Posted inଖେଳ

ମାରାଡୋନାଙ୍କ ନାମରେ ଷ୍ଟାଡିୟମର ନାମକରଣ

ନାପଲ୍ସ, ୬ା୧୨ (ଏପି)-ଇଟାଲିଆନ କ୍ଲବ ନାପୋଲି ଏହାର ପୂର୍ବତନ ଅଧିନାୟକ ଡଏଗୋ ମାରାଡୋନାଙ୍କୁ ସମ୍ମାନିତ କରିବାକୁ ଯାଇ ନିଜ ଷ୍ଟାଡିୟମର ନାମ ବଦଳାଇ ଦେଇଛି। ନାପଲ୍ସ ସିଟି କାଉନ୍‌ସିଲର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଷ୍ଟାଡିଓ ସାନ୍‌ ପାଓଲୋର ନାମ ପରିବର୍ତ୍ତନ କରାଯାଇ ଷ୍ଟାଡିଓ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ରଖାଯାଇଛି। ଗତ ସପ୍ତାହରେ ମାରାଡୋନାଙ୍କର ୬୦ବର୍ଷ ବୟସରେ ନିଜ ଦେଶ ଆର୍ଜେଣ୍ଟିନାରେ ଦେହାନ୍ତ ହୋଇଯାଇଛି। ଏହି ଅବସରରେ ନାପୋଲି ଷ୍ଟାଡିୟମରେ ତାଙ୍କର ହଜାର ହଜାର ସଂଖ୍ୟା ପ୍ରଶଂସକ ଏକାଠି ହୋଇ ଶୋକ ପ୍ରକାଶ କରିଥିଲେ। ସେମାନେ କିମ୍ବଦନ୍ତୀ ଖେଳାଳିଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହମବତି ଜାଳିବା ସହ ସେମାନଙ୍କ ଲିଖିତ ମତ ଉପସ୍ଥାପନ କରିଥିଲେ। ମାରାଡୋନା ୧୯୮୪ରୁ ୧୯୯୧ ପର୍ଯ୍ୟନ୍ତ ୭ବର୍ଷ ଧରି ନାପୋଲିର ନେତୃତ୍ୱ ନେଇଥିଲେ। ସେ ଏହି କ୍ଲବକୁ ୧୯୮୭ ଓ ୧୯୯୦ରେ ସିରି ଏ’ ଟାଇଟଲ, ୧୯୮୭ରେ ଇଟାଲିଆନ କପ୍‌ ଏବଂ ୧୯୮୯ରେ ଏକମାତ୍ର ପ୍ରମୁଖ ଟାଇଟଲ ଇରୋପିଆନ ଟାଇଟଲ ୟୁଫା କପ୍‌ ଜିତାଇଥିଲେ। ସୂଚନାଯୋଗ୍ୟ, ମାରାଡୋନାଙ୍କ ଦେହାନ୍ତର ଦିନକ ପରେ ନାପୋଲି ଏଚ୍‌ଏନ୍‌କେ ରିଜେକା ବିପକ୍ଷ ଏହାର ୟୁରୋପା ଲିଗ୍‌ ମ୍ୟାଚ ଖେଳିଥିଲା। ମାରାଡୋନାଙ୍କୁ ସମ୍ମାନ ଜଣାଇ ଏହି ମ୍ୟାଚରେ ନାପୋଲି କ୍ଲବର ସମସ୍ତ ଖେଳାଳି ‘ମାରାଡୋନା ୧୦.’ ଲେଖାଥିବା ଶାର୍ଟ ପରିଧାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?