Posted inଗଜପତି

ପାରଳା ସହରର ରାସ୍ତାଘାଟ ଶୋଚନୀୟ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ଶୋଚନୀୟ ଅବସ୍ଥାରେ ଥିବା ବେଳେ ପ୍ରଶାସନର ଦୃଷ୍ଟି କେବେ ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିିଶେଷ କରି ସହରର ପ୍ରମୁଖ ରାସ୍ତା ଦୟନୀୟ ହେବାରେ ଲାଗିଛି। ରାଣୀପେଣ୍ଠରୁ ପ୍ରବେଶ କଲା ମାତ୍ରେ ଖାଲଖମା ସହରକୁ ସ୍ବାଗତ କରୁଥିବା ବେଳେ ସହର ମଧ୍ୟରେ ମୁଖ୍ୟ ରାସ୍ତାଗୁଡିକର ଅବସ୍ଥା ଦୟନୀୟ ଦେଖିବାକୁ ମିଳୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ପୋଲିସ ଷ୍ଟେଶନ ଛକ ଠାରୁ ମେଡିକାଲ ଛକ ଦେଇ ସିନେମା ହଲ ଛକ, ଗାନ୍ଧୀ ଛକ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଗୁଡିକ ଖାଲଖମା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ସାମାନ୍ୟ କାଳବୈଶାଖୀ ବର୍ଷାରେ ମଧ୍ୟ ରାସ୍ତାଗୁଡ଼ିକ କର୍ଦମାକ୍ତ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏହି କର୍ଦମାକ୍ତ ରାସ୍ତାରେ ସହରବାସୀ ଯାତାୟତ କରୁଥିବା ବେଳେ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ପ୍ରମୁଖ ରାସ୍ତା ଗୁଡିକର ଉନ୍ନତିକରଣ ଏବଂ ସୁଦୃଢ ରାସ୍ତା ନିର୍ମାଣ ପାଇଁ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ପୂର୍ତ୍ତ ବିଭାଗକୁ ଗତ କିଛି ବର୍ଷ ପୂର୍ବେ ପୌରପରିଷଦ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ହେଲେ ପୂର୍ତ୍ତବିଭାଗ ଏହି ମୁଖ୍ୟ ରାସ୍ତାଗୁଡିକର ଉନ୍ନତି, ନିର୍ମାଣ, ରକ୍ଷଣାବେକ୍ଷଣ କରିବ କ’ଣ ଦାୟିତ୍ୱ ନେବା ପରଠାରୁ ସ୍ଥାଣୁ ପାଲଟିଯାଇଛି।
୨୦୨୦-୨୧ କରୋନା କଟକଣା ସମୟରେ ମେଡିକାଲ ରାସ୍ତାର ଫ୍ରେଣ୍ଡସ କଲୋନୀ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ଅତି ତରବରିଆ ଏବଂ ଯୋଜନା ବିହୀନ ଭାବେ ରାସ୍ତା ନିର୍ମାଣ କରିଥିଲା। ବର୍ତ୍ତମାନ ଏହି ରାସ୍ତାର ସିମେଣ୍ଟ କଂକ୍ରିଟ ସ୍ଥାନେ ସ୍ଥାନେ ଉଠିଯାଇଥିବା ବେଳେ ସମଗ୍ର ରାସ୍ତାର ଚିପ୍ସ ବା ଗୋଡି ଗୁଡିକ ବାହାରି ପଡିଲାଣି। ଏହାସହ ଏହି ରାସ୍ତାର ଜଙ୍ଗମସାହି ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନକରି ଛାଡି ଦିଆଯାଇଛି। ଗାନ୍ଧୀ ଛକଠାରୁ ପୁରୁଣା କୋର୍ଟ ଛକ ରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡିଛି। ସେହିପରି ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସାହି ବସ୍ତି ରାସ୍ତା ମଧ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସାହି ବସ୍ତି ରାସ୍ତାଘାଟର ଅବସ୍ଥା ମଧ୍ୟ ଅନୁରୂପ। ସହରର ୧୬ଟି ୱାର୍ଡର ବିଭିନ୍ନ ସାହି ବସ୍ତିରେ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ପାଇପଲାଇନ ସଂଯୋଗୀକରଣ ପାଇଁ ରାସ୍ତାଗୁଡିକୁ ଖନନ କରାଯାଇଥିଲା। ହେଲେ ସେହି ସ୍ଥାନମାନଙ୍କରେ ଉପଯୁକ୍ତ ସିମେଣ୍ଟ ଗୋଡି ଆଦି ନ ପକାଯିବା ଯୋଗୁଁ ସେଗୁଡିକ ଖାଲଖମାରେ ପରିଣତ ହୋଇଛି। ସେହିପରି ପୌରପରିଷଦ କଥା ନ କହିଲେ ଭଲ। ସହରର ନାନାଦି ସମସ୍ୟା ଲାଗି ରହିଥିଲେ ମଧ୍ୟ ବର୍ତ୍ତମାନ ମୁଖ୍ୟ ସମସ୍ୟା ମଧ୍ୟରେ ରାସ୍ତାଘାଟ ଥିବାରୁ ଏଥିପ୍ରତି ସରକାର ଦୃଷ୍ଟି ଦେଇ ସହରର ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟର ସୁବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ପାଇଁ ପାରଳା ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

ପାରଳାଖେମୁଣ୍ଡିରୁ ରୂପେଶ, ମୋହନାରୁ ଅନ୍ତର୍ଯ୍ୟାମୀ ଲଢ଼ିବେ ବିଧାନସଭା ନିର୍ବାଚନ

ପାରଳାଖେମୁଣ୍ଡି,୩ା୪(ଗିରିଧାରୀ ପରିଚ୍ଛା): ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବାକିଥିବା ସମସ୍ତ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri