ନବଜାତ ଶିଶୁଙ୍କ ଚିକିତ୍ସାରେ ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୮ା୫: ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ) ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ୧୫ଟି ଦିଗରେ ଉନ୍ନତ ପ୍ରଦର୍ଶନକୁ ବିଚାରକୁ ନେଇ ଏହି ସମ୍ମାନ ନିମନ୍ତେ ଚୟନ କରାଯାଇଥାଏ। ଏଥିରେ ଉମରକୋଟ ପ୍ରଥମରେ ରହିଥିବା ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି ସମୀକ୍ଷା ୩ ମାସକୁ ଥରେ କରାଯାଉଥିବା ବେଳେ ଗତଥର ଉମରକୋଟ ଦ୍ୱିତୀୟ ସ୍ଥାନରେ ରହିଥିଲା।
ସୂଚନାଯୋଗ୍ୟ, ୨୦୧୪ରେ ଉମରକୋଟ୍‌ଠାରେ ଆରମ୍ଭ ହେଇଥିବା ଏହି ବିଭାଗରେ ନବଜାତ ଶିଶୁଙ୍କ ପାଇଁ ୧୨ ଶଯ୍ୟାର ବ୍ୟବସ୍ଥା ରହିଥିଲେ ହେଁ ପ୍ରତିଦିନ ୨୦ ରୁ ୨୫ ଶିଶୁ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ଜଣାପଡ଼ିଛି। ଏହି ଏସ୍‌ଏନ୍‌ସିୟୁ ଉପରେ ଜିଲାର ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକରୁ ଶିଶୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥାନ୍ତି। ବିଶେଷକରି ଜଣ୍ଡିସ୍‌, ଅଳ୍ପ ଓଜନ କିମ୍ବା ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଯାଉଥିବା ନବଜାତ ଶିଶୁଙ୍କୁ ଏଠାରେ ରଖି ଚିକିତ୍ସା କରାଯାଇଥାଏ। ଏବେ ଏଠାରେ ଶିଶୁଙ୍କ ପାଇଁ ଅମ୍ଳଜାନ, ୱାର୍ମର, ଫଟୋଥେରାପି ଆଦି ସମସ୍ତ ସୁବିଧା ରହିଛି। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା ଏହି ବିଭାଗରେ କଙ୍ଗାରୁ ମଦର କେୟାର ୟୁନିଟ ମଧ୍ୟ ରହିଛି। ଏକାସଙ୍ଗେ ୭ ମହିଳା ଏଠାରେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଏବେ ଏହି ଏସ୍‌ଏନ୍‌ସିୟୁରେ ୩ କରୋନା ସଂକ୍ରମିତ ଶିଶୁ ଚିକିତ୍ସିତ ଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ବତନ୍ତ୍ର କୋଠରିରେ ରଖି ଚିକିତ୍ସା କରାଯାଉଥିବା ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ସନ୍ତୋଷ କୁମାର ପଣ୍ଡା କହିଛନ୍ତି। ଏଭଳି ସୁବିଧା ରାଜ୍ୟରେ ବଡ଼ ବଡ଼ ମେଡିକାଲ କଲେଜରେ ମଧ୍ୟ କମ୍‌ ରହିଥିବା ନୂତନ ଡାକ୍ତରୀ ପାଠପଢ଼ା ସାରିଥିବା ଡାକ୍ତରମାନେ କହିଛନ୍ତି। ଉମରକୋଟ ଅଞ୍ଚଳର ଡାକ୍ତର ସନ୍ତୋଷ କୁମାର ପଣ୍ଡା ଏବଂ ୧୦ ଷ୍ଟାଫ୍‌ନର୍ସଙ୍କ ନିଷ୍ଠାପର ସେବା ହିଁ ଉପାନ୍ତ ଅଞ୍ଚଳର ଏହି ୟୁନିଟ ରାଜ୍ୟରେ ଆଦର୍ଶ ପାଲଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri