ଗାଁ ମୁହାଁ ସମୁଦ୍ର

ଗୋପାଳପୁର,୧।୭: ଗାଁ ଆଡକୁ ମାଡ଼ି ଆସୁଛି ସମୁଦ୍ର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ। ଗତ ୫ ଦିନ ହେବ ସମୁଦ୍ରର ଉଚ୍ଚ ଜୁଆର ମାଡ ହେବାରୁ ଏଲ୍‌. ଭୋଗରାଜୁ, ଏଲ୍‌.ଆପନା ଓ କେ.ଭୀମାଙ୍କର ୩ଟି ଘର ଭାଙ୍ଗିଯାଇଛି। ଏଥିଯୋଗୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ବାହୁଦା ନଦୀ ମୁହାଣ ସମୁଦ୍ରରେ ମିଶି ଦକ୍ଷିଣା ପବନ ହେବାରୁ ଦିଗ ପରିବର୍ତ୍ତନ କରି ଜୁଆର ରାମେୟାପାଟଣା ଗ୍ରାମ ଆଡ଼କୁ ମୁହାଁଇଛି। ପ୍ରତିବର୍ଷ ଏହି ସମୟରେ ଉଚ୍ଚ ଜୁଆର ମାଡ଼ି ଆସିବାରୁ ବହୁ ଘର ନଷ୍ଟ ହେବା ସହ ଧନ ହାନି ହେବାର ନଜିର ରହିଛି। ୨୦୧୬ରୁ ସମୁଦ୍ରର ଉଚ୍ଚ ଜୁଆର ମାଡ଼ିବା ଆରମ୍ଭ ହୋଇଥିଲା। ୨୦୧୯ରେ ୨୭ଘର ଭାଙ୍ଗିବା ସହ ଏକ ସାହି ସମୁଦ୍ରରେ ଲୀନ ହୋଇଯାଇଥିଲା। ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ ବହୁବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା କରାଯାଉ ନାହିଁ। ଗାଁକୁ ଜୁଆର ପାଣି ନ ପଶିବା ପାଇଁ ବାହୁଦା ମୁହାଣରେ ଅସ୍ଥାୟୀ ବାଲି ବସ୍ତା ପକାଯାଇ ବ୍ୟାରିକେଡ୍‌ କରାଯାଇଥିଲା କିନ୍ତୁ ଏହା ସାମୁଦ୍ରିକ ଝଡ଼ ପ୍ରଭାବରେ ଭାଙ୍ଗି ଯାଇଥିଲା। ଅନ୍ୟପଟେ ସମୁଦ୍ର ଉପକୂଳରେ ଥିବା ଲୋକମାନଙ୍କୁ ରମେୟାପାଟଣାର କିଛି ଦୂରରେ ଓଡ଼ିଶା ଡିଜାଷ୍ଟର ରିକୋଭରି ପ୍ରୋଜେକ୍ଟ (ଓଡିଆରପି)ରେ ପକ୍କାଘର ଦିଆଯାଇଥିଲା। କିନ୍ତୁ ସେଠାକୁ ଯାତାୟାତର ସୁବିଧା ନ ହେବାରୁ ଲୋକମାନେ ସେଠାରେ ନ ରହି ସମୂଦ୍ର କୂଳରେ ଘର କରି ମାଛ ମାରି ଜୀବିକା ନିର୍ବାହ କରୁଥିଲେ।

ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଉକ୍ତ ଗ୍ରାମ ସମୁଦ୍ର ପାଣିରେ ଲୀନ ହେବା ସମ୍ଭାବନା ରହିଛି। ଗୁରୁବାର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜୟଦୀପ ପଣ୍ଡା, ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ନିର୍ବାହୀ ଯନ୍ତ୍ରୀ ପଣ୍ଡାଙ୍କ କହିବାନୁସାରେ, ୨୩ କୋଟି ଟଙ୍କା ବ୍ୟୟରେ ଏଠାରେ ସୁରକ୍ଷା ପ୍ରାଚୀର କରାଯିବା ପାଇଁ ସରକାର ଓ ପ୍ରଶାସନିକ ଅନୁମୋଦନ ପାଇଁ ପଠାଯାଇଛି। ଏହା ଅନୁମୋଦନ ହେଲେ ଖୁବ୍‌ଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri