ଟିକା ବ୍ୟବସାୟ

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ପ୍ରଥମେ କଲିକତା ହାଇକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ସମାଲୋଚନା କଲେ। ତା’ପରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ହତ୍ୟାକାରୀ ଆଖ୍ୟା ଦେଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ରା ଭଙ୍ଗ ହେଲା। କରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ ଆଉ ନୀରବ ରହିବୁ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି। ଏଥିସହିତ ଭାରତରେ ମିଳୁଥିବା ଦୁଇଟି ଭାକ୍ସିିନ-କୋଭାକ୍ସିନ ଓ କୋଭିଶିିଲ୍ଡର ଖୋଲାବଜାର ଦର କେଉଁ ଆଧାରରେ ସ୍ଥିର କରାଯାଇଛି ସେ ସମ୍ପର୍କରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିବା ଉପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ଏଭଳି ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ଜାତୀୟ ନୀତି କ’ଣ ବୋଲି ଜାଣିବାକୁ ଚାହଁିଛନ୍ତି।
ପୁନର୍ବାର କୋଭିଡ୍‌ର ନୂତନ ପ୍ରକାରର ସଂକ୍ରମଣ ସମୟରେ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା, ହସ୍ପିଟାଲରେ ଆବଶ୍ୟକତାଠାରୁ ଶଯ୍ୟା ସଂଖ୍ୟା କମ୍‌, ଓ୍ୟଷଧ ଏବଂ ଅକ୍ସିଜେନ୍‌ର ଅଭାବକୁ ମୁକାବିଲା କରିବା ପାଇଁ ସରକାର କାହିଁକି ପ୍ରସ୍ତୁତ ହୋଇପାରିଲେ ନାହିଁ ତାହା ଏକ ମୁଖ୍ୟ ପ୍ରଶ୍ନ ପାଲଟିଗଲାଣି। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଯେତେ ସଂକ୍ରମଣ ବିଶ୍ୱବ୍ୟାପୀ ଏବଂ ଭାରତରେ ହୋଇଛି, ସେଥିପାଇଁ ସ୍ବାଧୀନତା ପୂର୍ବରୁ ଓ ପରେ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରି ନାଗରିକଙ୍କୁ ସ୍ପାନିଶ୍‌ ଫ୍ଲୁ, ପ୍ଲେଗ୍‌, ପୋଲିଓ, ମ୍ୟାଲେରିଆ, ବସନ୍ତ, ଯକ୍ଷ୍ମା, କୁଷ୍ଠରୋଗ ଭଳି ଅନେକ ରୋଗ ପାଇଁ ଓ୍ୟଷଧ ଏବଂ ଆବଶ୍ୟକସ୍ଥଳେ ଟିକା ବିନା ମୂଲ୍ୟରେ ଦେଇ ଆସିଛନ୍ତି। ଏପରି କି ମ୍ୟାଲେରିଆ ବିରୋଧରେ ଲଢ଼ିବା ପାଇଁ ରାସାୟନିକ ପ୍ରଲେପଯୁକ୍ତ ମଶାରି ସରକାରଙ୍କ ଦ୍ୱାରା ବଣ୍ଟାଯାଇଥାଏ। ଏବେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ସ୍ଥିତି ବଦଳି ଯାଇଥିତ୍ବାର ଦୃଶ୍ୟ ଦେଖିବାକୁ ମିଳୁଛି। ଲୋକଙ୍କ ପାଖରେ ଉଚିତ ସମୟରେ ଓ୍ୟଷଧ ଏବଂ ଟିକା ପହଞ୍ଚାଇ ଜୀବନ ରକ୍ଷାକରିବା ପରିବର୍ତ୍ତେ ସମସ୍ତେ ପାଲଟିଗଲେଣି ବ୍ୟବସାୟୀ। ନେତାମାନେ କହୁଛନ୍ତି ଖୋଲା ବଜାରକୁ ୫୦% ଓ୍ୟଷଧ ବିକ୍ରି କରିବା ସକାଶେ ଛଡ଼ାଯାଉ। ଏଭଳି ମନ୍ତବ୍ୟ ଦ୍ୱାରା କୋଭିଡ୍‌ର ମୁକାବିଲା ପାଇଁ ଭାରତରେ ମିଳୁଥିବା ଦୁଇଟି ଭାକ୍ସିନର ମୂଲ୍ୟ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ପଚାରିବାକୁ ପଡ଼ିଲା। ଯେତେବେଳେ ଜୀବନ ରକ୍ଷାକାରୀ କୌଣସି ଟିକା ବା ସରଞ୍ଜାମ ଖୋଲା ବଜାରକୁ ଛାଡ଼ିବା ପାଇଁ ଉଚ୍ଚସ୍ତରୀୟ ନିଷ୍ପତ୍ତି ବା ଦାବି କରାଯାଏ, ସେଥିରେ ସର୍ବନିମ୍ନ ଅର୍ଥନୈତିକ ସ୍ଥିତିରେ ବଞ୍ଚୁଥିବା ଭାରତୀୟ ସୁବିଧାରୁ ବଞ୍ଚିତ ହୋଇଯାଏ। ଆଜି ମଧ୍ୟ ଭାରତରେ ଅନେକ ଯୁବତୀଯୁବକ ୮ ହଜାରରୁ ୧୦ ହଜାର ଟଙ୍କା ମାସକର ଦରମା ପାଇ ପରିବାର ଚଳାଉଛନ୍ତି। ସେମାନଙ୍କୁ ଯଦି ମୁଣ୍ଡପିଛା ଟିକାର ଗୋଟିଏ ଡୋଜ୍‌ ପାଇଁ ୧୨୦୦ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ପଡ଼ିବ, ତେବେ ପରିବାରରେ ଥିବା ଅନ୍ୟ ତିନି ଚାରିଜଣ ସଦସ୍ୟଙ୍କ ସକାଶେ ସମ୍ପୂର୍ଣ୍ଣ ମାସକର ଦରମା ଚାଲିଯିବ। ଏଭଳି ଭାରତୀୟମାନେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିବେ। ଏହାଛଡ଼ା ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ଭାରତୀୟଙ୍କ ସଂଖ୍ୟା ମଧ୍ୟ ବିରାଟକାୟ। ଏହିଭଳି ବର୍ଗ ସବୁବେଳେ ସଂକ୍ରମଣର ଶିକାର ହେବା ପାଇଁ ରହିଯିବେ। ଭାରତ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହି ଗରିବ ଏବଂ ଅସହାୟ ଅଂଶର ହିତକୁ ମନରେ ରଖି ନୀତି ପ୍ରଣୟନ ସହିତ ବାକ୍ୟ ଉଚ୍ଚାରଣ କରିବା ଦରକାର।
ଏହିସବୁ ଯୁକ୍ତିର ଶେଷରେ ମନେ ରଖିବାକୁ ହେବ ଯେ, ଉଚ୍ଚ ଚାହିଦା ଥିବା ସାମଗ୍ରୀ ଭାରତର ବଜାରକୁ ଆସିବା ମାତ୍ରକେ ଅହେତୁକ ଦର ବୃଦ୍ଧି ସହିତ କଳାବଜାରି ଆରମ୍ଭ ହୋଇଯାଏ। ସରକାରୀ ବ୍ୟବସ୍ଥାକୁ ସମସ୍ତେ ଜାଣନ୍ତି। ମାଗଣାରେ ଦିଆଯିବାକୁ ଥିବା ଟିକାକୁ ସମ୍ପୃକ୍ତ ଅଧିକାରୀମାନେ କଳାବଜାରକୁ ଦେଇ ବ୍ୟକ୍ତିିଗତ ମୁନାଫା ଉଠାଇବେ। ଏହାର ଉଦାହରଣ ସରକାରୀ ଡାକ୍ତରଖାନାକୁ ଆସୁଥିବା ମାଗଣା ଓ୍ୟଷଧ କେଉଁଭଳି ନିକଟସ୍ଥ ଓ୍ୟଷଧ ଦୋକାନକୁ ଚୋରା ଚାଲାଣ ହୁଏ, ତାହା ଜନସାଧାରଣ ଜାଣନ୍ତି। ଏବର ସ୍ଥିତି ଦେଖିଲେ ଜୀବନ ମୃତ୍ୟୁ ସହିତ ସମ୍ପୃକ୍ତ ଓ୍ୟଷଧ ଏମ୍‌ଆର୍‌ପି କିମ୍ବା ଛପା ଯାଇଥିବା ମୂଲ୍ୟରେ କେବେହେଲେ ମିଳିବ ନାହିଁ। ଜନସାଧାରଣ ଆକାଶଛୁଆଁ ଦର ଦେଇ ଟିକା କିଣିବାକୁ ବାଧ୍ୟହେବେ। ଏହା ଏକ ମାରାମତ୍କ ପରିସ୍ଥିତି ଟିକା ବ୍ୟବସାୟରେ ସୃଷ୍ଟି କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?