ଗାଁ ମୁହାଁ ସମୁଦ୍ର

ଗୋପାଳପୁର,୧।୭: ଗାଁ ଆଡକୁ ମାଡ଼ି ଆସୁଛି ସମୁଦ୍ର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ। ଗତ ୫ ଦିନ ହେବ ସମୁଦ୍ରର ଉଚ୍ଚ ଜୁଆର ମାଡ ହେବାରୁ ଏଲ୍‌. ଭୋଗରାଜୁ, ଏଲ୍‌.ଆପନା ଓ କେ.ଭୀମାଙ୍କର ୩ଟି ଘର ଭାଙ୍ଗିଯାଇଛି। ଏଥିଯୋଗୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ବାହୁଦା ନଦୀ ମୁହାଣ ସମୁଦ୍ରରେ ମିଶି ଦକ୍ଷିଣା ପବନ ହେବାରୁ ଦିଗ ପରିବର୍ତ୍ତନ କରି ଜୁଆର ରାମେୟାପାଟଣା ଗ୍ରାମ ଆଡ଼କୁ ମୁହାଁଇଛି। ପ୍ରତିବର୍ଷ ଏହି ସମୟରେ ଉଚ୍ଚ ଜୁଆର ମାଡ଼ି ଆସିବାରୁ ବହୁ ଘର ନଷ୍ଟ ହେବା ସହ ଧନ ହାନି ହେବାର ନଜିର ରହିଛି। ୨୦୧୬ରୁ ସମୁଦ୍ରର ଉଚ୍ଚ ଜୁଆର ମାଡ଼ିବା ଆରମ୍ଭ ହୋଇଥିଲା। ୨୦୧୯ରେ ୨୭ଘର ଭାଙ୍ଗିବା ସହ ଏକ ସାହି ସମୁଦ୍ରରେ ଲୀନ ହୋଇଯାଇଥିଲା। ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ ବହୁବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା କରାଯାଉ ନାହିଁ। ଗାଁକୁ ଜୁଆର ପାଣି ନ ପଶିବା ପାଇଁ ବାହୁଦା ମୁହାଣରେ ଅସ୍ଥାୟୀ ବାଲି ବସ୍ତା ପକାଯାଇ ବ୍ୟାରିକେଡ୍‌ କରାଯାଇଥିଲା କିନ୍ତୁ ଏହା ସାମୁଦ୍ରିକ ଝଡ଼ ପ୍ରଭାବରେ ଭାଙ୍ଗି ଯାଇଥିଲା। ଅନ୍ୟପଟେ ସମୁଦ୍ର ଉପକୂଳରେ ଥିବା ଲୋକମାନଙ୍କୁ ରମେୟାପାଟଣାର କିଛି ଦୂରରେ ଓଡ଼ିଶା ଡିଜାଷ୍ଟର ରିକୋଭରି ପ୍ରୋଜେକ୍ଟ (ଓଡିଆରପି)ରେ ପକ୍କାଘର ଦିଆଯାଇଥିଲା। କିନ୍ତୁ ସେଠାକୁ ଯାତାୟାତର ସୁବିଧା ନ ହେବାରୁ ଲୋକମାନେ ସେଠାରେ ନ ରହି ସମୂଦ୍ର କୂଳରେ ଘର କରି ମାଛ ମାରି ଜୀବିକା ନିର୍ବାହ କରୁଥିଲେ।

ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଉକ୍ତ ଗ୍ରାମ ସମୁଦ୍ର ପାଣିରେ ଲୀନ ହେବା ସମ୍ଭାବନା ରହିଛି। ଗୁରୁବାର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜୟଦୀପ ପଣ୍ଡା, ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ନିର୍ବାହୀ ଯନ୍ତ୍ରୀ ପଣ୍ଡାଙ୍କ କହିବାନୁସାରେ, ୨୩ କୋଟି ଟଙ୍କା ବ୍ୟୟରେ ଏଠାରେ ସୁରକ୍ଷା ପ୍ରାଚୀର କରାଯିବା ପାଇଁ ସରକାର ଓ ପ୍ରଶାସନିକ ଅନୁମୋଦନ ପାଇଁ ପଠାଯାଇଛି। ଏହା ଅନୁମୋଦନ ହେଲେ ଖୁବ୍‌ଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

ଡୋନାଲ୍ଡ ଟ୍ରମ୍ପଙ୍କ ଝିଅକୁ ହତ୍ୟା କରିବାକୁ ଉଦ୍ୟମ! ହେଲା ବଡ଼ ପର୍ଦ୍ଦାଫାଶ, ଷଡ଼ଯନ୍ତ୍ର ରଚିଥିଲା…

ଓ୍‌ବାଶିଂଟନ୍‌,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଖବର ଆସିଛି। ପ୍ରକୃତରେ, ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri