Posted inଫୁରସତ

ନୂଆରୂପରେ ମାଟିପାତ୍ର

ଦିନକୁ ଦିନ ଲୋକମାନଙ୍କ ଭିତରେ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ପାଉଛି। ତେଣୁ ଲୋକମାନେ ସ୍ବାସ୍ଥ୍ୟପଯୋଗୀ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଯେଉଁଥିରେ ଏକ ପ୍ରମୁଖ ଭୂମିକା ନେଉଛି ମାଟିପାତ୍ର। କାରଣ ଖାଦ୍ୟ ପ୍ରସ୍ତୁତିରେ ଏହାର ରହିଛି ପ୍ରମୁଖ ଭୂମିକା। ନନ୍‌ଷ୍ଟିକ ଓ ଆଧୁନିକ ବାସନ ବଦଳରେ ଲୋକମାନେ ଏବେ ପାରମ୍ପରିକ ମାଟିପାତ୍ର ବ୍ୟବହାର କରିବାକୁ ଆଗଭର ହେଲେଣି। ଯାହାଫଳରେ କୁମ୍ଭକାରମାନେ ମାଟିପାତ୍ରର ରୂପରେଖ ବଦଳାଇ ନୂଆ ନୂଆ ଡିଜାଇନରେ ମାଟିପାତ୍ର ପ୍ରସ୍ତୁତ କରୁଛନ୍ତି। କାରଣ ମାଟିପାତ୍ରରେ ରୋଷେଇ ହେଉ କି ପାନୀୟଜଳ ବ୍ୟବହାର କଲେ ଏହାର ଗୁଣବତ୍ତା ନଷ୍ଟ ହୋଇ ନ ଥାଏ। ଏବେ ପୁରୁଣା ମାଟିପାତ୍ରର ରୂପରେ ପରିବର୍ତ୍ତନ ଘଟିଛି। ମାଟିର ଫ୍ରିଜ୍‌, ଫିଲ୍ଟର, ବାସନକୁସନ ଆଦି ସାମଗ୍ରୀ ମିଳୁଛି। ଯାହା ଯୁଗ ଉପଯୋଗୀ ହେବା ସହ ଘରର ସାଜସଜ୍ଜା ଓ ସୌଖୀନ ସାମଗ୍ରୀ ଭାବେ ବ୍ୟବହାର ହୋଇପାରୁଛି। ବିଶେଷକରି ଖରାଦିନେ ଥଣ୍ଡା ପାନୀୟ ଜଳ ସାଇତି ରଖିବା ପାଇଁ ମାଟିର ସୁରେଇ ଓ ମାଠିଆକୁ ଅଧିକାଂଶ ବ୍ୟବହାର କରିଥାନ୍ତି।ତେବେ କୌଳିକବୃତ୍ତିର ଦାୟରେ ମାଟିପାତ୍ର ଗଢି ପରିବାର ପ୍ରତିପୋଷଣ କରୁଥିବା କୁମ୍ଭକାରମାନେ ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମାଟିପାତ୍ରକୁ ନୂଆନୂଆ ରୂପ ଦେବା ସହ ଘର ସାଜସଜ୍ଜା ପାଇଁ ଟେରାକୋଟାକୁ ଆପଣେଇଛନ୍ତି। ତାହା ନିଶ୍ଚିତଭାବେ ସ୍ବାଗତ ଯୋଗ୍ୟ। ଏମିତି ଜଣେ ମାଟି କାରିଗର ହେଲେ ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲ୍ଳକର ଗେଡ଼ା ଗାଁର ବାସିନ୍ଦା ହେଲେ ମଧୁ ରଣା । ସେ କୁହନ୍ତି, ଆମ ପରିବାରର ସମସ୍ତେ ଏଇ ମାଟିକାମ କରି ପେଟ ପୋଷନ୍ତି। ମୁଁ ପଞ୍ଚମ ଯାଏ ପଢିଛି କିନ୍ତୁ ପ୍ରାୟ ୧୩ବର୍ଷ ବୟସରୁ ଏହି ମାଟିକାମ କରିଆସୁଛି। ଆମ ଗାଁ ନିକଟ ସୁକତେଲ ନଦୀ କୂଳରୁ ଓଦାମାଟି ସଂଗ୍ରହକରି ଆଣିଥାଉ। ଶାଳ ଘରେ ଚକରେ ମାଟିର କପ, ଗ୍ଲାସ, ହାଣ୍ଡି, ମାଠିଆ, ପ୍ରେସରକୁକର, ଫ୍ରିଜ୍‌, ଫିଲ୍ଟର, ମାଟିର କଡ଼େଇ, ମାଟି ଚୁଲା, ମାଟିର ଥାଳି, ଜଗ୍‌ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରାଯାଇଥାଏ। ଗୋଟିଏ ଗୋଟିଏ ମାଟିପାତ୍ରର ମୂଲ୍ୟ ୨୦ଟଙ୍କାରୁ ଆରମ୍ଭ କରି ୧ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଖୋର୍ଦ୍ଧା ଜିଲା ସୋରଣ ଗ୍ରାମର ଅମରେନ୍ଦ୍ର ମାନସିଂ କୁହନ୍ତି, ଆମ ଘରେ ମାଟିସୁରେଇରେ ପାନୀୟଜଳ ବ୍ୟବହାର ପାଇଁ ରଖିଥାଉ। ଏବେ ତୋଷାଳି ମେଳାରୁ ମାଟିର ଥାଳି ଓ ଗ୍ଲାସ ନେଇଛି। ଏହା ଦେଖିବାକୁ ଖୁବ୍‌ ସୁନ୍ଦର। ଏହି ପାତ୍ରରେ ଖାଦ୍ୟ ଖାଇବା ଓ ପାଣି ରଖି ପିଇବା ଦେହପାଇଁ ହିତକର। ପିଇବା ପାଇଁ ବି ଭଲ ଲାଗୁଛି। ପାଣି ଥଣ୍ଡା ରହିବା ସହ ପାଣିର ଏକ ଭଲ ବାସ୍ନା ଆସୁଛି। ମାଟିର ଫିଲ୍ଟର କିଣି ନେଉଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ସତ୍ୟରଞ୍ଜନ ବେହେରା କୁହନ୍ତି, ପ୍ରଥମକରି ଏହି ମେଳାରେ ମାଟିର ଫିଲ୍ଟର ଦେଖି ଖୁସି ଲାଗିଲା। ଏବେ ୪ଶହ ଟଙ୍କା ଦେଇ ଏହାକୁ କିଣିଛି। ବାଣପୁର ଅଞ୍ଚଳର ପ୍ରସାଦ ରଣସିଂ କୁହନ୍ତି, ଆଜିକାଲି ଲୋକମାନେ ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ପ୍ରାକୃତିକ ଉପାୟରେ ତିଆରି ମାଟିପାତ୍ରରେ ଖାଇବାକୁ ଭଲପାଉଛନ୍ତି। ଘର ପାଇଁ ମାଟିର ଥାଳି, ଜଗ୍‌, କଡ଼େଇ, ଫ୍ରିଜ୍‌, ଫିଲ୍ଟର ନେଉଛି। ଶିକ୍ଷୟିତ୍ରୀ ପ୍ରତିଭା ବଳିୟାରସିଂ କୁହନ୍ତି, ଆଜକୁ ପ୍ରାୟ ୨୫ବର୍ଷ ଧରି ଘରେ ମାଟିପାତ୍ରରେ ପାନୀୟଜଳ ରଖି ବ୍ୟବହାର କରିଆସୁଛୁ। ଏହାଦ୍ୱାରା ଜଳ ଖୁବ୍‌ ଥଣ୍ଡା ରହୁଛି। ମାଟିସୁରେଇରୁ ପାଣି ପିଇଲେ ଖୁବ୍‌ ଶାନ୍ତି ଲାଗୁଛି। ଠଣସୁନ୍ଦର ରଣା କୁହନ୍ତି, ମେଳାମହୋତ୍ସବରେ ଯୋଗଦେବା ପୂର୍ବରୁ ଅଧିକ ପରିମାଣରେ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରି ସାଇତି ରଖିଥାଉ। ଆମ ଅଞ୍ଚଳରେ ଏକାଧିକ ମାଟି ସାମଗ୍ରୀ ତିଆରି କରୁଥିବା କାରିଗରମାନେ ଅଛନ୍ତି। ସେମାନେ ତିଆରି କରିଥିବା ମାଟିର ପାତ୍ରକୁ ବିଭିନ୍ନ ମେଳାମହୋତ୍ସବରେ ବିକ୍ରି କରିବାକୁ ଆଣିଥାନ୍ତି। ବିଶେଷକରି ଖରାଦିନେ ମାଟିର ସୁରେଇ ପରିବର୍ତ୍ତେ ନୂତନ ଭାବେ ତିଆରି ହୋଇଥିବା ସୁନ୍ଦର ସୁନ୍ଦର ମାଟିର ଫିଲ୍ଟର ଓ ଫ୍ରିଜ୍‌ରେ ପାଣି ରଖିବା ପାଇଁ ବହୁଳମାତ୍ରାରେ ଲୋକମାନେ ଏହାକୁ କିଣି ନେଉଛନ୍ତି। ପ୍ରାକୃତିକ ଉପାୟରେ ନିରୋଗ ରହିବା ପାଇଁ ଏହା ବ୍ୟବହାର ହେଉଥିବାରୁ ଏବେ ପୁଣି ମାଟିପାତ୍ରର ଚାହିଦା ବଢ଼ିବାକୁ ଲାଗିଛି।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri