ଧରିତ୍ରୀ ପ୍ରଭାବ: ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଆୟୋଗ

ହାଟଡିହୀ୧୬ା୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢ଼ା ପଞ୍ଚାୟତ ୧୪ଟି ଓ୍ବାର୍ଡକୁ ନେଇ ଗଠିତ। ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର ,ସାଗରିକା ଜେନା,ସୁକାନ୍ତି ପାତ୍ର ମୋଟ୍‌ ୩ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଥିଲେ। ମୋଟ ୪୫୭୦ ଜଣ ମତଦାନ କରିଥିବା ବେଳେ ବୈଧ ଭୋଟ ସଂଖ୍ୟା ୪୪୨୬ ଏବଂ ରିଜେକ୍ଟ ଭୋଟ୍‌ ସଂଖ୍ୟା ୧୪୫ ଅଟେ। ଭାରତୀଙ୍କୁ ୩୩ ଖଣ୍ଡ,ସାଗରିକାଙ୍କୁ ୨୨୦୯ ଖଣ୍ଡ, ସୁକାନ୍ତିଙ୍କୁ ୨୧୮୪ ଖଣ୍ଡ ଭୋଟ୍‌ ମିଳିଥିଲା। ବ୍ଲକ ପକ୍ଷରୁ ସାଗରିକାଙ୍କୁ ବିଜୟୀ ଘୋଷଣା କରାଯାଇଛି। ଏହାକୁ ପ୍ରତିବାଦ କରି ସୁକାନ୍ତି କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ, ହାଟଡିହୀ ବିଡିଓ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ ବୃଦ୍ଧାଙ୍ଗୁଳି ଛାପରେ ତାଙ୍କ ସପକ୍ଷରେ ହୋଇଥିବା ବହୁ ମତଦାନକୁ ରିଜେକ୍ଟ କରାଯାଇଥିବାରୁ ସେ ପରାଜିତ ହୋଇଛନ୍ତି। ତେଣୁ ରିଜେକ୍ଟ ହୋଇଥିବା ସେହି ସବୁ ମତଦାନକୁ ବୈଧ ଭାବେ ପୁନଃ ଗଣନା ପାଇଁ ନିବେଦନ କରିଥିଲେ। ବିଡିଓ ବିନୀତା ବିଜୟିନୀ ବୃଦ୍ଧାଙ୍ଗୁଳି ଛାପରେ ମତଦାନକୁ ଅବୈଧ କହିଥିବା ବେଳେ ଆନନ୍ଦପୁର ଉପଜିଲାପାଳ ଗୋପୀନାଥ କୁଅଁର ଏପରି ମତଦାନକୁ ବୈଧ ବୋଲି କହିଥିଲେ।

ଅପରପକ୍ଷେ ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାଙ୍କ ପକ୍ଷରୁ ତା ୧.୧୧.୨୦୦୬ରେ ସଚିବ ଫକୀର ଚରଣ ସତପଥୀ ଏକ ଗାଇଡ୍‌ଲାଇନ ସମସ୍ତ ଉପଜିଲାପାଳ,ବିଡିଓ ଏବଂ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ପ୍ରେରଣ କରିଥିଲେ। ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ ବୋଲି ଉକ୍ତ ଚିଠିରେ ଉଲେଖ ଅଛି l ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଗତ ମାର୍ଚ୍ଚ ୬ ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା। ପରେ ରାଜ୍ୟ ନିର୍ବାଚନ ଆୟୋଗ ଓଡ଼ିଶା ଘଟଣାକୁ ଗୁରୁତର ସହ ନେଇଛନ୍ତି। ଡେପୁଟି ସେକ୍ରେଟାରୀ ଏ.ଏଚ୍‌.ପାଣିଗ୍ରାହୀ ଚିଠି ନଂ ୫୧୯୩/୧୬.୩.୨୦୨୨ ଅନୁସାରେ କେନ୍ଦୁଝର ଜିଲାପାଳଙ୍କୁ ଅଭିଯୋଗର ତଦନ୍ତ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?