Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୧।୫- ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌ ଭାବେ ପରିଚିତ ଏହି ପ୍ରତିଯୋଗିତା ୨୦୨୨ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି। ଭାରତ ଦ୍ୱିତୀୟଥର ପାଇଁ ଏପରି ଏକ ବିଶ୍ୱସ୍ତରୀୟ ଫିଫା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି।

୨୦୧୭ରେ ଫିଫା ୧୭ ବର୍ଷରୁ କମ୍‌ (ପୁରୁଷ) ବିଶ୍ୱକପ୍‌ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିଲା। ଫିଫା ଇତିହାସରେ ଏହାକୁ ସବୁଠାରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ। ୨୦୨୨ରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତରେ ଆୟୋଜିତ ହେବ। ପ୍ରକାଶଯୋଗ୍ୟ ଯେ, ୨୦୨୦ରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଆୟୋଜନ ପାଇଁ ଭାରତ ଅଧିକାର ପାଇଥିଲା। ମାତ୍ର କରୋନା ସଂକ୍ରମଣ ବଢ଼ିବାରୁ ଏହାକୁ ୨୦୨୧କୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏହା ସମ୍ଭବ ହୋଇ ନ ଥିଲା। ତେଣୁ ୨୦୨୨ରେ ଏହାକୁ ଆୟୋଜନ ପାଇଁ ଭାରତକୁ ଅଧିକାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତା ଭାରତର ୫ ଭେନ୍ୟୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କୋଲକାତାର ସଲ୍ଟଲେକ୍‌ ଷ୍ଟାଡିୟମ, ଗୁଆହାଟୀର ଇନ୍ଦିରା ଗାନ୍ଧୀ ଆଥ୍‌ଲେଟିକ୍‌ ଷ୍ଟାଡିୟମ, ଅହମଦାବାଦର ଏକ୍କା ଆରେନା ଓ ନଭି ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ଆୟୋଜନ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ କଲା ଫିଫା

ନୂଆଦିଲ୍ଲୀ,୧୬ ।୮: ବିଶ୍ୱ ଫୁଟବଲ ସଂଚାଳନ ସଂସ୍ଥା ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ)କୁ ତତ୍କାଳ ପ୍ରଭାବ ଅନୁଯାୟୀ ନିଲମ୍ବିତ କରିଛି...

୨୦୨୩ ଫିଫା ମହିଳା ବିଶ୍ୱକପ୍‌: ମିଳିତ ଭାବେ ଆୟୋଜନ କରିବେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ

ଜେନିଭା,୨୬।୬(ଏପି): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ୨୦୨୩ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବେ। ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ...

ଆଇପିଏଲ ପାଇଁ ଜାତୀୟ ଦଳରୁ ଖେଳିବାକୁ ମନା କଲେ ପ୍ରସିଦ୍ଧ ଖେଳାଳି

ଢାକା, ୧୯।୨ : ଆସନ୍ତା ଅପ୍ରିଲ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ। ସମାନ ସମୟରେ ଅନୁଷ୍ଠିତ...

ଦିନିକିଆରେ ୭ ହଜାର ରନ ପୂରଣରେ ମିଥାଲି ପ୍ରଥମ

ଲକ୍ଷ୍ନୌ, ୧୫ା୩ (ପି.ଟି.)- ଭାରତର ଭେଟେରାନ ବ୍ୟାଟ୍ସଓମ୍ୟାନ ମିଥାଲି ରାଜ ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୭,୦୦୦ ରନ ପୂରଣ...

ପ୍ରଥମ ଟେଷ୍ଟ: ଇନିଂସ ଓପନ୍‌ କରିବେ ରୋହିତ

ବିଶାଖାପାଟଣା,୨।୧୦(ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍‌।...

ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି):ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର...

ଭାଲେଣ୍ଟିନା, ମଧୁପ୍ରିୟା, ବ୍ରତତୀଙ୍କୁ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୨୯।୧୧(କ୍ରୀଡ଼ା ପ୍ରତିନିଧି):ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କରାଟେ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଭାଲେନା ଭାଲେଣ୍ଟିନା, ମଧୁପ୍ରିୟା ବାଇ ଓ ବ୍ରତତୀ ବିଶ୍ୱପ୍ରଭା ପତି ବ୍ରୋଞ୍ଜ୍‌...

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନ୍ୟୁଜିଲାଣ୍ଡ...

Advertisement
Archives

Model This Week