ପିଲାଙ୍କୁ ମିଳୁନି ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା,୨୫ା୧୧(ଜଗନ୍ନାଥ ଧଳ): ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ୍‌ଆଉଟ ରୋକିବା ପାଇଁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳିତ ହେବ ବୋଲି ୨୦୧୬ରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ କହିଥିଲେ। ଏହାକୁ ଇତିମଧ୍ୟରେ ୮ ବର୍ଷ ବିତିଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଅପରପକ୍ଷେ ଦୀର୍ଘ ୮୦ ବର୍ଷ ପୂର୍ବେ ଧନ୍ଦାମୂଳକ ଶିକ୍ଷା ପ୍ରତିଷ୍ଠାନ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କୁଶିଆପାଳର ସରକାରୀ ଉଚ୍ଚ ମୌଳିକ ବିଦ୍ୟାଳୟ ଏହାର ମୌଳିକତା ହରାଇ ସାରିଥିବା ଦେଖାଯାଇଛି। ସ୍କୁଲରେ ଏବେ ମଧ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଅରଟ ଓ ତନ୍ତ ପଡ଼ିରହିଛି। ଏହି ସ୍କୁଲରେ ପୁନର୍ବାର ଧନ୍ଦାମୂଳକ ଶିକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ସ୍କୁଲ ସମ୍ପର୍କରେ ସାମାଜିକ କର୍ମୀ ଅମର କୁମାର ବିଶ୍ୱାଳ କହିଛନ୍ତି, ୧୯୩୬ରେ ସ୍କୁଲ ପ୍ରତିଷ୍ଠା ସମୟରେ ଅରଟରୁ ସୂତା କାଟିବା, ତନ୍ତରେ ଲୁଗା ବୁଣିବା ସହିତ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଥିଲା। ଦେଶ ସ୍ବାଧୀନତା ସମୟରେ ସ୍ଥାନୀୟ ଅଞ୍ଚଳର ଯଦୁମଣି ମଙ୍ଗରାଜ, ପୁରୁଷୋତ୍ତମ ନାୟକ, ମାୟାଧର ସାହୁ, କୁଳମଣି ନାୟକଙ୍କ ସହ ବହୁ ସ୍ବାଧୀନତା ସଂଗ୍ରାମୀ ଏଠାରେ ମେଳିହୋଇ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତା ପ୍ରଚାର କରୁଥିଲେ। ୧୯୪୬ରେ ଏହି ପ୍ରତିଷ୍ଠାନ ସରକାରୀକରଣ ହେବା ସହିତ ମୌଳିକ ଶିକ୍ଷାନୁଷ୍ଠାନର ମାନ୍ୟତା ମିଳିଥିଲା। ଏକଦା ପୂର୍ବତନ ରାଜ୍ୟପାଳ ଅଯୋଦ୍ଧାନାଥ ଖୋସ୍‌ଲା ଏହି ବିଦ୍ୟାଳୟକୁ ଆସି ଏତେ ଖୁସି ଅନୁଭବ କଲେ ଯେ, ପୁରସ୍କାରସ୍ବରୂପ ଏକ ରେଡିଓ ପ୍ରଦାନ କରିଥିଲେ। ସମ୍ପ୍ରତି ସରକାରୀକରଣ ପରେ ସ୍କୁଲରେ କେବଳ ସାଧାରଣ ପାଠ୍ୟକ୍ରମ ଚାଲିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗ୍ରାମର ଆଇନଜୀବୀ ଶ୍ରୀକାନ୍ତ ସାହୁ କହିଛନ୍ତି, ୧୯୮୮ରେ ରାଜ୍ୟର ୨୩୧ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାବ୍ୟବସ୍ଥା ରାଜ୍ୟ ସରକାର ପ୍ରଚଳନ କଲେ। କୌଣସି କାରଣରୁ ଏହି ମୌଳିକ ସ୍କୁଲ ଏଥିରୁ ବଞ୍ଚତ୍ତ ହୋଇଯାଇଛି। ସାମ୍ପ୍ରତିକ ସମୟରେ ଲୋକସମ୍ବଳ ବିନିଯୋଗ ଏକ ଆହ୍ବାନ ହୋଇଛି। ସରକାରୀ ଚାକିରି ପଛରେ ଶିକ୍ଷିତ ଯୁବବର୍ଗ ଧାଇଁ ନିରାଶ ହେଉଛନ୍ତି। ଧନ୍ଦାମୂଳକ ଶିକ୍ଷା ମିଳି ନ ଥିବାରୁ ନିଶ୍ଚିତ କର୍ମନିଯୁକ୍ତି ଏବେ ପ୍ରଶ୍ନବାଚୀ ହୋଇଛି। ଶିକ୍ଷା ବ୍ୟବସ୍ଥାରେ ଅନୂ୍ୟନ ୪ର୍ଥ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷାକୁ ବାଧ୍ୟ କରାଯାଉ ବୋଲି ଆଇନଜୀବୀ ସାହୁ ମତ ଦେଇଛନ୍ତି। ଗ୍ରାମର ପ୍ରଫୁଲ୍ଲ ସ୍ବାଇଁ ଓ ମାଧବ ସ୍ବାଇଁ କହିଛନ୍ତି, ୨୦୦୨ ମସିହାରେ ଏହା ନିମ୍ନ ମୌଳିକ ସ୍କୁଲ ଥିଲା। ଗ୍ରାମବାସୀ ଓ ସରକାରୀ ଉଦ୍ୟମରେ ୨୦୧୦ରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହୋଇଛି। ଯେହେତୁ ଏହା ଏକ ମୌଳିକ ବିଦ୍ୟାଳୟ, ଏଠାରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଉ ବୋଲି ସେମାନେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ସମ୍ପର୍କରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ଜିଲା ଶିକ୍ଷା ବିଭାଗର ତଦନ୍ତ ପରେ ଏ ଦିଗରେ ପଦକ୍ଷେପ ନେବା ପାଇଁ ସୁପାରିସ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?