୬୬୦ ମିଲିୟନ ଟନ୍‌ ଉତ୍ତୋଳନ ଲକ୍ଷ୍ୟଧାର୍ଯ୍ୟ

ତାଳଚେର,୯ା୧(ନି.ପ୍ର.): ଦେଶରେ ସର୍ବାଧିକ କୋଇଲା ଉପତ୍ାଦନ କରୁଥିବା କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୬୬୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। କମ୍ପାନୀ ଗତ ଡିସେମ୍ବର ଶେଷ ସୁଦ୍ଧା ୪୦୫ ମିଲିୟନ ଟନ୍‌ ଉତ୍ତୋଳନ କରିବାରେ ସକ୍ଷମ ହୋଇଥିବା ଏହାର ଅଧ୍ୟକ୍ଷ ପ୍ରମୋଦ କୁମାର ଅଗ୍ରୱାଲ ଶୁକ୍ରବାର ଅନୁଗୋଳ ଜିଲା ତାଳଚେର କୋଲ୍‌ ଫିଲ୍‌ଡ୍ସ ଗସ୍ତ ଅବସରରେ ସୂଚନା ଦେଇଛନ୍ତି।
ଏକ ଦିନିକିଆ ଗସ୍ତରେ ତାଳଚେର ଆସିଥିବା ଅଧ୍ୟକ୍ଷ ଅଗ୍ରୱାଲ ଲିଙ୍ଗରାଜ ଓ ଭୁବନେଶ୍ୱରୀ କୋଇଲା ଖଣି ପରିଦର୍ଶନ କରିବା ସହ ବିଭିନ୍ନ ସିଏଚ୍‌ପି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ୨୦୨୦-୨୧ରେ କୋଲ୍‌ ଇଣ୍ଡିଆ ୬୫୦ ମିଲିୟନ ଟନ୍‌ ଉପତ୍ାଦନ ଅତିକ୍ରମ କରିବାର ଲକ୍ଷ୍ୟ ରଖିଛି। ଡିସେମ୍ବର ଶେଷ ସୁଦ୍ଧା କୋଲ୍‌ ଇଣ୍ଡିଆ ଉତ୍ତୋଳନ କରିଥିବା ୪୦୫ ମିଲିୟନ ଟନ୍‌ କୋଇଲା ମଧ୍ୟରୁ ଏମ୍‌ସିଏଲ୍‌ ୧୦୧.୮ ମିଲିୟନ ଟନ୍‌ ଉତ୍ତୋଳନ କରିବାରେ ସକ୍ଷମ ହୋଇଛି। କୋଇଲା ଉତ୍ପାଦନ ଓ ପରିବହନ କ୍ଷେତ୍ରରେ ଏମ୍‌ସିଏଲ୍‌ ଖୁବ୍‌ ଭଲ କାମ କରିଛି। ଏହି ଗସ୍ତବେଳେ ଏମ୍‌ସିଏଲ୍‌ ସିଏମ୍‌ଡି ପି.କେ. ସିହ୍ନା, ଡାଇରେକ୍ଟର ଟେକ୍ନିକାଲ ଓ.ପି. ସିଂହ, ନିର୍ଦ୍ଦେଶକ କୋହଭ ରାଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ଶାରଦୀୟ ଷୋଳପୂଜାର ତୃତୀୟ ଦିନ: ଚନ୍ଦ୍ରଘଣ୍ଟା ବେଶରେ ଦେଲେ ମା’ ବନଦୁର୍ଗା

ନିରାକାରପୁର,୫।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ପାର୍ବଣର ଷୋଳପୂଜା ଆରମ୍ଭ ହୋଇଯାଇଛି। ସୋମବାର ପୂଜାର…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଦାଦନ ଶ୍ରମିକଙ୍କ ମରଶରୀର ଗାଁକୁ ଆଣିବାକୁ ଉଦ୍ୟମ: ସହାୟତା ମଞ୍ଜୁର

ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡ଼ିବଙ୍ଗା ଗ୍ରାମର ସନ୍ତୋଷ ମଲ୍ଲିକ (୪୬)ଙ୍କ ହଠାତ୍‌…

୮ ତାରିଖ ଚକା ବନ୍ଦ ପାଳନକୁ ମିଳିଲା ବଡ଼ ସମର୍ଥନ 

ସୁନାବେଡ଼ା, ୫।୧୦(କୃତ୍ତିବାସ ପ୍ରଧାନ): ଚଳିତ ମାସ ୮ ତାରିଖରେ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ…

ସେବା ସଙ୍କଳ୍ପ ଅଭିଯାନ: ୪୬ ୟୁନିଟ୍‌ ରକ୍ତ ସଂଗ୍ରହ

କର୍ଲାମୁଣ୍ଡା, ୫।୧୦ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର କର୍ଲାମୁଣ୍ଡା ଭାଜପା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?