ଏଜିଆର୍‌ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୦।୭: ଟେଲିକମ୍‌ କମ୍ପାନୀଙ୍କ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି। ଟେଲିକମ୍‌ କମ୍ପାନୀଙ୍କ ୧.୬ ଲକ୍ଷ କୋଟି ଟଙ୍କା ଏଜିଆର୍‌ ମାମଲାରେ ଆଉ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଶୁଣାଣି କରାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଅରୁଣ କୁମାର ମିଶ୍ର, ଜଷ୍ଟିସ ଅବଦୁଲ ନାଜିର ଏବଂ ଜଷ୍ଟିସ ଏ.ଆର୍‌.ଶାହଙ୍କ ଖଣ୍ଡପୀଠ ଏହି ମାମଲାର ରାୟକୁ ସଂରକ୍ଷିତ କରିଛନ୍ତି। ଦେୟ ପ୍ରଦାନ ଲାଗି ଟେଲିକମ୍‌ କମ୍ପାନୀଙ୍କୁ ୨୦ ବର୍ଷ ସମୟ ଦିଆଯାଉ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅପିଲ କରିଥିଲେ। ଏହି ମାମଲାରେ ପୁଣି ଥରେ ଶୁଣାଣି ନ କରିବା ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ୧୫ରୁ ୨୦ ବର୍ଷ ସମୟ ଦେବା ଠିକ୍‌ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଉପଲବ୍ଧ କରିଛନ୍ତି। ଏ ଦିଗରେ ଟେଲିକମ୍‌ କମ୍ପାନୀଗୁଡିକ ଏକ ଠିକ୍‌ ସମୟସୀମା ପୁଣି ଥରେ ଧାର୍ଯ୍ୟ କରନ୍ତୁ ବୋଲି ନ୍ୟାୟାଳୟ ନିର୍ଦ୍ଦେଶରେ କହିଛନ୍ତି। ଯଦି ହୁଏ ତେବେ ଟେଲିକମ କମ୍ପାନୀଗୁଡିକର ଇନ୍‌ସଲଭେନ୍ସି ପ୍ରସଙ୍ଗଗୁଡିକରେ ମଧ୍ୟ ବିଚାର କରାଯାଇପାରେ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଉପରେ ରହିଥିବା ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଏଜିଆର୍‌ ଦେୟ ଆଦାୟ ନ କରିବାକୁ ଟେଲିକମ ବିଭାଗ ନିଷ୍ପତ୍ତି ନେଇଛି ବୋଲି ସରକାର ଜୁନ୍‌ ୧୮ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ। ଏଭଳି ସ୍ଥିତିରେ ପେମେଣ୍ଟ ନେଇ ଏକ ଠିକ୍‌ ଯୋଜନା ଆଣିବାକୁ ଟେଲିକମ୍‌ କମ୍ପାନୀଗୁଡିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳରେ ଚାଞ୍ଚଲ୍ୟ: ଗ୍ୟାସ୍‌ କଟରରେ କାଟି ଏଟିଏମ୍‌ରୁ ଟଙ୍କା ନେଇ ଫେରାର୍‌

ଉମରକୋଟ,୨୪।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହରର କୋଣ୍ଡାଗା ରୋଡ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ କାଟି ଲୁଟ୍‌…

ପିକଅପ୍‌ ଭ୍ୟାନ୍‌ ଧକ୍କାରେ ହାତୀ ଆହତ: ବନ ବିଭାଗ ଦ୍ୱାରା କରାଯାଉଛି ଚିକିତ୍ସା

କେନ୍ଦୁଝର,୨୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜର ନରଣପୁର ସେକ୍ସନ ଅନ୍ତର୍ଗତ ବଡ଼ପଷି, ଗୋପୀନାଥପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ୧୫ ବର୍ଷ ଅଣ୍ଡିରା…

ମାନବିକତା ଦେଖାଇଲେ ଏସଡିପିଓ: ଦୁର୍ଘଟଣାରେ ଆହତ ସେନା କର୍ମଚାରୀଙ୍କ କଲେ ଚିକିତ୍ସା ବ୍ୟବସ୍ଥା

ଭଞ୍ଜନଗର,୨୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ର ଗୁରୁବାର ରାତିରେ ଦୁର୍ଘଟଣାରେ ଆହତ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା…

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri