ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଫିଲ୍ମକୁ କରିଥିଲେ ପ୍ରତ୍ୟାଖ୍ୟାନ: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ ଅଛି ଯାହାକୁ ଦର୍ଶକ ହୃଦୟରୁ ଗ୍ରହଣ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଫିଲ୍ମଗୁଡ଼ିକର ରିଲିଜ୍‌କୁ ବହୁ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଦର୍ଶକ ଆଜି ବି ତାହାକୁ ଦେଖିବାକୁ ଚାହାନ୍ତି। ଏସବୁ ଫିଲ୍ମ ମଧ୍ୟରୁ ଅନ୍ୟତମ ହେଉଛି ‘ହମ୍‌ ସାଥ୍‌ ସାଥ୍‌ ହେଁ’। ସରୋଜ ବଡଜାତ୍ୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବା ଇତି ମଧ୍ୟରେ ୨୧ ବର୍ଷ ବିତିଯାଇଛି। ୨୧ ବର୍ଷ ପୂର୍ବେ ଏହି ଫିଲ୍ମଟି ୫ ନଭେମ୍ବରେ ମୁକ୍ତିଲାଭ କରିଥିଲା। ଏଥିରେ ସଲମାନ ଖାଁ, ସୋନାଲି ବେନ୍ଦ୍ରେ, ସୈଫ୍‌ ଅଲ୍ଲୀ ଖାଁ, କରିସ୍ମା କପୁର, ତବ୍‌ବୁ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ।

ମାତ୍ର ଏହି ଫିଲ୍ମପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ମାଧୁରୀ ଦୀକ୍ଷିତ ଏବଂ ରବୀନା ଟଣ୍ଡନ । ମାତ୍ର ସେମାନେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। କୁହାଯାଏ ଯେ, ବଡ଼ ଭାଉଜଙ୍କ ଭୂମିକା ପାଇଁ ମାଧୁରୀଙ୍କୁ କୁହାଯାଇଥିଲା, ତେଣୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ସଲମାନ ଏବଂ ସୈଫ୍‌ଙ୍କ ଭାଉଜ ହେବାକୁ  ଚାହିଁ ନ ଥିଲେ। ବାସ୍ତବରେ, ଏହି ଫିଲ୍ମ ପୂର୍ବରୁ ସେ ଏହି ଅଭିନେତାଙ୍କ ସହିତ ରୋମାଣ୍ଟିକ ଫିଲ୍ମ ମଧ୍ୟ କରିଥିଲେ।

ଅନ୍ୟପକ୍ଷରେ, ରବୀନାଙ୍କୁ ସଲ୍‌ମାନ୍‌ଙ୍କ ବିପକ୍ଷରେ ଅଭିନୟ କରିବାକୁ କୁହାଯାଇଥିଲା। ମାତ୍ର ସେ ଏହାକୁ ଗ୍ରହଣ ନ କରିବାରୁ ସୋନାଲିଙ୍କୁ ଅଫର ମିଳିଥିଲା। ଏହି ମଲ୍ଟି ଷ୍ଟାରର ଫିଲ୍ମ ରବିନାଙ୍କ କ୍ୟାରିୟର ପାଇଁ ଭଲ ନୁହେଁ ଭାବି ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ସୋନାଲି ଓ ସଲ୍‌ମାନ୍‌ଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେବ ନାହିଁ ବରୁଣ ଧାୱନଙ୍କ ରିସେପ୍ସନ

ବଲିଉଡ ଅଭିନେତା ବରୁଣ ଧାୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ୨୪ ଜାନୁୟାରୀରେ ବିବାହ କରିଛନ୍ତି। ପରିବାର...

ସ୍କୁଲ ୟୁନିଫର୍ମରେ ଆୟେଶାଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍‌ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…

ବମ୍ବେ: ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ...

ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍‌ର ମର୍ଲିନ ମୁନରୋ କୁହାଯାଉଥିବା...

ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟର ଫିଲ୍ମ ‘ପୁଷ୍ପା’ ଚାର୍‌ଚାନ୍ଦ ଲଗାଇ ଦେଇଛି। ପୁଷ୍ପା ଯୋଗୁ ଅଲ୍ଲୁ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ପାଲଟିଯାଇଛନ୍ତି। ଏହି...

ବଲିଉଡର ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆଣିଲେ ଏମିତି ଅଭିଯୋଗ

ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ ଖାନଙ୍କ ସ୍ତ୍ରୀ କମଲରୁଖ ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୱାଜିଦଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ...

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍‌ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ...

କାଟ୍ରିନାଙ୍କ ସିକ୍ରେଟ କହିଲେ ଏହି କ୍ରିକେଟର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ସିକ୍ରେଟ କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌। କାଟ୍ରିନା କୈଫ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କର କ’ଣ ସମ୍ପର୍କ...

ମିତାଲି ରାଜଙ୍କ ବାୟୋପିକ୍‌ରେ ନଜର ଆସିବେ ତାପସି

ମୁମ୍ବାଇ: ଖେଳ ଦୁନିଆର କେତେଜଣ ବ୍ୟକ୍ତିତ୍ୱଙ୍କୁ ନେଇ ତିଆରି ହେଉଛି ଗୋଟିଏ ପରେ ଗୋଟିଏ ବାୟୋପିକ୍‌। ଏବେ ଭାରତୀୟ ମହିଳା କ୍ରିକେଟର କ୍ୟାପଟେନ୍‌ ମିତାଲି ରାଜଙ୍କ...

Advertisement
Archives

Model This Week