‘ନବଜୀବନପୁର’ର ନବକଳେବର

ଢେଙ୍କାନାଳ ଅଫିସ,(ରତନ ନାୟାର) ୨୭।୮: ଭାରତର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ରହିଥିବା ଆତ୍ମୀୟତା, ଉତ୍ତମ ବ୍ୟବହାର ସାଙ୍ଗକୁ ଭିନ୍ନଧରଣର ଖାଦ୍ୟପେୟ, ଲୋକକଳା ଏବଂ ପାରମ୍ପରିକ କୁଟୀର ଶିଳ୍ପ ଦେଶବିଦେଶର ପର୍ଯ୍ୟଟକଙ୍କୁ ଟାଣି ଆଣିବାର ସାମର୍ଥ୍ୟ ରଖେ। ଏହାକୁ ନଜରରେ ରଖି ଗ୍ରାମୀଣ ପର୍ଯ୍ୟଟନ (ରୁରାଲ୍‌ ଟୁରିଜମ୍‌) ଉପରେ ଦୃଷ୍ଟି ନିବଦ୍ଧ କରିଛି ସରକାର, ଯାହା ବାରିହୋଇପଡୁଛି ଢେଙ୍କାନାଳ ଜିଲାର ଡୋକ୍ରା ଶିଳ୍ପୀଙ୍କ ଗାଁ ନବଜୀବନପୁର (ସଦେଇବେରେଣୀ)ରୁ। ରୁରାଲ ଟୁରିଜମରେ ଯୋଡ଼ିହେବା ପରେ ଏହି ଗାଁ ନୂଆ ରୂପରେ ଝଲସୁଛି। ପର୍ଯ୍ୟଟକଙ୍କ ଆଗମନ ହେଲେ ବିଦେଶୀ ପୁଞ୍ଜି ପ୍ରବାହ ସହ ପାରମ୍ପରିକ ଡୋକ୍ରା ହସ୍ତଶିଳ୍ପ ସ୍ବତନ୍ତ୍ର ପରିଚୟ ପାଇବ ବୋଲି ଆଶାବାଦୀ ଅଛନ୍ତି ଅଞ୍ଚଳର ଶିଳ୍ପୀ ପରିବାର।
ଢେଙ୍କାନାଳ ଜିଲାର ଗ୍ରାମୀଣ ପର୍ଯ୍ୟଟନକୁ ବଳ ଯୋଗାଇବାକୁ ସଦର ବ୍ଲକ ସପ୍ତଶଯ୍ୟାକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନେଇଥିଲେ ସରକାର। ଫୋକସ୍‌ରେ ରହିଥିଲା ପ୍ରସିଦ୍ଧ ଡୋକ୍ରା ହସ୍ତଶିଳ୍ପୀଙ୍କ ଗାଁ ନବଜୀବନପୁର। ୨୦୧୬-୧୭ ଆର୍ଥିକ ବର୍ଷରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ପ୍ରସ୍ତାବ କ୍ରମେ ଏଠାରେ ଆରମ୍ଭ ହୋଇଥିଲା ଉନ୍ନୟନ କାର୍ଯ୍ୟ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁର ହୋଇଥିଲା ୨ କୋଟି ଟଙ୍କା। ପ୍ରାକୃତିକ ପରିବେଶ ପାଇଁ ସପ୍ତଶଯ୍ୟା ଦେଶବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ନବଜୀବନପୁରରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ତିଆରି କରିବାକୁ ଦିଆଯାଇଥିଲା ଗୁରୁତ୍ୱ, ଯାହା ସାକାର ରୂପ ନେଇଛି। ଅନୁଦାନ ମିଳିଥିବା ୫ କୋଟି ଟଙ୍କାରେ ମୁଖଶାଳା, ଡୋକ୍ରା କାରିଗରମାନେ ହସ୍ତଶିଳ୍ପ ନିର୍ମାଣ ଲାଗି ଏକ ହଲ୍‌, ସାମଗ୍ରୀ ବିକ୍ରୟ କେନ୍ଦ୍ର, ପ୍ରଦର୍ଶନୀ ହଲ୍‌, ବୈଠକଖାନା, ପର୍ଯ୍ୟଟକ ରହଣି ସ୍ଥଳ ନିର୍ମାଣ କରାଯାଇଛି। ପ୍ରକଳ୍ପ ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତକୁ ପ୍ରଦାନ କରାଯାଇଛି। ଇତିମଧ୍ୟରେ ପାଖାପାଖି ସମସ୍ତ କାମ ଶେଷ ହୋଇସାରିଥିବାବେଳେ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି ଏହି ଶିଳ୍ପୀ ଗ୍ରାମ। କରୋନା କଟକଣା ହଟିବା ପରେ ନବଜୀବନପୁର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶାପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ନବଜୀବନପୁର ଅଞ୍ଚଳରେ ୧୨୦ ଡୋକ୍ରା ଶିଳ୍ପୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଗ୍ରାମରେ ହସ୍ତଶିଳ୍ପ ନିର୍ମାଣ କରୁଛନ୍ତି। ଅନ୍ୟ କେତେକ ପରିବାର ସପ୍ତଶଯ୍ୟା ପାହାଡ଼ ପାଦଦେଶକୁ ଉଠିଯାଇ ଡୋକ୍ରା କଳାକୃତି ଗଢୁଛନ୍ତି। ଏହି ଦୁଇଗୋଷ୍ଠୀଙ୍କୁ ଏକାଠି କରାଗଲେ ଡୋକ୍ରା ଶିଳ୍ପର ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ପର୍ଯ୍ୟଟକ ଆସିଲେ ସଫଳତା ଜଣାପଡ଼ିବ
ଗ୍ରାମୀଣ ପର୍ଯ୍ୟଟନର ବିକାଶ ଲାଗି ମଞ୍ଜୁର ହୋଇଥିବା ଅନୁଦାନରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଶିଳ୍ପୀଗ୍ରାମ ନବଜୀବନପୁର ଏବେ ପର୍ଯ୍ୟଟକଙ୍କୁ ଅପେକ୍ଷା କରିଛି। ଆଗନ୍ତୁକ ଆସିବା ପରେ ପ୍ରକଳ୍ପର ସଫଳତା ଜଣାପଡ଼ିବ।
-ଜେଶସ ସାହୁ, ସପ୍ତଶଯ୍ୟା ସରପଞ୍ଚ

