Posted inଖେଳ

ମାରାଡୋନାଙ୍କ ନାମରେ ଷ୍ଟାଡିୟମର ନାମକରଣ

ନାପଲ୍ସ, ୬ା୧୨ (ଏପି)-ଇଟାଲିଆନ କ୍ଲବ ନାପୋଲି ଏହାର ପୂର୍ବତନ ଅଧିନାୟକ ଡଏଗୋ ମାରାଡୋନାଙ୍କୁ ସମ୍ମାନିତ କରିବାକୁ ଯାଇ ନିଜ ଷ୍ଟାଡିୟମର ନାମ ବଦଳାଇ ଦେଇଛି। ନାପଲ୍ସ ସିଟି କାଉନ୍‌ସିଲର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଷ୍ଟାଡିଓ ସାନ୍‌ ପାଓଲୋର ନାମ ପରିବର୍ତ୍ତନ କରାଯାଇ ଷ୍ଟାