଛନ୍ତି। ଏହି ବାଦୀପାଲା ମହୋତ୍ସବକୁ ଶରତ ଚନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ସାମଲ, ପ୍ରଦୀପ୍ତ ପାତ୍ର, ଅନିରୁଦ୍ଧ ପାତ୍ର, ବେବର୍ତ୍ତା ଅଜୟ ବଲ୍ଲଭ ଦାସ, ଅଙ୍କୁର ସାମଲ ଓ ହରେକୃଷ୍ଣ ସିଂହ ପ୍ରମୁଖ ପରିଚାଳନା କରିଥିଲେ। ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆମ ପିତୃ ପୁରୁଷମାନେ ଆରମ୍ଭ କରିଥିବା ଏହି ପାଲା ପରମ୍ପରା ବଞ୍ଚାଇ ରଖିବାକୁ ଚେଷ୍ଟା କରିବୁ ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?