୨୦୩୦ ମଧ୍ୟରେ ୩୦୦ ବିଲିୟନ ଟନ୍‌ ଉତ୍ପାଦନ ଲକ୍ଷ୍ୟ

କୋଣାର୍କ,୨୬ା୨(ଡି.ଏନ୍‌.ଏ.): କୋଣାର୍କ ଇକୋ ରିଟ୍ରିଟ୍‌ ପରିସରରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ବ୍ୟାପୀ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀମାନଙ୍କ ଖଣି ସମ୍ବନ୍ଧୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ସମ୍ମିଳନୀରେ ଖଣି ସମୃଦ୍ଧ ରାଜ୍ୟରେ ରହିଥିବା ସମ୍ଭାବନା ଉପରେ ବିଚାର କରାଯାଇଛି। ବିଶେଷକରି ଖଣି ଲିଜ୍‌, ପରିବେଶ ମଞ୍ଜୁରୀ ଏବଂ ନୂଆ ଖଣି ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ସିଂ କହିଥିଲେ, ବିଭିନ୍ନ ରାଜ୍ୟରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ସମ୍ପର୍କିତ ଯୋଜନା, ଜମି ଅଧିଗ୍ରହଣ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବା ସହ ଆଗାମୀ ୨୦୩୦ ମସିହା ମଧ୍ୟରେ ୩୦୦ ବିଲିଅନ ଟନ୍‌ ଇସ୍ପାତ ଉପତ୍ାଦନ ଲକ୍ଷ୍ୟ ସାଧନ ନିମନ୍ତେ ଉଦ୍ଦିଷ୍ଟ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା ହୋଇଛି। ସମ୍ମିଳନୀରେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଓଡ଼ିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମଧ୍ୟପ୍ରଦେଶ ଶିଳ୍ପ ଓ ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ରାଜବର୍ଦ୍ଧନ ସିଂ ପ୍ରମୁଖ ଉପସ୍ଥିତ ଥିଲେ। କୋଣାର୍କରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଓଡ଼ିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କେନ୍ଦ୍ର ମନ୍ତ୍ରୀ ସିଂ ଧନ୍ୟବାଦ ଜଣାଇଥିଲେ। ଶନିବାର ଏହି ସମ୍ମିଳନୀ ପୁରୀ ମେ ଫେୟାରରେ ଉଦ୍‌ଯାପିତ ହେବ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସିଂଙ୍କ ସମେତ ଅନ୍ୟ ରାଜ୍ୟର ଶିଳ୍ପମନ୍ତ୍ରୀମାନେ ଶୁକ୍ରବାର ସକାଳ ୭ଟାରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସୂର୍ଯ୍ୟମନ୍ଦିରରେ ହୋଇଥିବା ସୂକ୍ଷ୍ମ କାରୁକାର୍ଯ୍ୟକୁ ଉପଭୋଗ କରି କେନ୍ଦ୍ରମନ୍ତ୍ରୀ ଆତ୍ମବିମୋହିତ ହେବା ସହ ଉତ୍କଳୀୟ ଭାସ୍କର୍ଯ୍ୟ କଳାର ପ୍ରଶଂସାରେ ଶତମୁଖ ହୋଇଉଠିଥିଲେ। ମନ୍ଦିର ପରିସରରେ ସ୍ଥାନୀୟ ଗଣମାଧ୍ୟମଙ୍କୁ ସାକ୍ଷାତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ସୂର୍ଯ୍ୟମନ୍ଦିରର ଅପରୂପ ନିର୍ମାଣଶୈଳୀ ଖୁବ ଆକର୍ଷଣୀୟ। ହେଲେ ଏହାର ଏବେ ସଂରକ୍ଷଣ ଜରୁରୀ ହୋଇପଡ଼ିଛି। ତ୍ରୟୋଦଶ ଶତାବ୍ଦୀର ମନ୍ଦିରରେ ବ୍ୟବହୃତ ବିଶାଳକାୟ ଆଇରନ ବିମ୍‌କୁ ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଭଗ୍ନ ମନ୍ଦିରରୁ ଉଦ୍ଧାର କରାଯାଇ ମନ୍ଦିର ପରିସରରେ ବର୍ଷ ବର୍ଷ ଧରି ଖୋଲା ଆକାଶ ତଳେ ରଖାଯାଇଥିବା ଆଇରନ୍‌ ବିମରେ ଏଯାବତ୍‌ କଳଙ୍କି ଲାଗି ନ ଥିବା ଏବଂ ଶହ ଶହ ବର୍ଷ ପରେ ବି ଏହି ବିମ୍‌ଗୁଡିକର ଗୁଣବତ୍ତା ଅତୁଟ ଥିବା ଦେଖି ମନ୍ତ୍ରୀ କହିଥିଲେ, ଏହି ଆଇରନ ବିମ୍‌ଗୁଡିକର ନିର୍ମାଣ ଶୈଳୀ, ଏଥିରେ ବ୍ୟବହୃତ ଉପାଦାନ ଓ ଏହାର ବିଶେଷତ୍ୱ ସମ୍ପର୍କରେ ଗବେଷଣା କରିବାକୁ ଏଏସ୍‌ଆଇକୁ ସେ ପତ୍ର ଲେଖିବେ। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ମଧ୍ୟ ସେ ଏଏସ୍‌ଆଇକୁ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଯୋଗୁ ଉଜୁଡିଲା ପରିବା ଚାଷ

