Posted inଖେଳ

ପୁଟିନ୍‌ଙ୍କ ଆମନ୍ତ୍ରଣକୁ ସ୍ବିକାର କଲେ ୭ ଫୁଟ୍‌ର ଏହି ବକ୍ସିଂ ଚାମ୍ପିୟନ: ୟୁକ୍ରେନ୍‌ ସହ ଲଢ଼ିବେ ଯୁଦ୍ଧ

ମସ୍କୋ,୧।୧୦: ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ପ୍ରାୟ ୭ ମାସ ଧରି ଲାଗିରହିଥିବା ଏହି ଯୁଦ୍ଧରେ ବହୁ ଧନଜୀବନ ହାନି ହୋଇଥିବା ବେଳେ ୟୁକ୍ରେନ୍‌ର ୪ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ରୁଷିଆରେ ବିଲୟ ହୋଇଛି। ଏବେ ଏହି ଯୁଦ୍ଧରେ ଦୁଇ ଥର ବିଶ୍ୱ ହେଭିଓ୍ବେଟ୍‌ ବକ୍ସିଂ ଚାମ୍ପିୟନ ନିକୋଲାଇ ଭାଲୁଏଭ୍‌ ସାମିଲ ହେବାକୁ ଯାଉଛନ୍ତି। ୭ ଫୁଟ ଉଚ୍ଚ ଏବଂ ୧୫୦ କିଲୋରୁ ଅଧିକ ଓଜନର ନିକୋଲାଇଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ରେ ନିୟୋଜନ ପାଇଁ ସେନାରେ ଯୋଗଦେବାକୁ ଆମନ୍ତ୍ରିତ କରିଥିଲେ। ସେ ରାଷ୍ଟ୍ରପତିଙ୍କ କଥାକୁ ସ୍ବିକାର କରିନେଇଛନ୍ତି। ୩୯ ବର୍ଷୀୟ ଏହି ବକ୍ସର ଏବେ ରୁଷିୟ ସେନାରେ ଭର୍ତ୍ତି ହୋଇ ୟୁକ୍ରେନ ବିପକ୍ଷ ଯୁଦ୍ଧରେ ଭାଗନେବେ।

ନିକୋଲାଇ ଏକ ସାକ୍ଷାତକାରରେ କହିଛନ୍ତି, ରୁଷିଆ ଏବେ ବି ଯୁଦ୍ଧ ଲଢ଼ୁଛି। ମୁଁ ଭାବୁଛି କି ସମସ୍ତଙ୍କୁ ଏକ ସମନ ମିଳିଛି। ମୋତେ ବି ମିଳିଛି। ପ୍ରଶ୍ନ ଏହା ଯେ ମୁଁ ଯିବି କି? ବିଲ୍‌କୁଲ୍‌ ଯିବି। ମୋ ସାଥୀ(ମନ୍ତ୍ରୀମାନେ) ଠିକ୍‌ ଅଛନ୍ତି। ସେମାନେ ସେନାରେ ଯୋଗ ଦେଇଛନ୍ତି। ହେଲେ ମୁଁ ପ୍ରଥମେ ମୋ ଘରକୁ ଯିବି। ସେଠାରୁ ମୁଁ ସେନାରେ ଭର୍ତ୍ତି ହେବାକୁ ରେଜିଷ୍ଟ୍ରେଶନ କରିବି ବୋଲି ସେ କହିଛନ୍ତି।

କହିରଖୁଛୁ, ନିକୋଲାଇ ବିଶ୍ୱର ସବୁଠାରୁ ଲମ୍ବା ବକ୍ସର ଭାବେ ଜଣାଶୁଣା। ଆହତ ସମସ୍ୟା ଯୋଗୁ ୨୦୦୯ରେ ସେ ସନ୍ୟାସ ନେଇଥିଲେ। ଏହାପରେ ସେ ପୁଟିନଙ୍କ ଦଳରେ ସାମିଲ ହୋଇ ରାଜନୀତିରେ ସକ୍ରିୟ ହୋଇଥିଲେ। ଏହାଛଡ଼ା ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri