ପୁରୁଣା ଜେଲ ଜମିରେ ପୋତାଯାଉଛି ଖୁଣ୍ଟ, ବୁଲାଯିବ ବାଡ଼

ନୟାଗଡ,୨୫।୮(ଲୋକନାଥ ମିଶ୍ର): ଜବରଦଖଲକୁ ଏଡ଼ାଇବା ପାଇଁ ନୟାଗଡ଼ର ହାର୍ଟ କୁହାଯାଉଥିବା ପୁରୁଣା ଜେଲ ଜମିକୁ ମ୍ୟୁନିସିପାଲିଟି ପକ୍ଷରୁ ସିମେଣ୍ଟ ଖୁଣ୍ଟ ପୋତା ଯାଉଥିବାବେଳେ ତାର ବାଡ ବୁଲାଇବାର ବ୍ୟବସ୍ଥା ରହିଛି। ତେବେ ପୁରୁଣା ଜେଲ ଜମିର କିଛି ଅଂଶରେ ପରିବା ମାର୍କେଟ ରହିଥିବାବେଳେ ଜୁବୁଲି ମାର୍କେଟର କେତେଜଣ ବ୍ୟବସାୟୀଙ୍କ ପାଇଁ ରାସ୍ତା ପ୍ରଦାନ କରାଯାଇଛି। ୨ ବ୍ୟବସାୟୀଙ୍କ ପ୍ରତି ମ୍ୟୁନିସିପାଲିଟିର ଅନୁକମ୍ପା ରହିଥିବା ଚର୍ଚ୍ଚା ହେବା ସହ ସମାଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷେ ସମୁଦାୟ ଜେଲ ଜମିରେ ସିମେଣ୍ଟ ଖୁଣ୍ଟ ପୋତା ଯାଇ ନ ଥିବାରୁ ଇଏ କି ପ୍ରକାରର ସରକାରୀ ଜମିର ସୁରକ୍ଷା ବୋଲି ପ୍ରଶ୍ନ ଉଠିଲାଣି। ମ୍ୟୁନିସିପାଲିଟି ପକ୍ଷରୁ ଠିକ୍‌ ଭାବେ ତାର ବାଡ଼ ଦିଆ ନ ଗଲେ ଜେଲ ପରି ଅନ୍ୟ ସରକାରୀ ଜମି ପରି ଜବରଦଖଲ ହୋଇଯିବ ବୋଲି କୁହାଯାଉଛି।
ପୁରୁଣା ଜେଲ ଜମି ସମ୍ମୁଖ ଜିଲା ସଂସ୍କୃତି ଭବନ ପରିସର ପାଖରେ ଲାଗି ରହିଥିବା ସିଭିଲ କୋର୍ଟ ସାହିର ସୁଧାରାଣୀ ପଟ୍ଟନାୟକ, ଚିତ୍ତ ରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କ ବାରିପଟୁ ଜବରଦଖଲ ଉଚ୍ଛେଦ ୨୦୨୨ ଜାନୁୟାରୀ ୩୧ରେ ହୋଇଥିଲା। ଏହି ୨ ପରିବାର ନିଜ ନିଜ ବାରିପଟେ ନୟାଗଡ଼ ସହରର ମୂଲ୍ୟବାନ ସରକାରୀ ଜମିକୁ ଅକ୍ତିଆର କରି ଘର ଓ ପ୍ରାଚୀର କରିଥିଲେ। ଏପରିକି ସରକାରୀ ଜମିରେ ବ୍ୟକ୍ତିଗତ ଭାବେ କୂଅ ଖୋଳା ହୋଇଥିଲା। ମାଜିଷ୍ଟ୍ରେଟ ଭାବେ ନୟାଗଡ଼ ତହସିଲଦାର ଭିକାରୀ ସାହୁ, ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର ଓ ପୋଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ଉଚ୍ଛେଦ ପରେ ଉଦ୍ଧାର ହୋଇଥିବା ଅଞ୍ଚଳରେ ପ୍ରଶାସନ ତାର ବାଡ଼ ଦେଇ ନ ଥିଲା। ଉଚ୍ଛେଦ ଜମି ପଠାଣୀ ସାମନ୍ତ ଜିଲା ସଂସ୍କୃତି ଭବନ ପରିସରରେ ରଖାଯିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଥିଲା। ପରେ ଜିଲା ସଂସ୍କୃତି ଭବନର ପ୍ରାଚୀରକୁ ଭଙ୍ଗା ଯାଇ କାମ ଆରମ୍ଭ ହୋଇଥିଲା। କାମ ଆରମ୍ଭ ବେଳେ କୋର୍ଟର ସ୍ଥିତାବସ୍ଥା ଜାରି ହୋଇଥିଲା। କୋର୍ଟର ସ୍ଥିତାବସ୍ଥା ସତ୍ତ୍ୱେ ଉଚ୍ଛେଦ ଜମିରେ ସିମେଣ୍ଟ ପିଲର ପୋତି ତାର ବାଡ ଦିଆଯାଇଥିଲା। କୋର୍ଟ କେସ୍‌ ଯୋଗୁ ଜିଲା ସଂସ୍କୃତି ଭବନର ପ୍ରାଚୀର କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଗଲା। କାଳେ ଜେଲ ଜମି ଜବରଦଖଲ ହୋଇଯିବ ସେଇ ଭୟରେ ମ୍ୟୁନିସିପାଲିଟି ପକ୍ଷରୁ ତାର ବାଡ଼ ଦେବା ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଲାଗି ରହିଛି। ଏ ନେଇ କଂଗ୍ରେସର ରଣଜିତ ଦାଶ କହିଛନ୍ତି, ଜେଲ ଜମିରେ ନୟାଗଡ଼ ମ୍ୟୁନିସିପାଲିଟି କ’ଣ କରୁଛି ଆମେ ଅନୁଧ୍ୟାନ ରଖିଛୁ। ଜିଲାର ବିକାଶ ପାଇଁ ବିରୋଧ କରାଯାଉନି। ହେଲେ ମୁଲ୍ୟବାନ ସରକାରୀ ଜମିରେ ପାର୍କିଂକୁ ଛାଡ଼ ଆଉ ଯାହା କରାଗଲେ ବିରୋଧ କରାଯିବ। ମ୍ୟୁନିସିପାଲିଟି ତାର ବାଡ଼ ଦେବା ପରେ କେଉଁ କାର୍ଯ୍ୟରେ ଜେଲ ଜମି ବ୍ୟବହାର କରୁଛି ସେନେଇ ଜଣାପଡ଼ିବ। ଏହାପରେ କଂଗ୍ରେସ ବିକଳ୍ପ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର କହିଛନ୍ତି, ସମୁଦାୟ ଜେଲ ଜମିରେ ତାର ବାଡ଼ କରାଯିବ। ପ୍ରଥମେ କିଛି ଅଂଶ କରାଯାଇଛି। ଜେଲ ଜମିରୁ ପରିବା ମାର୍କେଟ ହଟିବ। ପୁଣି ଜୁବୁଲି ମାର୍କେଟ ବ୍ୟବସାୟୀଙ୍କ ପାଇଁ ରାସ୍ତା ଛଡ଼ା ଯିବନି। ତେବେ ଜେଲ ଜମି ଭିତରକୁ ଯିବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଏକ ଫାଟକ ରଖାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?