ମେଣ୍ଟ ଭାଙ୍ଗିବାରୁ ଗଞ୍ଜାମରେ ଖାତା ଖୋଲୁନି ଭାଜପା

ବ୍ରହ୍ମପୁର ଅଫିସ,୧୫ା୫: ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଶ ନିକଟରେ ଗଞ୍ଜାମ ଗସ୍ତରେ ଆସି ଆସିକା ଲୋକସଭା କ୍ଷେତ୍ରର କେତେକ ବିଧାନସଭା ସେଗ୍‌ମେଣ୍ଟକୁ ଯାଇ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିଥିଲେ। ବ୍ରହ୍ମପୁରରେ ଆଗଧାଡ଼ିର ନେତା ଓ କର୍ମୀଙ୍କ ସହ ଆଲୋଚନା କରି ଆଗାମୀ ସାଧାରଣ ନିର୍ବାଚନ ନେଇ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟତଃ ମହିଳା ଭୋଟରଙ୍କୁ ଦଳ ପ୍ରତି କିଭଳି ଆକୃଷ୍ଟ କରାଯିବ ସେନେଇ ମନ୍ତ୍ର ଫୁଙ୍କିଥିଲେ।
ଦର୍ଶନାଙ୍କ ଗସ୍ତ ପୂର୍ବରୁ ଗତ ଡିସେମ୍ବର ଶେଷ ବେଳକୁ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଦୁଇ ନେତ୍ରୀ ଗଞ୍ଜାମକୁ ଆସି ଆସିକା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଯାଇ କେବଳ ମହିଳା ମୋର୍ଚ୍ଚା ନେତ୍ରୀ ଓ କର୍ମୀଙ୍କୁ ଭେଟିଥିଲେ। ତନ୍ମଧ୍ୟରେ ଥିଲେ ଜମ୍ମୁ-କଶ୍ମୀର ମହିଳା ମୋର୍ଚ୍ଚା ସଭାନେତ୍ରୀ ସଞ୍ଜିିତା ଡାଗ୍ରା ଓ ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ସାଧବା ଭୁଟ୍ଟା। ଉଭୟ ମହିଳା ସଂଗଠନକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ଗଁାର ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତୀକରଣ ଏବଂ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଇବାକୁ ଗୁରୁତ୍ୱ ଦେଇଥିଲେ। ଏବେ ଦର୍ଶନାଙ୍କ ଗସ୍ତରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଥିଲା। ଫଳରେ ଜିଲାର ଦୁଇ ଲୋକସଭା ଆସନ ଉପରେ ଭାଜପା ନଜର ଦେଇଥିବା ଏବଂ ମହିଳାଙ୍କୁ ନେଇ ୨୦୨୪ ନିର୍ବାଚନ ପାଇଁ ଭୋଟ୍‌ବ୍ୟାଙ୍କ ସୃଷ୍ଟି ଉଦ୍ୟମ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ରଖିଛନ୍ତି। ଅନ୍ୟପକ୍ଷରେ ଭାଜପା କେବଳ ଲୋକସଭା ନିର୍ବାଚନ ଲାଗି ରୋଡ ମ୍ୟାପ ପ୍ରସ୍ତୁତ ଚଳାଇଥିବା ଏହି ମହଲ ଅନୁମାନ କରୁଛି। କେତେ ସଫଳ ହେବ ସେ ନେଇ ଅଙ୍କ କଷୁଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ୨୦୦୮ରେ ବିଜେଡି ସହ ନିର୍ବାଚନୀ ମେଣ୍ଟ ଭାଙ୍ଗିବାରୁ ଭାଜପାର ସ୍ଥିତି ବିପନ୍ନ ହୋଇଯାଇଛି। ୨୦୦୯, ୨୦୧୭ ଓ ୨୦୧୯ ନିର୍ବାଚନରେ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ଭାଜପା ଖାତା ଖୋଲି ପାରିନଥିବା ତଥ୍ୟ ରହିଛି। ୧୯୯୯ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ନ ଦେଇ ଭାଜପାକୁ ଛାଡ଼ି ଦେଇଥିଲା। ଶଙ୍ଖ ଦଳ ସମର୍ଥନରେ ଭାଜପା ପ୍ରାର୍ଥୀ ଅନାଦି ସାହୁ ନିର୍ବାଚିତ ହୋଇଥିଲେ। ମେଣ୍ଟ ରାଜନୀତି ଯୋଗୁ ୨୦୦୦ ବିଧାନସଭା ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ରାମଚନ୍ଦ୍ର ପଣ୍ଡା ଜିତିଥିଲେ ଓ ଭାଗବଣ୍ଟା ପ୍ରକାରେ ବିଧାନସଭା ଉପବାଚସ୍ପତି ହୋଇଥିଲେ। ୨୦୦୪ ନିର୍ବାଚନରେ ସୋରଡ଼ା ସେଗମେଣ୍ଟରୁ ଭାଜପା ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂହଦେଓ ଜିତିଥିଲେ।
ମେଣ୍ଟ ଭାଙ୍ଗିବା ପରେ ହୋଇଥିବା ୩ ସାଧାରଣ ନିର୍ବାଚନରେ ଭାଜପାରୁ ୧୩ ବିଧାନସଭା ଓ ଦୁଇ ଲୋକ ସଭା କ୍ଷେତ୍ରରେ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗୋଟିଏ ମଧ୍ୟ ଆସନରେ ନିର୍ବାଚିତ ହୋଇପାରୁ ନାହାନ୍ତି। ତେଣୁ ଶଙ୍ଖ ନ ବାଜିଲେ ପଦ୍ମ ଫୁଟିବା ସମ୍ଭବ ନୁହେଁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଅନ୍ୟପକ୍ଷରେ ୨୦୦୯ ଓ ୨୦୧୪ ଅପେକ୍ଷା ୨୦୧୯ ନିର୍ବାଚନରେ ସବୁ ନିର୍ବାଚନ ମଣ୍ଡଳୀରେ ଭାଜପାର ଭୋଟ ହାର ବଢ଼ିଛି। ତେବେ କଂଗ୍ରେସର ଦୁର୍ବଳ ସଂଗଠନ ଏବଂ ଉପଯୁକ୍ତ ପ୍ରାର୍ଥୀ ନ ଦେବାରୁ ଭାଜପାକୁ ଫାଇଦା ମିଳିଥିବା କୁହାଯାଇଛି। ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଭାଜପା ଲଢ଼ିବାର କ୍ଷେତ୍ର ପ୍ରସ୍ତୁତ କରୁଛି। ତେଣୁ ଏହି ଜିଲାକୁ କେନ୍ଦ୍ରୀୟ ନେତାମାନେ ଆସୁଥିବା ବିଭିନ୍ନ ମହଲରୁ ଚର୍ଚ୍ଚା ହେଉଛି। କଂଗ୍ରେସ ଯଦି ସକ୍ରିୟ ହେବ ଏବଂ ଟାଣୁଆ ପ୍ରାର୍ଥୀଙ୍କୁ ଲଢ଼ିବାର ସୁଯୋଗ ମିଳିବ ତେବେ ଭାଜପା ୨୦୦୯ ଓ ୨୦୧୪ ସ୍ଥିତିକୁ ଖସିବାର ମଧ୍ୟ ଆଲୋଚନା ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri