ପ୍ରକାଶ ପାଇଲା ୟୁଜିସି ଏକାଡେମିକ କ୍ୟାଲେଣ୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): କରୋନା ସଂକ୍ରମଣ ଭିତରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କରୋନା ସମୟରେ କିପରି ପାଠପଢ଼ା ଆରମ୍ଭ କରିବେ, ସେନେଇ ଗାଇଡ଼ଲାଇନରେ ଉଲ୍ଲେଖ କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରିବା ସହ ୟୁଜିସି ଅପଡେଟ୍‌ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରିଛି।

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ଓ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଅଣ୍ଡର ଗ୍ରାଜୁଏଟ(ୟୁଜି) ପାଠ୍ୟକ୍ରମର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସରିବ। ପାଠପଢ଼ା ଅକ୍ଟୋବାର ୧ ସୁଦ୍ଧା ଆରମ୍ଭ କରାଯିବ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଯଥାଶୀଘ୍ର ବ୍ୟବସ୍ଥା କରିବାକୁ ୟୁଜିସି ଗାଡ଼ଲାଇନ୍‌ରେ ଉଲ୍ଲେଖ ରହିଛି। ସ୍ଥାନୀୟ ଅଞ୍ଚଳର ସଂକ୍ରମଣ ସ୍ଥିତିକୁ ଦେଖି କ୍ଲାସ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନରେ ଆରମ୍ଭ କରାଯାଇପାରିବ। ଜୁଲାଇ ୩୧ ପୂର୍ବରୁ ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଯଦି ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୁଏ, ତେବେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଅକ୍ଟୋବର ୧୮ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରିପାରନ୍ତି ବୋଲି ଗାଇଡ଼ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ସେହିପରି ଗତ ଶେଷବର୍ଷ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ସାରିବାକୁ ଗାଇଡ଼ଲାଇନରେ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଥିବା ବେଳେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ବଳକା ସିଟ୍‌ ପାଇଁ ନାମଲେଖା ସାରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଏଣିକି ରାଜ୍ୟର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ କଲେ ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ଦିନିଆ...

କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ...

ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ବମ୍‌ ଲଗାଇ ଉଡ଼ାଇ ଦେବାକୁ ଯୋଜନା

ତାଳଚେର,୧ା୯(ମନୋଜ ନନ୍ଦ): ତାଳଚେର ବ୍ଲକ ଅନ୍ତର୍ଗତ ନନ୍ଦିରା ଛକସ୍ଥିତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ଗେଟ୍‌ ନିକଟରେ ଏକ ବମ୍‌ ପଡ଼ିଥିବା ଦେଖିବାକୁ ମିଲିଥିଲା।...

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୮ା୭: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଅଞ୍ଚଳରୁ ଗୁରୁବାର ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ, ଢେଙ୍କାନାଳ ଅବକାରୀ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୪୦...

ମ୍ୟାଚ୍‌ ଲାଗି ଟିକେଟ କିଣିବାକୁ ଅସମ୍ଭାଳ ଭିଡ

କଟକ ଅଫିସ,୯।୬: ଜୁନ ୧୨ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ଗୁରୁବାରଠାରୁ ଅଫ୍‌ଲାଇନରେ ଟିକେଟ ମିଳୁଛି ।...

ଲଗାଣ ବର୍ଷାରେ ବୁଡ଼ିଲା ରାଜଧାନୀ ରାସ୍ତା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୁଇଦିନ ହେବ ଲଗାଣ ବର୍ଷା...

ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ, ୨୪।୨: ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ସମୂଦ୍ର କୂଳ...

ଓଡ଼ିଶୀରେ ତ୍ରିବେଣୀ ସଙ୍ଗମ:କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ,୪ା୧୨(ଡି.ଏନ.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏଥିରେ ପୁରାଣ...

Advertisement
Archives

Model This Week