Posted inଜାତୀୟ

ହସ୍ପିଟାଲରେ ମିଳିଲାନି ଶଯ୍ୟା: ହାତରେ ସାଲାଇନ୍‌ ବୋତଲ ଧରି ଆହତ ପିତାଙ୍କ ସହ ବୁଲିଲେ ନାବାଳକ

ଆରା,୬।୧୧: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ସତ? ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ଏକ ହସ୍ପିଟାଲରେ। ଏହି କଥା ଆମେ କହୁନାହୁଁ ବରଂ ଆରା ଜିଲାରୁ ଆସିଥିବା ଏହି ଫଟୋ ଦର୍ଶାଉଛି। ଜଣେ ୫ ବର୍ଷର ବାଳକ ହାତରେ ସାଲାଇନ୍‌ ଧରି ନିଜ ଆହତ ପିତାଙ୍କ ସହ ହସ୍ପିଟାଲରେ ବୁଲୁଛି। କାଳେ କେଉଁଠି ବସିବା ପାଇଁ ବାପାଙ୍କୁ ଜାଗାଟିଏ ମିଳିଯିବ। କାରଣ ଚିକିତ୍ସା ପାଇଁ ହସ୍ପିଟାଲରେ ଶଯ୍ୟା ନାହିଁ।

ସୂଚନାଯୋଗ୍ୟ, ଆରାର ବିହିଆରେ ରହୁଥିବା ମୋହନ ଯାଦବ ପେଶାରେ ଜଣେ ଶ୍ରମିକ। ଗୁରୁବାର ଘରେ ରଙ୍ଗ ଦେଉଥିବା ବେଳେ ହଠାତ୍‌ ତଳକୁ ଖସିପଡ଼ି ଆହତ ହୋଇଥିଲେ। ଏହାପରେ ତାଙ୍କ ୫ବର୍ଷର ପୁଅ ସହ ଚିକିତ୍ସା ପାଇଁ ଆରାର ସଦର ହସ୍ପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ସାଲାଇନ୍‌ ଲଗାଇଥିଲେ। କିନ୍ତୁ ହସ୍ପିଟାଲରେ ଶର୍ଯ୍ୟା ନ ଥିବାରୁ ବାପପୁଅ ଏଣେତେଣ ବୁଲିଥିଲେ। ଏହି ଫଟୋ ଆପଣଙ୍କୁ ବ୍ୟଥିତ କରିପାରେ। କିନ୍ତୁ ଏହା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏକ ଜ୍ୱଳନ୍ତ ଉଦାହରଣ। ବିହାରରେ ସ୍ବାସ୍ଥ୍ୟସେବା ଏବେ ଭେଣ୍ଟିଲେଟରରେ ରହିଛି ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଅନ୍ୟପଟେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୩।୧୧: ଉତ୍ତର ପ୍ରଦେଶର ଗାଜିପୁର ଅହରାଉଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚା’ ଦୋକାନରେ ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି॥...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କମଲ ହାସନ

ଚେନ୍ନାଇ,୧୯।୨: ଅଭିନେତା-ରାଜନେତା କମଲ ହାସନ ତାମିଲନାଡୁର ଏରୋଡ ଇଷ୍ଟ ଆସନ ଉପନିର୍ବାଚନରେ ଶାସକ ଡିଏମକେ ନେତୃତ୍ୱରେ ସିକ୍ୟୁଲାର ପ୍ରଗତିଶୀଳ ମିଳିତ ମେଣ୍ଟ ପାଇଁ ପ୍ରଚାର କରିବେ।...

ଏବେଠୁ ଭୟ: ଗୋଆରେ ସବୁ ପ୍ରାର୍ଥୀଙ୍କୁ ରିସୋର୍ଟକୁ ନେଲା କଂଗ୍ରେସ

ପଣଜୀ,୯।୩: ଗୋଆରେ ନିର୍ବାଚନ ଫଳାଫଳ ଆସିବାର ଅବ୍ୟବହିତ ପୂର୍ବରୁ ସରକାର ଗଠନକୁ ନେଇ ଅଣ୍ଟା ଭିଡିଛି କଂଗ୍ରେସ। ବିଶେଷକରି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ...

କାନପୁର ଗସ୍ତରେ ପ୍ରଧାନମନ୍ତ୍ରୀ

କାନପୁର,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କାନପୁର ଗସ୍ତରେ ଯିବେ। କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଏବଂ ବିନା-ପଙ୍କି ମଲ୍ଟି-ପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ସମ୍ପୂର୍ଣ୍ଣ ବିଭାଗର...

ପ୍ରବଳ ବର୍ଷାରେ ମଣିପୁରରେ ଭୂସ୍ଖଳନ

ଇମ୍ଫାଲ,୧୭।୮: ମଣିପୁରରେ ଦୀର୍ଘ ଦିନ ଧରି ହିଂସା ଥମି ନ ଥିବା ବେଳେ ରାଜ୍ୟ ପୁଣି ଏକ ଅସୁବିଧାର ସମ୍ମୁଖିନ ହୋଇଛି। ପ୍ରବଳ ବର୍ଷା ଯୋଗୁ...

କେନ୍ଦ୍ର ଲାଗି ଲୋକପାଳ ଦୁର୍ବଳ

ନୂଆଦିଲ୍ଲୀ,୧୬।୩: ଭାରତର ଦୁର୍ନୀତି ବିରୋଧୀ ଅମ୍ବୁଡ୍ସମ୍ୟାନ୍‌ ଲୋକପାଳ ୨୦୨୧ ଏପ୍ରିଲରୁ ୨୦୨୨ ଜାନୁୟାରୀ ୩୧ ମଧ୍ୟରେ ୪,୨୪୪ଟି ଅଭିଯୋଗ ପାଇଛନ୍ତି, ଯାହାକି ୨୦୨୦-୨୧ ତୁଳନାରେ ୮୦%...

ମୋଦି ସରକାରଙ୍କ ନିକଟରେ ଦାବି କଲେ ଓଓ୍ବାଇସି, ଯେଉଁମାନଙ୍କୁ ସଂରକ୍ଷଣ ମିଳିନି ସେମାନଙ୍କୁ ଦିଆଯାଉ ସଂରକ୍ଷଣ

ନୂଆଦିଲ୍ଲୀ,୩।୯: ଓବିସିକୁ ସବ କାଟାଗୋରୀରେ ବିଭକ୍ତ କରିବାକୁ ରୋହିଣୀ କମିଶନ ରିପୋର୍ଟରେ ୨୬୦୦ ଓବିସି ଜାତିର ଏକ ତାଲିକା ଦିଆଯାଇଛି। ଓବିସି କୋଟା କିପରି ବଣ୍ଟନ...

ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ

ଓ୍ବାଶିଂଟନ୍‌,୨।୮: ବିଶ୍ୱର ବିଭିନ୍ନ କୋଣରେ ହେଉଥିବା ମହିଳାଙ୍କ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା। ସେ...

Advertisement
Archives

Model This Week