ବୌଦ୍ଧ,୨୫ା୪(ସ୍ବ.ପ୍ର.)- ଶିଳ୍ପବିହୀନ ବୌଦ୍ଧ ଏକ କୃଷି ପ୍ରଧାନ ଜିଲା । ଏଠାକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଜିଲାରେ ଧାନ...

ସମସ୍ତ କଳ୍ପନାଜଳ୍ପନାର ଅନ୍ତ: ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଛି। ଚଳିତ ମାସରେ ସେ ଅବସର ନେଇଥାନ୍ତେ। ଏଣୁ...

କ୍ରସ୍‌ ଭୋଟିଂ ରୋକିବା ନେଇ କସରତ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ୨ ଜଣଙ୍କ ମଧ୍ୟରେ ହେବ। ଭାଜପା ସମର୍ଥିତ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ...

କାଳବୈଶାଖୀ: ଗଛ ପଡି ଚଳାଚଳ ବନ୍ଦ

ବେଗୁନିଆପଡା,୨୫ା୪(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକରେ ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ବର୍ଷାପବନ ସହ କୁଆପଥର ବୃଷ୍ଟି ହୋଇଥିଲା। ବିଭିନ୍ନସ୍ଥାନରେ ଗଛପଡି ଯାତାୟତ ବନ୍ଦ ହୋଇଯାଇଥିଲା। ଶନିବାର ସକାଳୁ...

ଦିନ ଗଡୁଛି, ଚିନ୍ତା ବଢୁଛି

ଭୁବନ,୬।୬(ଡି.ଏନ୍‌.ଏ.) ଗହଳି ଚହଳିରେ ଫାଟି ପଡୁଥିବା ବସ୍‌ଷ୍ଟାଣ୍ଡରେ ଅସମ୍ଭବ ନୀରବତାର ରାଜୁତି। ଛିଡ଼ା ହୋଇଛି ବସ୍‌। ହେଲେ ନା ଅଛନ୍ତି କର୍ମଚାରୀ, ନା ଯାତ୍ରୀଙ୍କୁ ଅପେକ୍ଷା କରିବାର...

ସାଟେଲାଇଟ୍‌ ଧରିବ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୬ା୮: ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି-୨୦୧୬ ଓ ରିହାତି (ସଂଶୋଧନ)-୨୦୧୭ ଓ ୨୦୧୮ ଆଇନ ଅନୁଯାୟୀ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌ ଉପରେ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପୂରିଲା ୪ ମାସ : ସରକାରୀ ମାନ୍ୟତା ପାଇନି ମୟୂରଭଞ୍ଜ ଆୟୁର୍ବେଦିକ କଲେଜ

ବାରିପଦା ଅଫିସ,୩୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୩୦ ତାରିଖରେ ବାରିପଦା ଗସ୍ତରେ ଆସିଥିଲେ। ସେହି ସମୟରେ ବାରିପଦା ତକତପୁରସ୍ଥିତ ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ...

ବଢୁଛି ପଥର ଚୋରି

ଖୋର୍ଦ୍ଧା ଅଫିସ,୯ା୧: ଖୋର୍ଦ୍ଧା ସବ୍‌ଡିଭିଜନରେ ମାଙ୍କଡା, କଳାମୁଗୁନି ପଥର ଚୋରି ବଢ଼ିବାରେ ଲାଗିଛି। ତହସିଲ କର୍ତ୍ତୃପକ୍ଷ ଓ ପୋଲିସର ଚଢାଉ ପଥର ଚୋରିକୁ ରୋକିବାରେ ସକ୍ଷମ...

Advertisement
Archives

Model This Week