ବ୍ୟବସ୍ଥା ନତମସ୍ତକ

ଆକାର ପଟେଲ

 

ଗଣତାନ୍ତ୍ରିିକ ସରକାରର ବ୍ୟାପକତା ବହୁ ସମୟରେ ହ୍ରାସ ପାଇ ନିର୍ବାଚନ ପ୍ରକ୍ରିୟାରେ ସୀମିତ ରହେ। ଅବଶ୍ୟ ଏହା ଗଣତନ୍ତ୍ରର ଏକ ଅତ୍ୟାବଶ୍ୟକ ଅଙ୍ଗ। ମୁକ୍ତ ଓ ଅବାଧ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ବ୍ୟକ୍ତିଙ୍କୁ ସରକାରର ମୁଖିଆ ହେବାକୁ ଦିଏ ନିର୍ବାଚନୀ ଗଣତନ୍ତ୍ରର ଧାରା। ସମାଜର ସବୁବର୍ଗର ଲୋକେ ଏଥିରେ ଭାଗ ନେବାର ଅଧିକାର ଥାଉ କିମ୍ବା ନ ଥାଉ ଏହା ନିଜକୁ ବଳିଷ୍ଠ ବୋଲି ସାବ୍ୟସ୍ତ କରେ। ଏ ହିସାବରେ ଭାରତ ପ୍ରାୟତଃ ଭଲ ସ୍କୋର୍‌ କରେ। ନିର୍ବାଚନୀ ଗଣତନ୍ତ୍ରରେ ଭାରତକୁ ଫ୍ରିଡମ୍‌ ହାଉସ୍‌ର ର଼୍ୟାଙ୍କିଙ୍ଗ୍‌ରେ ୪୦ରୁ ୩୩ ପଏଣ୍ଟ ମିଳିଛି, ଯାହାକି ବହୁତ ଭଲ। ଏହା ଆମେରିକାଠାରୁ(୩୨) ଗୋଟିଏ ପଏଣ୍ଟ୍‌ ଆଗରେ ରହିଛି। ତେବେ ନାଗରିକ ସ୍ବାଧୀନତାରେ ଭାରତ ୬୦ରୁ ୩୩ ପାଇଥିବାବେଳେ ଆମେରିକାର ପଏଣ୍ଟ ରହିଛି ୫୧। ଏଥିପାଇଁ ଆମକୁ ‘ଆଂଶିକ ସ୍ବାଧୀନ’ (କଶ୍ମୀରକୁ ‘ସ୍ବାଧୀନ ନୁହେଁ’) ଦର୍ଶାଯାଇଥିବାବେଳେ ଆମେରିକାକୁ ‘ସ୍ବାଧୀନ’ ଭାବେ ନିର୍ଦ୍ଧାରିତ କରାଯାଇଛି। ନିର୍ବାଚନୀ ଗଣତନ୍ତ୍ର ୪୦ ପଏଣ୍ଟ ପାଇଁ ଭଲ ଥିବାବେଳେ ନାଗରିକ ସ୍ବାଧୀନତାର ପଏଣ୍ଟ ୬୦ ରହିବା ପାଠକମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ବିଶ୍ୱର ଅଧିକାଂଶ ଦେଶ ଗଣତନ୍ତ୍ରକୁ ଏଭଳି ବିଚାର କରନ୍ତି। ସେମାନଙ୍କ ଦୃଷ୍ଟିକୋଣ ବ୍ୟକ୍ତି ଅଧିକାର ଓ ସ୍ବାଧୀନତା ଉପରେ ରହୁଛି, କିନ୍ତୁ ୫ ବର୍ଷରେ ଥରେ ହେଉଥିବା ନିର୍ବାଚନରେ ସୀମିତ ରହୁନାହିଁ। ଗଣତନ୍ତ୍ରଗୁଡ଼ିକ ପାଇଁ ଆଉ ଏକ ତୃତୀୟ ପ୍ରସଙ୍ଗ ରହିଛି, ଯାହାକୁ ଆଲୋଚନା କରାଯାଇନାହିଁ, ତାହା ହେଉଛି ଦେଶର କାର୍ଯ୍ୟ ପଦ୍ଧତି। ଆମ ଦେଶରେ ନାଗରିକଙ୍କ ସମ୍ପୃକ୍ତି ସେମାନେ ନିର୍ବାଚିତ କରିଥିବା ରାଜନେତାଙ୍କ ସହିତ ରହେନାହିଁ। ଅମଲାତନ୍ତ୍ରୀ, ଜଲାପାଳ, ପୋଲିସ ଅଧିକାରୀ ଏବଂ ବିଚାରପତିଙ୍କ ସହ ନାଗରିକମାନେ ଜଡ଼ିତ ରହି ନେଇ କାମ କରିବାକୁ ପଡ଼େ। ସେମାନେ ଆମ ପାଇଁ ଦେଶ। ସେମାନେ ହିଁ ଗଣତନ୍ତ୍ରର ସର୍ବୋତ୍ତମ ପ୍ରତିନିଧି। ସେମାନଙ୍କର ମୂଲ୍ୟାଙ୍କନ କରାଗଲେ କେମିତି ହେବ? ଦୁଃଖର କଥା, ଏହା ପରିଣାମ ସମ୍ପୂର୍ଣ୍ଣ ନକାରାମତ୍କ ହେବ। କାରଣ ଆମକୁ ଦୁର୍ନୀତି ଓ ଅପାରଗତା ବା ଅକ୍ଷମତା ମଧ୍ୟରେ ବଞ୍ଚିବାକୁ ପଡ଼େ। ଆଉ କିଛି କାରଣ ରହିଛି; ତାହା ହେଉଛି ରାଜନୈତିକ ପ୍ରତିଷ୍ଠାନଗୁଡ଼ିକର କ୍ଷମତା। ସେମାନଙ୍କ ଇଚ୍ଛା ଅନୁଯାୟୀ ଅମଲାତନ୍ତ୍ରୀଙ୍କୁ କାମ କରିବାକୁ ବାଧ୍ୟ କରନ୍ତି।
ଆମ ଦେଶରେ ବିରୋଧୀଙ୍କ ବିରୋଧରେ ରାଜନେତାମାନେ ପୋଲିସ ଓ ଏଜେନ୍ସିଗୁଡ଼ିକୁ ଠିଆ କରାନ୍ତି । ଉକ୍ତ ଏଜେନ୍ସିଗୁଡ଼ିକୁ ଚଳାଉଥିବା ଅଧିକାରୀମାନଙ୍କଠାରେ ପ୍ରକୃତ ନୈତିକତା ନ ଥିବା ଜଣାପଡ଼େ। କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ବିରୋଧୀ ନେତା ଓ ପାର୍ଟିଗୁଡ଼ିକ ଉପରେ ପ୍ରତି ସପ୍ତାହରେ ଚଢ଼ାଉ କରାଯାଉଛି। ଯେଉଁମାନେ ସରକାରଙ୍କୁ ବିରୋଧ କରୁଛନ୍ତି ବିଶେଷକରି ସେମାନଙ୍କୁ ଟାର୍ଗେଟ କରାଯାଉଛି। ସେହିପରି କେନ୍ଦ୍ର ସରକାର ଅଧୀନ ନ୍ୟାଶନାଲ ଇନ୍‌ଭେଷ୍ଟିଗେଟିଙ୍ଗ ଏଜେନ୍ସି (ଏନ୍‌ଆଇଏ)କୁ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପ୍ରୟୋଗ କରାଯାଉଛି। ଭୀମା କୋରେଗାଁଓ ଘଟଣା ପ୍ରଥମରୁ ମରାଠା ଏବଂ ଦଳିତଙ୍କ ମଧ୍ୟରେ ଏକ ସଂଘର୍ଷ ଥିଲା। କିନ୍ତୁ ଭାଜପା ମହାରାଷ୍ଟ୍ରରେ କ୍ଷମତାରୁ ହଟି ମହା ବିକାଶ ଅଘାଡି(ଏମ୍‌ଭିଏ) ଶାସନ ଭାର ଗ୍ରହଣ କରିବା ପରେ ମାମଲା ମହାରାଷ୍ଟ୍ର ପୋଲିସଙ୍କଠାରୁ କାଢ଼ିନିଆଗଲା। ଯେଉଁମାନେ ଏହି ଘଟଣାରେ ଜେଲରେ ରହିଛନ୍ତି, ଭାଜପା ସେମାନଙ୍କ କେସ୍‌ ଚଲାଇବାକୁ ଚାହଁୁନାହିଁ। ଏପରି କି ଫାଦର ଷ୍ଟାନ୍‌ ସ୍ବାମୀଙ୍କ ଜାମିନକୁ ଭାଜପା ବିରୋଧ କରିବା ଯୋଗୁ ଜେଲରେ ତାଙ୍କର ମୃତ୍ୟୁ ଘଟିଲା। ପ୍ରକୃତ ଘଟଣା ଅନୁଧ୍ୟାନ ନ କରି କେସ୍‌କୁ ଏପାଖ ସେପାଖ କରିବା ରାଜନୈତିକ ପାର୍ଟିର ଉଦ୍ଦେଶ୍ୟ। ଏହି କ୍ରମରେ କେହି ଜଣେ ଅଧିକାରୀଙ୍କୁ କେସ୍‌ ଲେଖିବାକୁ ହେଉଛି। ସମ୍ପୂର୍ଣ୍ଣ ବେଆଇନ ହେଉ ବା କୌଣସି ଉପାୟରେ ପରିବର୍ତ୍ତନ କରି ଏହା କରିବାକୁ ପଡ଼ୁଛି। ଏସବୁ ବେଆଇନ ଜାଣି ସୁଦ୍ଧା ଅନ୍ୟ ଜଣେ ଅଧିକାରୀ ସେହି ଫାଇଲକୁ ଅନୁମୋଦନ କରନ୍ତି। ସେମାନେ ସମସ୍ତେ ଏହି ପ୍ର୍ରକ୍ରିୟା ସହ ତାଳଦେଇ ଚାଲନ୍ତି। କିନ୍ତୁ ଏହି ସବୁ ଘଟଣା ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ହୁଏ ନାହିଁ ଓ ଏହା ଆମକୁ ସ୍ବୀକାର କରିବାକୁ ପଡ଼ିବ। ସେମାନେ ଯେତେବେଳେ ଏସବୁ କରନ୍ତି, ଧରାପଡ଼ନ୍ତି ଏବଂ ଏହାର ପରିଣାମ ଭୋଗ କରିବାକୁ ପଡ଼େ। କିନ୍ତୁ ଏଠାରେ ଏସବୁ କିଛି ହୁଏ ନାହିଁ। ଏହି କାରଣରୁ ରାଜନେତାମାନେ ଯାହାଙ୍କୁ ନିର୍ଯାତନା ଦେବାକୁ ଚାହାନ୍ତି, ଅଧିକାରୀମାନେ ସେହି ଲୋକଙ୍କୁ ଲଗାତର ପୀଡ଼ା ଦେଇଚାଲନ୍ତି।
ତେବେ ସରକାରରେ ଥିବା ଏଭଳି ଅଧିକାରୀମାନଙ୍କୁ ଏବଂ ଷ୍ଟାନ୍‌ ସ୍ବାମୀଙ୍କ ଜାମିନ୍‌କୁ ବିରୋଧ କରୁଥିବା ଓକିଲଙ୍କୁ କ’ଣ ବା କୁହାଯାଇପାରେ। ଦିଲ୍ଲୀ ଗଣହତ୍ୟା ଘଟଣାରେ ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୀଡ଼ିତମାନଙ୍କୁ ଲଗାତର ଗିରଫ କରି ଦଣ୍ଡ ଦେଉଥିବା ସୁରକ୍ଷା ବଳଙ୍କ ସମ୍ପର୍କରେ କ’ଣ ବା କୁହାଯାଇପାରେ। ଏଭଳି ଲୋକମାନଙ୍କୁ ଲାଞ୍ଚ କିମ୍ବା ଦୁର୍ନୀତି ଉପାୟରେ ପ୍ରେରିତ କରିବାକୁ ପଡ଼େ। ଆମ ବ୍ୟବସ୍ଥାରେ ଏମିତିକା ବହୁତ ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଲୋକ ଅଛନ୍ତି। ଅନ୍ୟ ପଟେ ଏହାକୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ପୂରା କମ୍‌। ମାଂସ ବନ୍ଦ, ହିଜାବ ଭଳି ପ୍ରସଙ୍ଗରେ ଆମେ ଦେଖିତ୍ବାକୁ ପାଉଛୁ ଯେ, ଲୋକମାନଙ୍କୁ ଅଧିକାରରୁ ବଞ୍ଚିତ କରିବାରେ ଆମ ବ୍ୟବସ୍ଥାର ପ୍ରମୁଖ ଅଙ୍ଗଗୁଡ଼ିକ ଖୁବ୍‌ ଉତ୍ସାହୀ। ଏହା ଆମ ସମ୍ପର୍କରେ କିଛି ଭୟଙ୍କର ବିଷୟ ସୂଚିତ କରୁଛି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ବିଭିନ୍ନ ଅଙ୍ଗ ଆମକୁ ଆମ ଅଧିକାର ଏବଂ ସ୍ବାଧୀନତାଗୁଡ଼ିକୁ ପାଳନ କରିବାକୁ ଅନୁମତି ନ ଦେବା ଅତ୍ୟନ୍ତ ଖରାପ, ଯାହା ବୈଶ୍ୱିକ ସୂଚକାଙ୍କ ଦର୍ଶାଇଛି। କିନ୍ତୁ ଏଭଳି ଏକ ପ୍ରତିବନ୍ଧାମତ୍କ ସ୍ଥାନରେ ଅମଲାତନ୍ତ୍ରର କାର୍ଯ୍ୟ ବ୍ୟବସ୍ଥା ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛା ସାମ୍ନାରେ ନତମସ୍ତକ ହୋଇଛି। ଏଥିପାଇଁ ଏକ ଆଧୁନିକ, ଶୃଙ୍ଖଳିତ, ସମୃଦ୍ଧ ଏବଂ ସ୍ବତନ୍ତ୍ର ସମାଜ ଆମ ଲାଗି ଅପହଞ୍ଚ ହେବା ସହ ଏହା ହାସଲ କରିବାର ପଥ ବାଧାବିଘ୍ନରେ ପରିପୂର୍ଣ୍ଣ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri