ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ଖସିଗଲା ଛାତ୍ରଙ୍କ ଗୋଡ଼

ବଡ଼ବିଲ,୨୫ା୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେ ଖସି ପଶ୍ଚିମବଙ୍ଗରୁ ଷ୍ଟଡିଟୁର୍‌ରେ ଆସିଥିବା ଦୁଇଜଣ ପର୍ଯ୍ୟଟକ ଛାତ୍ର ନଦୀରେ ବୁଡ଼ିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଛାତ୍ର ଦୁଇଦିନ ଧରି ନିଖୋଜ ରହିଥିଲେ। ଶନିବାର ନିଖୋଜ ଛାତ୍ରଙ୍କ ମୃତଦେହ ଭାସିବାରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମୃତ ଛାତ୍ର ଜଣକ ହେଲେ ପଶ୍ଚିମବଙ୍ଗ କୋଲକାତାସ୍ଥିତ ହୁଗୁଳି ଆରାମବାଗ ଅଞ୍ଚଳର ତାରାଶଙ୍କର ସରକାର(୨୩)।
ସୂଚନାନୁଯାୟୀ, ଗତ ବୁଧବାର କୋଲକାତାସ୍ଥିତ ଆଶୁତୋଷ କଲେଜର ପରିବେଶ ବିଜ୍ଞାନ ସ୍ନାତକୋତ୍ତର ବିଭାଗରୁ ୩୮ ଜଣ ଛାତ୍ରଙ୍କ ସହ ୫ ଜଣ ଅଧ୍ୟାପକ ଷ୍ଟଡି ଟୁର୍‌ରେ କେନ୍ଦୁଝର ଜିଲା ବଡ଼ବିଲ ଆସି ଏକ ହୋଟେଲରେ ରହିଥିଲେ। ଗୁରୁବାର ସକାଳେ ୭ଟି ବୋଲେରୋ ଯୋଗେ ସମସ୍ତେ ବଲାଣୀ ଥାନା ଅନ୍ତର୍ଗତ କୋହ୍ଲପାଣ୍ଡୁଳିସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପୁଣ୍ଡୁଲ ଜଳପ୍ରପାତ ଦେଖିବାକୁ ଯାଇଥିଲେ। ଜଳପ୍ରପାତ ନିକଟରେ ତାରାଶଙ୍କର ଓ ନିଲାବ ଜୀ ହାତ ଧରାଧରି ହୋଇ ସେଲ୍‌ଫି ନେଉଥିବା ବେଳେ ଗୋଡ଼ ଖସିଯାଇଥିଲା। ଫଳରେ ଉଭୟ ନଦୀଗର୍ଭକୁ ଖସିପଡ଼ିଥିଲାବେଳେ ବଲେରୋ ଗାଡ଼ିଚାଳକମାନେ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ନଦୀର ଗଭୀର ପାଣି ଭିତରେ ତାରାଶଙ୍କର ବୁଡିଯିବାରୁ ତାଙ୍କୁ ଉଦ୍ଧାର କରିପାରି ନ ଥିଲେ। ଖବରପାଇ ବଲାଣୀ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ବିଫଳ ହୋଇଥିଲେ। ଶୁକ୍ରବାର ସକାଳେ ପୋଲିସ, ଦମକଳବାହିନୀ ସହ ରାଉରକେଲାରୁ ବୁଡ଼ାଳିଙ୍କ ସମେତ ୧୪ ଜଣିଆ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରେ ପଶି ଶୁକ୍ରବାର ଦିନ ତମାମ୍‌ ଖୋଜାଖୋଜି ପରେ ମଧ୍ୟ ତାରାଶଙ୍କରଙ୍କର କୌଣସି ସନ୍ଧାନ ମିଳିପାରି ନ ଥିଲା। ଶନିବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ତାରାଶଙ୍କରଙ୍କ ମୃତଦେହ ଭାସି ଉଠିଥିଲା। ମୃତଦେହ ଉଦ୍ଧାର ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି।

ପ୍ରକାଶାଥାଉକି, ଉକ୍ତ ଜଳପ୍ରପାତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ହାନି ଘଟୁଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିବନ୍ଧକ କିମ୍ବା ସତକର୍ତା ଅବଲମ୍ବନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?