ବିଦ୍ୟୁତ୍‌ ବିଲ୍‌ ପୈଠ ପରେ ବି ଲାଗିଲାନି ଟ୍ରାନ୍ସଫର୍ମର

କୋକସରା,୩୦ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ଗୁଡ଼ା ଗ୍ରାମରେ ଲାଗିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଜୁଲାଇ ୭ରୁ ବଜ୍ରପାତରେ ପୋଡ଼ି ଯାଇଥିଲା। ପରେ ଗ୍ରାମବାସୀ କୋକସରା ବ୍ଲକ ବିଦ୍ୟୁତ୍‌ ବିଭାଗୀୟ ଟାଟା ପାଓ୍ବାରର କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ତେବେ କନିଷ୍ଠ ଯନ୍ତ୍ରୀ ପୁରୁଣା ଇଲେକ୍ଟ୍ରି ବିଲ୍‌ର ୩୦ ପ୍ରତିଶତ ପୈଠ କଲେ ଟ୍ରାନ୍ସଫର୍ମର ଲାଗିବ ବୋଲି କହିଥିଲେ। ଉପଭୋକ୍ତାମାନେ ଅନ୍ୟ ଉପାୟ ନପାଇ ୮୦ ହଜାର ଟଙ୍କା ବିଦ୍ୟୁତ୍‌ ବିଲ ପୈଠ କରିଥିଲେ। ତଥାପି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଫୋନ କଲେ ସଂପୃକ୍ତ ଯନ୍ତ୍ରୀ ଆଜି କାଲି କହି ଦିନ ଗଡ଼ାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ୨୭ ଦିନ ହେବ ଗାଁରେ ବିଦ୍ୟୁତ୍‌ ନ ଥିବାରୁ ଲୋକେ ନାହ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଉପଭୋକ୍ତା ହରେକୃଷ୍ଣ ନାଏକ, ଲକ୍ଷ୍ମୀଧର ପୂଜାରୀ, ବିମ୍ବାଧର ସାହୁ, ଧନୁର୍ଜ୍ୟ ଦାସ, କ୍ଷୀରସିନ୍ଧୁ ଗୋପାଳ, ମାନଗୋବିନ୍ଦ ନିଆଲ, ନରେନ୍ଦ୍ର ମେହେର, ସଦନ ମେହେର, ଇଶାରାମ ଜୁଏଡ଼, ଅଙ୍ଗଦ ନିଆଲ, ବିଭୀଷଣ ପୂଜାରୀ, ଅଜୟ ମାଝୀି ପୁରସ୍ତମ ମେହେର, ବଂଶୀ ମେହେର ପ୍ରମୁଖ କହିଛନ୍ତି। ଏ ନେଇ ଦାୟିତ୍ୱରେ ଥିବା ଟାଟା ପାଓ୍ବାରର କନିଷ୍ଠ ଯନ୍ତ୍ରୀ ବ୍ରଜମୋହନ ଦଳେଇଙ୍କ ପ୍ରତିକ୍ରିୟା ନେବାରୁ ଟ୍ରାନ୍ସଫର୍ମର ଲଗାଇବା ପାଇଁ ବୁର୍ଲା ଅଫିସରୁ ରିଲିଜ ଅର୍ଡର ଆସିନାହିଁ। ଆମେ ଚେଷ୍ଟା କରୁଛୁ, ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଟ୍ରାନ୍ସଫର୍ମର ଲଗାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri