ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ।

ପ୍ରକାଶଥାଉ କି,ସେପ୍ଟେମ୍ବର ୧୪ରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଅଖାଦ୍ୟ ଦିଆଯାଉଥିବା ନେଇ ସରପଞ୍ଚ ଓ ସମିତିସଭ୍ୟମାନେ ଅଭିଯୋଗ କରିଥିଲେ ଏବଂ ଏହାର ନମୁନା ଜିଲା ଅଧିକାରୀଙ୍କୁ ପଠାଯାଇଥିବା ନେଇ ଅଭିଯୋଗକାରୀ ଏବଂ ବିଡିଓ କରୁଣାକର ଧିଣ୍ଡା ପ୍ରକାଶ କରିଥିଲେ। ତେବେ ଶନିବାର ଛତୁଆ ବଣ୍ଟନ ପାଇଁ ଆସିଥିବା ଗାଡ଼ିକୁ ପୋଖରିଡିହା ସରପଞ୍ଚ କାଳିପଦ ସିଂଙ୍କ ସହିତ ଗ୍ରାମବାସୀ ଅଟକାଇ ଛତୁଆ ବାଣ୍ଟିବା ନେଇ ଅଭିଯୋଗ କରିଥିଲେ । ସରପଞ୍ଚଙ୍କ କହିବା ଅନୁଯାୟୀ, ପୂର୍ବ ବୈଠକରେ ପ୍ରମାଣ ସହିତ ଛତୁଆରେ ଅପମିଶ୍ରଣ କରାଯିବା ନେଇ ଆଲୋଚନା ହୋଇଥିଲା ମାତ୍ର ଅଭିଯୋଗକୁ ହେୟଜ୍ଞାନ କରି ଘଟଣାର ଯାଞ୍ଚ ପ୍ରକ୍ରିୟା ସରିବା ପୂର୍ବରୁ ପୁଣି ସେହି ଏସ୍‌.ଏଚ୍‌.ଜି.କୁ ବଣ୍ଟନ କରିବାକୁ ନେଇ ଗ୍ରାମବାସୀ ଓ ସରପଞ୍ଚ ନିନ୍ଦା କରିଥିଲେ। ତେବେ ଏନେଇ ବିଧାୟକ ଡା.ବୁଢାନ ମୁର୍ମୁଙ୍କୁ ପଚାରିବାରୁ କହିଥିଲେ, ଯେ ସିଡିପିଓ ଫୋନ୍‌ ଯୋଗେ ଛତୁଆ ବଣ୍ଟନ କରିବାକୁ ଦିଆଯାଉ ବୋଲି ତାଙ୍କୁ ଅନୁମତି ମାଗିଥିଲେ ମାତ୍ର ବିଧାୟକ ମନା କରିଥିଲେ। ସିଡିପିଓ ଭାନୁମତୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଭୁବନେଶ୍ବରସ୍ଥିତ ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ନମୁନାର ରିପୋର୍ଟ ଆସିନାହିଁ ଏବଂ କେବେ ଆସିବ ଜଣାନାହିଁ , ସେତେଦିନ ପର୍ଯ୍ୟନ୍ତ କ’ଣ ଛୁଆମାନଙ୍କ ଖାଦ୍ୟ ବନ୍ଦ କରିହେବ। ଯେପର୍ଯ୍ୟନ୍ତ ଅଖାଦ୍ୟ ବୋଲି ପରୀକ୍ଷାଗାରରୁ ଆସିନାହିଁ ତାକୁ ତ ଖାଦ୍ୟରେ ଗଣାଯିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ତ ଘଟଣା ବାବଦରେ ଜାଣି ନ ଥିଲି, ତେବେ ଛତୁଆକୁ ନେଇ ଲୋକଙ୍କ କୌଣସି ଅଭିଯୋଗ ରହିଥିଲେ ମନ୍ତ୍ରୀଙ୍କ ଅଫିସକୁ ଏବଂ ଜିଲାପାଳଙ୍କୁ ଅଭିଯୋଗ ପତ୍ର ପଠାଇଲେ ତଦନ୍ତ କରାଯାଇ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖବର ପାଇ ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ବୁଝାଶୁଝା କରିଥିଲେ। ତେବେ ସମସ୍ତ ଘଟଣା ବାବଦରେ ଜିଲା କଲ୍ୟାଣ ଅଧିକାରିଣୀ କୁସୁମମାଳା ମିଶ୍ର ଏବଂ ଖାଦ୍ୟ ଯୋଗାଣ ନିରୀକ୍ଷକ ସଂଯୁକ୍ତା ହେମ୍ବ୍ରମଙ୍କୁ ବାରମ୍ବାର ଯୋଗାଯୋଗ ପରେ ସୁଦ୍ଧା ଫୋନ୍‌ର ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଆଦ୍ୟ ଶ୍ରୀକ୍ଷେତ୍ରର ରୂପ, ନୟାଗଡ଼ ଜିଲାରେ ଖୁସିର ପରିବେଶ

