ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ଖସିଗଲା ଛାତ୍ରଙ୍କ ଗୋଡ଼

ବଡ଼ବିଲ,୨୫ା୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେ ଖସି ପଶ୍ଚିମବଙ୍ଗରୁ ଷ୍ଟଡିଟୁର୍‌ରେ ଆସିଥିବା ଦୁଇଜଣ ପର୍ଯ୍ୟଟକ ଛାତ୍ର ନଦୀରେ ବୁଡ଼ିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଛାତ୍ର ଦୁଇଦିନ ଧରି ନିଖୋଜ ରହିଥିଲେ। ଶନିବାର ନିଖୋଜ ଛାତ୍ରଙ୍କ ମୃତଦେହ ଭାସିବାରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମୃତ ଛାତ୍ର ଜଣକ ହେଲେ ପଶ୍ଚିମବଙ୍ଗ କୋଲକାତାସ୍ଥିତ ହୁଗୁଳି ଆରାମବାଗ ଅଞ୍ଚଳର ତାରାଶଙ୍କର ସରକାର(୨୩)।
ସୂଚନାନୁଯାୟୀ, ଗତ ବୁଧବାର କୋଲକାତାସ୍ଥିତ ଆଶୁତୋଷ କଲେଜର ପରିବେଶ ବିଜ୍ଞାନ ସ୍ନାତକୋତ୍ତର ବିଭାଗରୁ ୩୮ ଜଣ ଛାତ୍ରଙ୍କ ସହ ୫ ଜଣ ଅଧ୍ୟାପକ ଷ୍ଟଡି ଟୁର୍‌ରେ କେନ୍ଦୁଝର ଜିଲା ବଡ଼ବିଲ ଆସି ଏକ ହୋଟେଲରେ ରହିଥିଲେ। ଗୁରୁବାର ସକାଳେ ୭ଟି ବୋଲେରୋ ଯୋଗେ ସମସ୍ତେ ବଲାଣୀ ଥାନା ଅନ୍ତର୍ଗତ କୋହ୍ଲପାଣ୍ଡୁଳିସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପୁଣ୍ଡୁଲ ଜଳପ୍ରପାତ ଦେଖିବାକୁ ଯାଇଥିଲେ। ଜଳପ୍ରପାତ ନିକଟରେ ତାରାଶଙ୍କର ଓ ନିଲାବ ଜୀ ହାତ ଧରାଧରି ହୋଇ ସେଲ୍‌ଫି ନେଉଥିବା ବେଳେ ଗୋଡ଼ ଖସିଯାଇଥିଲା। ଫଳରେ ଉଭୟ ନଦୀଗର୍ଭକୁ ଖସିପଡ଼ିଥିଲାବେଳେ ବଲେରୋ ଗାଡ଼ିଚାଳକମାନେ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ନଦୀର ଗଭୀର ପାଣି ଭିତରେ ତାରାଶଙ୍କର ବୁଡିଯିବାରୁ ତାଙ୍କୁ ଉଦ୍ଧାର କରିପାରି ନ ଥିଲେ। ଖବରପାଇ ବଲାଣୀ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ବିଫଳ ହୋଇଥିଲେ। ଶୁକ୍ରବାର ସକାଳେ ପୋଲିସ, ଦମକଳବାହିନୀ ସହ ରାଉରକେଲାରୁ ବୁଡ଼ାଳିଙ୍କ ସମେତ ୧୪ ଜଣିଆ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରେ ପଶି ଶୁକ୍ରବାର ଦିନ ତମାମ୍‌ ଖୋଜାଖୋଜି ପରେ ମଧ୍ୟ ତାରାଶଙ୍କରଙ୍କର କୌଣସି ସନ୍ଧାନ ମିଳିପାରି ନ ଥିଲା। ଶନିବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ତାରାଶଙ୍କରଙ୍କ ମୃତଦେହ ଭାସି ଉଠିଥିଲା। ମୃତଦେହ ଉଦ୍ଧାର ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି।

ପ୍ରକାଶାଥାଉକି, ଉକ୍ତ ଜଳପ୍ରପାତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ହାନି ଘଟୁଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିବନ୍ଧକ କିମ୍ବା ସତକର୍ତା ଅବଲମ୍ବନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri