ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ଉଠିଲା ଝଡ଼: ଚିହିଁକି ଉଠିଲା ବିଜେଡି

ଭୁବନେଶ୍ୱର,୨୩ା୯(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା କିଛିଦିନ ତଳେ ଖରାପ ଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ଦେଖିବା ପାଇଁ ସବୁ ଦଳର ନେତା, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ସମସ୍ତେ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟେଲିଫୋନ ଯୋଗେ କଥା ହୋଇଥିଲେ। ନବୀନବାବୁଙ୍କୁ ସମସ୍ତେ ଭଲ ପାଆନ୍ତି। ସେବେଠାରୁ ସେହି ବିଷୟକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି କଥା ବାରମ୍ବାର ନଜରକୁ ଆସୁଛି। ନିକଟରେ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଖିବାକୁ ମିଳିଥିଲା, ଯେତେବେଳେ ନବୀନ ଅସୁସ୍ଥ ସେତେବେଳେ ତାମିଲବାବୁ ସକ୍ରିୟ। ଯେତେବେଳେ ନବୀନ ସୁସ୍ଥ, ସେତେବେଳେ ତାମିଲବାବୁ ସନ୍ନ୍ୟାସ। ଭାଜପା ସରକାରକୁ ଆସିବା ପୂର୍ବରୁ ଏକ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତରେ ଆସିଥିଲେ। ଏକ ସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କର କ’ଣ ହୋଇଛି ଜଣାପଡୁନି। ତେଣୁ ରାଜ୍ୟରେ ଭାଜପା ସରକାର ଆସିଲେ ଏକ କମିଟି କରି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଯାଞ୍ଚ କରି ତାଙ୍କ ଦେହ ଖରାପ ହେବା ପଛରେ କିଏ, ଦୋଷୀକୁ ଧରାଯିବ ବୋଲି କହିଥିଲେ। ଏବେ ରାଜ୍ୟରେ ଭାଜପା ସରକାର ଆସିଛି। ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଯାଞ୍ଚ କରନ୍ତୁ ବୋଲି ଭାଜପା ସଦସ୍ୟ ବିଭୂତି ଭୂଷଣ ପ୍ରଧାନ ବିଧାନସଭାରେ ପଏଣ୍ଟ ଅଫ ଅର୍ଡର ଆଣି କହିଥିଲେ। ବିଭୂତିଙ୍କ ଏଭଳି କଥା ପରେ ସଙ୍ଗେସଙ୍ଗେ ବିଜେଡି ସଦସ୍ୟମାନେ ଗୃହରେ ଚିହିଁକି ଉଠିଥିଲେ। ପ୍ରଥମେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଭୂତିଙ୍କ କଥାକୁ ବିରୋଧ କରିବା ସହ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସେ କିଛି କାମରେ ନୂଆଦିଲ୍ଲୀ ଗସ୍ତରେ ଥିବା କହିଥିଲେ। ଏହାସହ ବିଭୂତିଙ୍କ କଥାକୁ ବିଧାନସଭା ବିବରଣୀରୁ ବାଦ୍‌ ଦେବା ପାଇଁ ଦାବି କରିଥିଲେ। ଏହାପରେ ସଙ୍ଗେସଙ୍ଗେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଏହାକୁ ବିରୋଧ କରିବା ସହ ଭାଜପା ନେତାମାନେ ପ୍ରତି ୮ ଦିନରେ କାହିଁକି ଦିଲ୍ଲୀ ଯାଉଛନ୍ତି ସେକଥା ବିଜେଡି ପଚାରୁଛି କି ବୋଲି କହିଥିଲେ। ଏହାପରେ ବିଜେଡିର ସମସ୍ତ ସଦସ୍ୟ ନିଜ ଆସନରେ ଠିଆ ହୋଇ ବିଭୂତି ଗୃହରେ ଦେଇଥିବା କଥା ବିଧାନସଭା ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ଦାବି କରିଥିଲେ। ହେଲେ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ନିଜ ଆସନରେ ବସିବା ପାଇଁ କହିଥିଲେ। ସରକାରୀ ଦଳର ସଦସ୍ୟ ଯାହା କହିଛନ୍ତି ତାହା ସଂସଦୀୟ ବ୍ୟାପାର ବାହାରର ଶବ୍ଦ ନୁହେଁ। ତାଙ୍କ ବିବୃତି ମୁତାବକ କିଛି ଯାଞ୍ଚ କରାଯିବ ନାହିଁ। ତାଙ୍କ କଥା ଉପରେ ତର୍ଜମା କରିବାର ଆବଶ୍ୟକତା ନାହିଁ ବୋଲି କହିବା ସହ ସମସ୍ତଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ। ଏହାସହ ବିଭୂତି କାହାକୁ ଆଘାତ ଦେବା ଭଳି କଥା କହି ନାହାନ୍ତି ବରଂ ସେ ଭାବବିହ୍ବଳ ହୋଇ ଏହା କହିଥିଲେ ଏବଂ ଗୃହକୁ ସୂଚିତ କରିଥିଲେ। ହେଲେ ବିଜେଡି ସଦସ୍ୟମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। କିଛି ସମୟ ପରେ ବିଭୂତି ପ୍ରଧାନ ପୁଣିଥରେ ଠିଆ ହୋଇ ଯଦି ତାଙ୍କ କଥା ବିବରଣୀରୁ ବାଦ୍‌ ଦିଆ ନ ଯାଏ ତେବେ ଗୃହ ଛାଡ଼ିବାକୁ ଚେତାବନୀ ଦେଇଥିଲେ। କିଛି ସମୟ ପରେ ବିଭୂତି ତାଙ୍କ ସ୍ଥାନରେ ଠିଆ ହୋଇ ଆଉଥରେ କହିଥିଲେ। କାହାକୁ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନ ଥିଲା। ଯଦି ତାଙ୍କ କଥା କାହାକୁ ଦୁଃଖ ଦେଇଛି ତେବେ ସେ ତାଙ୍କ କଥାକୁ ପ୍ରତ୍ୟାହାର କରି ନେଉଛନ୍ତି ବୋଲି କହିଥିଲେ। ଏହାପରେ ଗୃହ କାର୍ଯ୍ୟ ସ୍ବାଭାବିକ ସ୍ଥିତିକୁ ଫେରିଥିଲା।
ଅନ୍ୟପକ୍ଷରେ ବିଭୂତିଙ୍କ ଏଭଳି କଥା କାହାକୁ ମୁଖ୍ୟତଃ ଲକ୍ଷ୍ୟ କରି କୁହାଯାଇଥିଲା ବୋଲି ବିଧାନସଭାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଏବଂ ଆଲୋଚନା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ କହିଥିବା କଥା ପାଳନ କରାଯିବା ଦରକାର କହି ପରୋକ୍ଷରେ ସେ କେଉଁ ବାର୍ତ୍ତା ଦେବାକୁ ଚାହିଁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?