ନୟାଗଡ଼ ଅଫିସ/କଣ୍ଟିଲୋ,(ସ୍ବ.ପ୍ର.)୨୮।୪: ସମନ୍ବିତ, ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଆଦ୍ୟ ଶ୍ରୀକ୍ଷେତ୍ର କଣ୍ଟିଲୋ ନୀଳମାଧବ ପୀଠ ପାଇଁ ୧୦୦ କୋଟି ଟଙ୍କା ରାଜ୍ୟ ସରକାର...

ଲଡୁଗାଁରେ ପର୍ଶୁରାମ ଜୟନ୍ତୀ

କୋକସରା,୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁଠାରେ ମଙ୍ଗଳବାର ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି। ବ୍ରାହ୍ମଣ ସମାଜ ପକ୍ଷରୁ ଲଡୁଗାଁ ଶିଶୁମନ୍ଦିର ଛକରୁ ହନୁମାନ ତିନିଛକ...

ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ...

ରାଉରକେଲା ଏନ୍‌ଆଇଟିରେ ପଶିଲା କରୋନା

ରାଉରକେଲା ଅଫିସ,୩।୧: ରାଉରକେଲା ଏନ୍‌ଆଇଟିରେ ୩ ଜଣ ଛାତ୍ରୀଛାତ୍ର କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଛାତ୍ର ଓ ଜଣେ ଛାତ୍ରୀ ଅଛନ୍ତି।...

ମୁର୍ମୂଷୁ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଲେ ଏସ୍‌ଡ଼ିପିଓ

ଜଳେଶ୍ୱର, ୧୪।୧(ସ୍ବ.ପ୍ର.)-ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିରହିଥିବା ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର...

ଗତ ସପ୍ତାହରେ କଣ୍ଟେନମେଣ୍ଟ ଜୋନ୍‌ରୁ ୨୯୮ ଆକ୍ରାନ୍ତ ଚିହ୍ନଟ: ସିଏମ୍‌ସି କମିଶନର

କଟକ ଅଫିସ,୯ା୮-କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି।...

ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା: ‘ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ’

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାହିତ୍ୟ ଉପରେ ଆଧାରିତ ଲିଖିତ ଗ୍ରନ୍ଥ ହୋମରୁଲ୍‌ ଓ ସର୍ବୋଦୟ ବେସ୍‌ ହୃଦୟସ୍ପର୍ଷୀ। ଆଦର୍ଶ ଓ ସମନ୍ବୟର...

ଛତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ; ଏନ୍‌ଏସ୍‌ଏ ଲଗାଇବାକୁ ଓଏଏସ୍‌ ସଂଘର ଦାବି

ଛତ୍ରପୁର, ୨୧।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।...

Advertisement
Archives

Model This Week