ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଉଛି। ହେଲେ ସମସ୍ତ ଟାଙ୍କି କେବଳ କାଗଜକଲମରେ କାର୍ଯ୍ୟକ୍ଷମ ବୋଲି ସାଧାରଣରେ ଅଭିଯୋଗ ହେଉଛି। ପ୍ରାୟତଃ କେଉଁଠି ପମ୍ପ ଖରାପ ତ ଅନ୍ୟ କେଉଁଠି ଗଁାର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ପାଣିଟାଙ୍କି। ସେହିପରି କେଉଁଠି ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ପାଇପ୍‌ଗୁଡ଼ିକ ଫାଟି ଯାଉଥିବା ଦେଖିବାକୁ ମିଳିଛି। ଫଳରେ ଜଳ ଯୋଗାଣ ସ୍ବାଭାବିକ ହୋଇପାରୁ ନାହିଁ।
ପ୍ରକାଶ ଯେ, ଭଦ୍ରକ ପୌରାଞ୍ଚଳ ଚରମ୍ପାଠାରେ ୫ବର୍ଷ ପୂର୍ବେ ଏକ ଓଭରହେଡ୍‌ ଟାଙ୍କି ଓ ଭୂତଳ ଟାଙ୍କି ପୃଥକ୍‌ ପୃଥକ୍‌ ଭାବେ ନିର୍ମାଣ କରାଯାଇଥିଲା। ବିଦ୍ୟୁତ୍‌ ସଂଯୋଗ ନ ରହିଲେ ମଧ୍ୟ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କୁ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ଲକ୍ଷ୍ୟ ଥିଲା। କିନ୍ତୁ ନିର୍ମାଣ ଦିନଠାରୁ ଗୋଟିଏ ଦିନ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏହି ଦୁଇ ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ସ୍ଥାନୀୟ ଅଧିବାସୀ ନଳିନୀ ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ବହୁବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି।
ସେହିପରି ବନ୍ତ ବ୍ଲକରେ ୨୦, ଭଣ୍ଡାରିପୋଖରୀରେ ୧୯, ବାସୁଦେବପୁରରେ ୨୪, ଭଦ୍ରକରେ ୨୦, ଚାନ୍ଦବାଲିରେ ୩୮, ଧାମନଗରରେ ୨୨, ତିହିଡ଼ିରେ ୪୧, ଚାନ୍ଦବାଲି ଏନ୍‌ଏସିରେ ଗୋଟିଏ ଓ ଭଦ୍ରକ ପୌରପାଳିକାରେ ଗୋଟିଏ ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ୩ ଫୁଟ ତଳେ ପାଇପ୍‌ ବିଛାଇବା ପରିବର୍ତ୍ତେ ମାତ୍ର ୧ ଫୁଟ ତଳେ ବିଛାଯାଉଥିବାରୁ ଅଳ୍ପଦିନରେ ପାଇପ୍‌ଗୁଡ଼ିକ ଫାଟି ଯାଉଥିବା ଜଣାପଡ଼ିଛି। ଜିଲାରେ ୪୯.୩୨ ପ୍ରତିଶତ ଘରକୁ ପାଇପ୍‌ ପାଣି, ୧୬୩୪ଟି ସ୍କୁଲ ମଧ୍ୟରୁ ୧୧୦୫ ଓ ୧୨୪୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୬୪ ଟିକୁ ପାଇପ୍‌ ଲାଇନ ସଂଯୋଗ ହୋଇଛି। ବାରମ୍ବାର ବିଭିନ୍ନ ସମସ୍ୟା କାରଣରୁ ପାଣି ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ଚାନ୍ଦବାଲି ବ୍ଲକର ୫ଟି, ଭଦ୍ରକର ୩, ଧାମନଗରର ୨ ଓ ତିହିଡ଼ିର ଗୋଟିଏ ଏହିଭଳି ମୋଟ ୧୧ ପଞ୍ଚାୟତର ୨୮୪ ଗଁା ସମ୍ପୂର୍ଣ୍ଣ ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ସରକାରୀ ରେକର୍ଡ କହୁଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଭୂତଳ ଜଳସ୍ତର କମିବାରୁ ଏହିସବୁ ପ୍ରକଳ୍ପ ଅଚଳ ହୋଇପଡୁଥିବା ଅଭିଯୋଗ ହେଉଛି। ଅନେକ ପ୍ରକଳ୍ପ ବନ୍ଦ ପଡ଼ିଛି। ବନ୍ତ ବ୍ଲକର ଗୋପୀନାଥପୁର, ମହାନ୍ତିପଡ଼ା ଭଳି ଗଁାର ଓଭରହେଡ୍‌ ଟାଙ୍କି ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଭଳି ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ରାମକୃଷ୍ଣ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି, ଅଗ୍ରାଧିକାର ଭିତ୍ତିରେ ସୁଧାର ଅଣାଯାଉଛି। ଏହାବ୍ୟତୀତ ଓଭରହେଡ୍‌ ଟାଙ୍କି ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟ ତଦାରଖ ହୁଏ। ଏଣୁ ନିମ୍ନମାନର କାର୍ଯ୍ୟ ହୋଇନାହିଁ। ଭଦ୍ରକ ଜନସ୍ବାସ୍ଥ୍ୟ ବିଭାଗ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଯେନା ଚରମ୍ପା ଓଭରହେଡ୍‌ ଟାଙ୍କି ସମସ୍ୟା କଥା ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ସୁଧାର ଅଣାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ୭ ଦିନ ବନ୍ଦ ହେଲା ଭସାପୋଲ