ଭିନ୍ନ ଅନୁଭୂତି ସାଉଁଟିବେ ଆଗନ୍ତୁକ
ଢେଙ୍କାନାଳ ଜିଲାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ରୁରାଲ ଟୁରିଜମରେ ଯୋଡ଼ି ହୋଇଥିବା ନବଜୀବନପୁର ସେମାନଙ୍କୁ ଭିନ୍ନ ଅନୁଭୂତି ଦେବ। ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି।
-ନରୋତ୍ତମ ବେହେରା, ପିଡି ଡିଆର୍‌ଡିଏ

ପ୍ରକଳ୍ପକୁ ବ୍ୟାପକ କରାଯିବ
ନବଜୀବନପୁରରେ ହୋଇଥିବା ସମସ୍ତ ପର୍ଯ୍ୟଟନ ସମ୍ପର୍କିତ ପ୍ରକଳ୍ପର ରକ୍ଷଣାବେକ୍ଷଣା ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। କରୋନା ସ୍ଥିତି ସୁଧୁରିବା ପରେ ପର୍ଯ୍ୟଟକଙ୍କ ଆଗମନକୁ ଲକ୍ଷ୍ୟ କରି ଆବଶ୍ୟକ ପଡ଼ିଲେ ପ୍ରକଳ୍ପକୁ ବ୍ୟାପକ କରାଯିବ।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri