ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ।

ପ୍ରକାଶଥାଉ କି,ସେପ୍ଟେମ୍ବର ୧୪ରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଅଖାଦ୍ୟ ଦିଆଯାଉଥିବା ନେଇ ସରପଞ୍ଚ ଓ ସମିତିସଭ୍ୟମାନେ ଅଭିଯୋଗ କରିଥିଲେ ଏବଂ ଏହାର ନମୁନା ଜିଲା ଅଧିକାରୀଙ୍କୁ ପଠାଯାଇଥିବା ନେଇ ଅଭିଯୋଗକାରୀ ଏବଂ ବିଡିଓ କରୁଣାକର ଧିଣ୍ଡା ପ୍ରକାଶ କରିଥିଲେ। ତେବେ ଶନିବାର ଛତୁଆ ବଣ୍ଟନ ପାଇଁ ଆସିଥିବା ଗାଡ଼ିକୁ ପୋଖରିଡିହା ସରପଞ୍ଚ କାଳିପଦ ସିଂଙ୍କ ସହିତ ଗ୍ରାମବାସୀ ଅଟକାଇ ଛତୁଆ ବାଣ୍ଟିବା ନେଇ ଅଭିଯୋଗ କରିଥିଲେ । ସରପଞ୍ଚଙ୍କ କହିବା ଅନୁଯାୟୀ, ପୂର୍ବ ବୈଠକରେ ପ୍ରମାଣ ସହିତ ଛତୁଆରେ ଅପମିଶ୍ରଣ କରାଯିବା ନେଇ ଆଲୋଚନା ହୋଇଥିଲା ମାତ୍ର ଅଭିଯୋଗକୁ ହେୟଜ୍ଞାନ କରି ଘଟଣାର ଯାଞ୍ଚ ପ୍ରକ୍ରିୟା ସରିବା ପୂର୍ବରୁ ପୁଣି ସେହି ଏସ୍‌.ଏଚ୍‌.ଜି.କୁ ବଣ୍ଟନ କରିବାକୁ ନେଇ ଗ୍ରାମବାସୀ ଓ ସରପଞ୍ଚ ନିନ୍ଦା କରିଥିଲେ। ତେବେ ଏନେଇ ବିଧାୟକ ଡା.ବୁଢାନ ମୁର୍ମୁଙ୍କୁ ପଚାରିବାରୁ କହିଥିଲେ, ଯେ ସିଡିପିଓ ଫୋନ୍‌ ଯୋଗେ ଛତୁଆ ବଣ୍ଟନ କରିବାକୁ ଦିଆଯାଉ ବୋଲି ତାଙ୍କୁ ଅନୁମତି ମାଗିଥିଲେ ମାତ୍ର ବିଧାୟକ ମନା କରିଥିଲେ। ସିଡିପିଓ ଭାନୁମତୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଭୁବନେଶ୍ବରସ୍ଥିତ ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ନମୁନାର ରିପୋର୍ଟ ଆସିନାହିଁ ଏବଂ କେବେ ଆସିବ ଜଣାନାହିଁ , ସେତେଦିନ ପର୍ଯ୍ୟନ୍ତ କ’ଣ ଛୁଆମାନଙ୍କ ଖାଦ୍ୟ ବନ୍ଦ କରିହେବ। ଯେପର୍ଯ୍ୟନ୍ତ ଅଖାଦ୍ୟ ବୋଲି ପରୀକ୍ଷାଗାରରୁ ଆସିନାହିଁ ତାକୁ ତ ଖାଦ୍ୟରେ ଗଣାଯିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ତ ଘଟଣା ବାବଦରେ ଜାଣି ନ ଥିଲି, ତେବେ ଛତୁଆକୁ ନେଇ ଲୋକଙ୍କ କୌଣସି ଅଭିଯୋଗ ରହିଥିଲେ ମନ୍ତ୍ରୀଙ୍କ ଅଫିସକୁ ଏବଂ ଜିଲାପାଳଙ୍କୁ ଅଭିଯୋଗ ପତ୍ର ପଠାଇଲେ ତଦନ୍ତ କରାଯାଇ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖବର ପାଇ ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ବୁଝାଶୁଝା କରିଥିଲେ। ତେବେ ସମସ୍ତ ଘଟଣା ବାବଦରେ ଜିଲା କଲ୍ୟାଣ ଅଧିକାରିଣୀ କୁସୁମମାଳା ମିଶ୍ର ଏବଂ ଖାଦ୍ୟ ଯୋଗାଣ ନିରୀକ୍ଷକ ସଂଯୁକ୍ତା ହେମ୍ବ୍ରମଙ୍କୁ ବାରମ୍ବାର ଯୋଗାଯୋଗ ପରେ ସୁଦ୍ଧା ଫୋନ୍‌ର ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri