Posted inଖେଳ

ପୁଟିନ୍‌ଙ୍କ ଆମନ୍ତ୍ରଣକୁ ସ୍ବିକାର କଲେ ୭ ଫୁଟ୍‌ର ଏହି ବକ୍ସିଂ ଚାମ୍ପିୟନ: ୟୁକ୍ରେନ୍‌ ସହ ଲଢ଼ିବେ ଯୁଦ୍ଧ

ମସ୍କୋ,୧।୧୦: ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ପ୍ରାୟ ୭ ମାସ ଧରି ଲାଗିରହିଥିବା ଏହି ଯୁଦ୍ଧରେ ବହୁ ଧନଜୀବନ ହାନି ହୋଇଥିବା ବେଳେ ୟୁକ୍ରେନ୍‌ର ୪ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ରୁଷିଆରେ ବିଲୟ ହୋଇଛି। ଏବେ ଏହି ଯୁଦ୍ଧରେ ଦୁଇ ଥର ବିଶ୍ୱ ହେଭିଓ୍ବେଟ୍‌ ବକ୍ସିଂ ଚାମ୍ପିୟନ ନିକୋଲାଇ ଭାଲୁଏଭ୍‌ ସାମିଲ ହେବାକୁ ଯାଉଛନ୍ତି। ୭ ଫୁଟ ଉଚ୍ଚ ଏବଂ ୧୫୦ କିଲୋରୁ ଅଧିକ ଓଜନର ନିକୋଲାଇଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ରେ ନିୟୋଜନ ପାଇଁ ସେନାରେ ଯୋଗଦେବାକୁ ଆମନ୍ତ୍ରିତ କରିଥିଲେ। ସେ ରାଷ୍ଟ୍ରପତିଙ୍କ କଥାକୁ ସ୍ବିକାର କରିନେଇଛନ୍ତି। ୩୯ ବର୍ଷୀୟ ଏହି ବକ୍ସର ଏବେ ରୁଷିୟ ସେନାରେ ଭର୍ତ୍ତି ହୋଇ ୟୁକ୍ରେନ ବିପକ୍ଷ ଯୁଦ୍ଧରେ ଭାଗନେବେ।

ନିକୋଲାଇ ଏକ ସାକ୍ଷାତକାରରେ କହିଛନ୍ତି, ରୁଷିଆ ଏବେ ବି ଯୁଦ୍ଧ ଲଢ଼ୁଛି। ମୁଁ ଭାବୁଛି କି ସମସ୍ତଙ୍କୁ ଏକ ସମନ ମିଳିଛି। ମୋତେ ବି ମିଳିଛି। ପ୍ରଶ୍ନ ଏହା ଯେ ମୁଁ ଯିବି କି? ବିଲ୍‌କୁଲ୍‌ ଯିବି। ମୋ ସାଥୀ(ମନ୍ତ୍ରୀମାନେ) ଠିକ୍‌ ଅଛନ୍ତି। ସେମାନେ ସେନାରେ ଯୋଗ ଦେଇଛନ୍ତି। ହେଲେ ମୁଁ ପ୍ରଥମେ ମୋ ଘରକୁ ଯିବି। ସେଠାରୁ ମୁଁ ସେନାରେ ଭର୍ତ୍ତି ହେବାକୁ ରେଜିଷ୍ଟ୍ରେଶନ କରିବି ବୋଲି ସେ କହିଛନ୍ତି।

କହିରଖୁଛୁ, ନିକୋଲାଇ ବିଶ୍ୱର ସବୁଠାରୁ ଲମ୍ବା ବକ୍ସର ଭାବେ ଜଣାଶୁଣା। ଆହତ ସମସ୍ୟା ଯୋଗୁ ୨୦୦୯ରେ ସେ ସନ୍ୟାସ ନେଇଥିଲେ। ଏହାପରେ ସେ ପୁଟିନଙ୍କ ଦଳରେ ସାମିଲ ହୋଇ ରାଜନୀତିରେ ସକ୍ରିୟ ହୋଇଥିଲେ। ଏହାଛଡ଼ା ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିପ୍ରେଶନରେ ଥିଲେ କୋହଲି: ଭିଡ଼ରେ ମଧ୍ୟ ଏକା ଅନୁଭବ କରୁଥିଲେ

ନୂଆଦିଲ୍ଲୀ,୨୦।୨(ପି.ଟି.): ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ମାନସିକ ଅବସାଦରେ ଥିବା କଥା ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂରେ କ୍ରମାଗତ ଭାବେ ବିଫଳ ହେବା...

ଭିନେଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୁର ସୁଲତାନ(କାଜଖସ୍ତାନ),୧୮।୯(ପିଟି): ଭାରତୀୟ ଷ୍ଟାର ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ ୫୩ କିଗ୍ରା ବର୍ଗରେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ...

ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫-୦ରେ ସିରିଜ ଜିତିଲା ଏହି ଦଳ

ମାଞ୍ଚେଷ୍ଟର, ୧।୧୦: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଟି୨୦ ମ୍ୟାଚ୍‌କୁ ଇଂଲଣ୍ଡ ୩ ଉଇକେଟ୍‌ରେ ବିଜୟୀ...

ଟସ୍‌ ଜିତିଲା ମୁମ୍ବାଇ: ଚୂଡାନ୍ତ ଏକାଦଶରୁ ବାଦ୍‌ ପଡିଲେ ଇଶାନ କିଶନ

ନୂଆଦିଲ୍ଲୀ,୨୯।୪: ଆଇପିଏଲ୍‌ ୨୦୨୧ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସସ୍ଥାନ ରୟାଲ୍ସ ମଧ୍ୟ ମ୍ୟାଚ୍‌ ଖେଳାଯାଉଛି। ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯାଉଥିବା ଏହି...

ପାରାଗୁଏଠାରୁ ହାରିଲା ବଲିଭିଆ

ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ...

ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍‌: ଟସ୍‌ ଜିତିଲା କଙ୍ଗାରୁ ଦଳ

କାନବେରା, ୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ କାନବେରାରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍‌...

ଏକାଡେମୀରେ ଖେଳିବା ପାଇଁ ପୁଅଙ୍କ ଭଳି ଚୁଟି କାଟିଥିଲେ ଶେଫାଳି

ନୂଆଦିଲ୍ଲୀ, ୪6।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷ ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତକୁ ଜିତାଇବାରେ ୧୫ ବର୍ଷୀୟା ଓପନର୍‌ ଶେଫାଳି ବର୍ମାଙ୍କ...

କୋହଲି-ଶାସ୍ତ୍ରୀଙ୍କ ଏହି ଗୋଟିଏ ଭୁଲ ପାଇଁ ଏବେ ପୁରା ଟିମ୍‌ ଅସୁବିଧାରେ; ବିସିସିଆଇ ଖପ୍ପା

ନୂଆଦିଲ୍ଲୀ,୧୦।୯: ଇଂଲଣ୍ଡରେ ଭାରତୀୟ ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚଳିତ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ମାଞ୍ଚେଷ୍ଟରରେ ଅନ୍ତିମ ମୁକାବିଲା ଖେଳାଯିବାକୁ ଥିବା...

Advertisement
Archives

Model This Week