ଡେପୁଟେଶନରେ ଗଲେ ମାଡ଼ ଖାଇଥିବା ଶିକ୍ଷୟିତ୍ରୀ-ଶିକ୍ଷକ

କେନ୍ଦୁଝର,୧୪ା୫(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ସରକାରୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ର ଅଧୀକ୍ଷକ ଏବଂ ଡେପୁଟି କେନ୍ଦ୍ର ଅଧୀକ୍ଷକଙ୍କୁ ଜଣେ ଅଭିଭାବକଙ୍କ ସମେତ ଅନ୍ୟମାନେ ୭ ତାରିଖରେ ପରୀକ୍ଷା ସରିବା ପରେ କେନ୍ଦ୍ର ବାହାରେ କାହିଁକି କପି ଦେଲ ନାହିଁ ବୋଲି କହି ଆକ୍ରମଣ କରିଥିଲେ। ଏହି ଘଟଣା ପରେ କେନ୍ଦ୍ର ଅଧୀକ୍ଷକ ଜ୍ୟୋତ୍ସ୍ନାରାଣୀ ସିଂ ଏବଂ ଡେପୁଟି କେନ୍ଦ୍ର ଅଧୀକ୍ଷକ ଚିତ୍ତରଞ୍ଜନ ସାହୁ ତୁରୁମୁଙ୍ଗା ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଲୁଙ୍ଗା ଗ୍ରାମର ଅଜିତ୍‌ କୁମାର ବାରିକଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି। ଏହି ଘଟଣା ପରେ ବିଲା ରାମଚନ୍ଦ୍ରପୁର ହାଇସ୍କୁଲର ବିଜ୍ଞାନ (ସିବିଜେଡ) ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଏବଂ କଳା ଶିକ୍ଷକ ଚିତ୍ତରଞ୍ଜନ ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଭିଯୋଗପତ୍ର ଦେଇ ଅନ୍ୟତ୍ର ବଦଳି ପାଇଁ ପ୍ରାର୍ଥନା କରିଥିଲେ। ଏହି ଆଧାରରେ ଜ୍ୟୋତ୍ସ୍ନାରାଣୀଙ୍କୁ ଫକୀରପୁର ହାଇସ୍କୁଲ ଏବଂ ଚିତ୍ତରଞ୍ଜନଙ୍କୁ ଘଟଗାଁ ବ୍ଲକ ହଳଧରପୁର ୟୁଜି ହାଇସ୍କୁଲକୁ ଡେପୁଟେଶନ କରାଯାଇଛି। ତେବେ ସେମାନଙ୍କୁ ଡେପୁଟେଶନରେ ପଠାଯିବା ଫଳରେ ରାମଚନ୍ଦ୍ରପୁର ସ୍କୁଲରେ ଶିକ୍ଷକ ସମସ୍ୟା ଦେଖାଦେଇଛି। ଏଣୁ ବଦଳି ନ କରି କାହିଁକି ଡେପୁଟେଶନରେ ପଠାଗଲା ଏବଂ ଉକ୍ତ ସ୍ଥାନରେ ଅନ୍ୟ ଦୁଇ ଜଣଙ୍କୁ ନିୟୋଜିତ କରା ନ ଗଲା ସେ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ଫଳରେ ଏନେଇ ପାଠପଢ଼ା ବ୍ୟାହତ ଆଶଙ୍କା କରି ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ବିଜେଡିରେ ସାମିଲ ହେଲେ ଅପରାଜିତାଙ୍କ ବିଶ୍ୱସ୍ତ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର,୮।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି। ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ବିଜେଡିର...

ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri