Posted inଫୁରସତ

ଏମିତି ସ୍ଥାନ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି। ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ସ୍ଥାନ ସମ୍ପର୍କରେ…
ହୋୟା ବସୁ ଜଙ୍ଗଲକୁ ବିଶ୍ୱର ସବୁଠୁ ଭୟଙ୍କର ଜଙ୍ଗଲ ଭାବରେ ଗଣନା କରାଯାଏ। ଏଠାରେ ଘଟିଥିବା ଭୟଙ୍କର ଘଟଣା ଯୋଗୁ ଏହାକୁ ରୋମାନିୟା ବା ଟ୍ରାନ୍‌ସ୍ଲେଭାନିଆ ବରମୁଡା ଟ୍ରାଏଆଙ୍ଗେଲ୍‌ କୁହାଯାଏ। ଏହି ଜଙ୍ଗଲ ପ୍ରାୟ ୭୦୦ ଏକର ପରିମିତ ଜାଗାରେ ରହିଛି। କୁହାଯାଏ, ଏହି ଜଙ୍ଗଲକୁ ଯାଇଥିବା ହଜାର ହଜାର ଲୋକଙ୍କ ପତ୍ତା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଉକ୍ତ ଜଙ୍ଗଲରେ ଥିବା ଗଛଗୁଡ଼ିକ ଦେଖିବାକୁ ମଧ୍ୟ ଭୟଙ୍କର। ଅଙ୍କାବଙ୍କା ହୋଇ ରହିଛି ଗଛଗୁଡ଼ିକ। ଯାହାକୁ ଦେଖିଲେ ଭୟ ଲାଗିବ।
କିମ୍ବଦନ୍ତୀ ଅନୁସାରେ, ଏଠାକୁ ଯାଇଥିବା ଲୋକେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ୨୦୦ ଗଧିଆ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ୧୯୬୮ରେ ଏମିଲ୍‌ ବରନିଆ ନାମକ ଜଣେ ବ୍ୟକ୍ତି ଆକାଶରେ ଏକ ଅଲୌକିକ ଶରୀରକୁ ଦେଖିଥିଲେ। ଏଠାକୁ ଆସୁଥିବା କିଛି ପର୍ଯ୍ୟଟକ ମଧ୍ୟ ଏମିତି ଅନେକ ଅଲୌକିକ ଘଟଣା ଦେଖିଥିବା କୁହନ୍ତି। ଲୋକଙ୍କ କହିବା କଥା ଏହି ଜଙ୍ଗଲରେ କିଛି ଅଦୃଶ୍ୟ ଶକ୍ତି ରହିଛି ଯାହା ଫଳରେ ଏମିତି ଘଟଣା ଘଟୁଛି। ସେହିପରି ଏଠାରେ ଅଜବ ସ୍ବର ମଧ୍ୟ ଶୁଭିଥାଏ।
କୁହାଯାଏ, ୧୮୭୦ ମସିହାରେ ଏହି ଜଙ୍ଗଲ ନିକଟରେ ଏକ ଗାଁ ରହିଥିଲା। ଏକ କୃଷକ ପରିବାରର ଝିଅଟିଏ ଜଙ୍ଗଲକୁ ବୁଲିବାକୁ ଯାଇଥିଲା। ଏହା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ୫ ବର୍ଷ ପରେ ଜଙ୍ଗଲ ମଧ୍ୟରୁ ଏହି ଝିଅଟି ଯେତେବେଳେ ଘରକୁ ଫେରିଥିଲା ସେତେବେଳେ ତା’ର ବ୍ୟବହାରରେ ଅଜବ ପରିବର୍ତ୍ତନ ଘଟିଥିଲା। ଏପରିକି ତା’ର ମୃତ୍ୟୁ ମଧ୍ୟ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri