ସଙ୍କଟରେ ବହୁରୂପିଆଙ୍କ ପାରମ୍ପରିକ କଳା

କେନ୍ଦୁଝର,୨୩ ।୧୧ (ସ୍ବ.ପ୍ର.) ଏକଦା ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହରାଞ୍ଚଳରେ ବହୁରୂପିଆଙ୍କ ଚାହିଦା ବହୁ ଅଧିକ ଥିଲା। ବିଭିନ୍ନ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଏହି କଳାକାରମାନେ ପେଟ ପାଟଣା ପାଇଁ ରୋଜଗାର କରୁଥିଲେ। ଚମତ୍କାର କଳା ପ୍ରଦର୍ଶନ କରି ସେମାନେ ସମସ୍ତଙ୍କୁ ବିମୋହିତ କରି ଦେଉଥିଲେ। ଯିଏ ଯାହା ଦେଉଥିଲା ସେଥିରେ ପରିବାର ଚଳାଉଥିଲେ। ସମୟାନୁକ୍ରମେ ମୋବାଇଲ ଓ ଟିଭି ଯୁଗରେ ସେମାନଙ୍କ ବେଉସା ସଙ୍କଟରେ ପଡ଼ିଯାଇଛି। ଆଗଭଳି ସେମାନଙ୍କୁ ପ୍ରଶଂସା ବା ଦାନ ମିଳୁନି। କିନ୍ତୁ ସେମାନେ ଏହି କଳାକୁ ଛାଡ଼ି ନ ପାରି ଆଗ୍ରହର ସହ ପରିବେଷଣ କରି ଆସୁଛନ୍ତି।
ଏଭଳି ଜଣେ କଳାକାର ହେଉଛନ୍ତି ଜାଲିମ ବର୍ମା। ବୟସ ୬୦ ପାର ହେଲାଣି। ତାଙ୍କ ଘର ମଧ୍ୟପ୍ରଦେଶର ରେଓା ଜିଲାରେ। ଦୀର୍ଘ ୩୦ ବର୍ଷ ହେଲା ସେ ଏହି କଳା ପ୍ରଦର୍ଶନ କରିଆସୁଛନ୍ତି ବୋଲି କୁହନ୍ତି। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟର ଗଁା ଗଁା, ସହର ସହର ବୁଲି ଏହି କଳା ପ୍ରଦର୍ଶନ କରି ଆସୁଛନ୍ତି। କିନ୍ତୁ ଆଗଭଳି ଲୋକେ ତାଙ୍କୁ ଆଉ ଆଦର କରୁନାହାନ୍ତି ବୋଲି ସେ କୁହନ୍ତି। ସମସ୍ତେ ମୋବାଇଲ ଓ ଟିଭିରେ ବ୍ୟସ୍ତ ରହୁଛନ୍ତି ା ଜୀବନ ବ୍ୟସ୍ତତା ମଧ୍ୟରେ କଟୁଛି ା ଏଣୁ ଏଭଳି ସମୟରେ ତାଙ୍କ କଳା କିଏ ଦେଖିବ ବୋଲି କହିଛନ୍ତି। ସେମାନେ ପ୍ରତ୍ୟେକ ଗ୍ରାମାଞ୍ଚଳ ବା ସହରକୁ ଯାଇ ୬/୭ ଦିନ କଟାଇଥାନ୍ତି। ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବେଶରେ ସଜ୍ଜିତ ହୋଇ ଅଭିନୟ କରି ଲୋକଙ୍କ ମନମୁଗ୍ଧ କରିବାକୁ ଉଦ୍ୟମ କରନ୍ତ। ଶେଷ ଦିନରେ ଦୋକାନ ଦୋକାନ ବୁଲି ଯିଏ ଯାହା ଦେଲା ଧରି ଫେରନ୍ତି। ରାଜା (ଖଡଗ ସିଂ), ଶଙ୍କର (ଶିବ), ହନୁମାନ, ରାଧିକା, ନାରଦ, ଡାକ୍ତର ଆଦି ବେଶରେ ସଜ୍ଜିତ ହୋଇ ନିଜର ଅଭିନୟ ପ୍ରଦର୍ଶନ କରିଥାନ୍ତି। ଆଗରୁ ସମସ୍ତେ ସେମାନଙ୍କୁ ଅଭିନୟ ମୁତାବକ ସମ୍ମାନ ଦେଉଥିଲେ। ପିଲାମାନେ ସତ ଭାବି ବିଶ୍ୱାସ କରୁଥିଲେ। କିନ୍ତୁ ଆଜିକାଲି ଥଟ୍ଟାମଜା କରୁଛନ୍ତି। ଆଗରୁ ଡାକୁ, ସୁଲତାନ, ଲୈଲା ମଜନୁ, ରାକ୍ଷସ ଆଦି ଅଭିନୟ କରୁଥିଲେ ଯାହା ଏବେ ବନ୍ଦ ହୋଇଯାଇଛି। ଏହା ଦ୍ୱାରା ସମାଜରେ କୁପ୍ରଭାବ ପଡ଼ିବ ଏବଂ ଲୋକେ ଭୟଭୀତ ହୋଇ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା କରି ଏହି ବେଶ ସବୁ ବନ୍ଦ କରିଦେଇଥିବା କୁହନ୍ତି। ତାଙ୍କ ସ୍ତ୍ରୀ ଲଖିଆ ଦେବୀ ଓ ତିନି ଝିଅଙ୍କୁ ଧରି ସେ ବିଭିନ୍ନ ଅଞ୍ଚଳ ବୁଲିଥାନ୍ତି ା ମାସକୁ ୪/୫ ହଜାର ଟଙ୍କା ମିଳିଥାଏ। ମହଙ୍ଗା ଯୁଗରେ ସେଥିରେ ବେଶଭୂଷା ସାମଗ୍ରୀ କିଣିବା ଓ ପରିବାର ଚଳାଇବା କଷ୍ଟକର ହେଲେ ମଧ୍ୟ ଦୁଃଖ କଷ୍ଟରେ ଚଳିଯାଆନ୍ତି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri