ୟୁଜିସି-ଏନ୍‌ଇଟି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨।୧୦(ବ୍ୟୁରୋ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ଏନ୍‌ଇଟି ଡିସେମ୍ବର-୨୦୨୦ ଓ ଜୁନ୍‌-୨୦୨୧ ସେସନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଯଥାକ୍ରମେ ଅକ୍ଟୋବର ୬ରୁ ୮ ତାରିଖ ଏବଂ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହି ଦୁଇ ସେସନ ପରୀକ୍ଷା ଆସନ୍ତା ୧୭ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଏନ୍‌ଟିଏ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଆସନ୍ତା ୬ ଓ ୭ ତାରିଖରେ ଅନ୍ୟାନ୍ୟ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ରମାନେ ୟୁଜିସି-ଏନ୍‌ଇଟି ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏନ୍‌ଟିଏ ପରୀକ୍ଷାକୁ ଘୁଞ୍ଚାଇଛି। ତେବେ ଅଧିକ ତଥ୍ୟ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ ପର୍ଯ୍ୟାୟକ୍ରମେ ଏନ୍‌ଟିଏ ଓ୍ବେବ୍‌ସାଇଟ www.nta.ac.in, https.//ugcnet.nta.nic.inକୁ ଦେଖିବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତରୁ ଗଳୁଛି ପାଣି, ରୋଗୀ ହନ୍ତସନ୍ତ

ଖୁଣ୍ଟୁଣୀ,୨୫ା୭(ଡି.ଏନ୍‌.ଏ.): ୫୫ ନମ୍ବର ଜାତୀୟ ରାଜପଥ ଶିଳ୍ପାଞ୍ଚଳ ପାର୍ଶ୍ୱରେ ଥିବା ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନା ଛାତ ଫାଟି ପାଣି ଗଳୁଛି। ଏଥିସହ ଷ୍ଟୋରରୁମ୍‌ ଛାତରୁ ସିମେଣ୍ଟ...

ଶନିବାରରୁ ଟିକାକରଣ: ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଶନିବାର ଆରମ୍ଭ ହେବ ବହୁ ପ୍ରତିକ୍ଷିତ କୋଭିଡ୍‌ ଟିକାକରଣ। ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା...

ଶିଶୁ ମୃତ୍ୟୁ ଘଟଣା: ଯାଞ୍ଚ କଲେ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍‌

କେନ୍ଦୁଝର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିସତ୍ାଳୟର ଶିଶୁ ୱାର୍ଡରେ ୪ ନବଜାତ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ବରିଷ୍ଠ...

ଓଡ଼ିଶାର ୪ ପୋଲିସ ଅଧିକାରୀ ହେବେ ସମ୍ମାନିତ

ଭୁବନେଶ୍ୱର,୧୨।୮(ବ୍ୟୁରୋ): କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ପକ୍ଷରୁ ଦେଶର ୧୫୧ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ପୋଲିସ ଅଧିକାରୀଙ୍କ ନାମ...

ଏଥର ଭୁବନେଶ୍ୱରରେ ମହିଳା ମେୟର!

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ମେୟର ପଦବୀ...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା, ଗର୍ଭପାତ: ବନ୍ଧା ହେଲେ ସମିତିସଭ୍ୟଙ୍କ ପୁଅ, କ୍ୱାକ୍‌

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିବା ଏବଂ ଗର୍ଭପାତ...

ପ୍ରଚାରରେ ପୂରା ଦମ୍‌ ଲଗାଇଛନ୍ତି ଦଳ

ଯାଜପୁର ଅଫିସ,୨୧ା୩: ଯାଜପୁର ଜିଲାର ୨ ପୌର ପରିଷଦର ୪୪ଟି ୱାର୍ଡ ପାଇଁ ଭୋଟକୁ ଆଉ ମାତ୍ର ୩ ଦିନ ବାକି। ସେଥିପାଇଁ ତିନି ମୁଖ୍ୟ...

ରାଜ୍ୟରେ ଆଉ ୪ ବିମାନବନ୍ଦର ହେବ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଝାରସୁଗୁଡା ସମେତ ଜୟପୁର, ଉତ୍‌କେଲା ଏବଂ ରାଉରକେଲାରେ ବିମାନବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ୧୯ଟି ଏୟାର ଷ୍ଟ୍ରିପର...

Advertisement
Archives

Model This Week