କୃଷ୍ଣପ୍ରସାଦ,୨୭ା୭(ଡି.ଏନ୍‌.ଏ.): ଚିଲିକାରେ ୭ ଦିନ ପର୍ଯ୍ୟନ୍ତ ଭସାପୋଲ ଏବଂ ଡଙ୍ଗାକୁ ବନ୍ଦ କରିଦିଆଯାଇଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିଦିନ ହେବ କରୋନା ପଜିଟିଭ୍‌ଙ୍କ ସଂଖ୍ୟା...

୨୮୩୬ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ଉନ୍ନୀତ: ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୨ା୫(ବ୍ୟୁରୋ)-ରାଜ୍ୟ ସରକାର ରାଜ୍ୟର ୨୮୩୬ ମିନି ଅଙ୍ଗନଓ୍ବାଡିକୁ ଉନ୍ନୀତ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ...

ଗଞ୍ଜାମରେ କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା: ୯ ଦିନରେ ସଂକ୍ରମିତ ହେଲେଣି ୯୪ ଜଣ

ଛତ୍ରପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୨୦ ଜଣ ପ୍ରବାସୀ ଫେରିଛନ୍ତି। ଏ ନେଇ ଜିଲାରେ କରୋନା ପଜିଟିଭଙ୍କ...

ଦ୍ୱିତୀୟ ସୋମବାର : ଆରଡ଼ିରେ ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ

ଆରଡ଼ି,୨୯।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କଠାରେ ଶ୍ରାବଣ ମାସର ୨ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି। ସୀମିତ ସ୍ଥାନରେ ଏତେ...

ଗର୍ଭବତୀଙ୍କୁ ଚଲାଇଥିଲେ ୩ କିଲୋମିଟର

ବାରିପଦା ଅଫିସ/ଉଦଳା,୩୦ା୩(ଡି.ଏନ.ଏ.)-ହେଲ୍‌ମେଟ ଚେକିଂ ବେଳେ ଜଣେ ଗର୍ଭବତୀଙ୍କ ପ୍ରତି ସମବେଦନା ବଦଳରେ ଦବଙ୍ଗଗିରି ଦେଖାଇବା ମୟୂରଭଞ୍ଜ ଜିଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲଙ୍କ ପାଇଁ...

ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଚଳିତ ଆର୍ଥିକବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଆଗତ ଅତିରିକ୍ତ ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ ହୋଇଥିଲା। ପରେ...

କ୍ରଶର ମିଲ୍‌ ବନ୍ଦ ଯୋଗୁ ଉନ୍ନୟନ କାର୍ଯ୍ୟରେ ବାଧା

ମାଲକାନଗିର,୬।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଏକମାସରୁ ଊର୍ଦ୍ଧ୍ୱ ହେବ କ୍ରଶର ମିଲଗୁଡିକ ବନ୍ଦ ରହିଛି ା ଫଳରେ ବହୁ ଘରୋଇ କାର୍ଯ୍ୟ ଏବଂ ଉନ୍ନୟନ କାର୍ଯ୍ୟ...

ଡାକ୍ତରଖାନା ପରିସରରେ ମୃତ ଶିଶୁ

ଅନୁଗୋଳ ଅଫିସ, ୧୯ା୧୦ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶୁକ୍ରବାର ଭୋର ସମୟରେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁର ଦେହରେ...

Advertisement
Archives

Model This Week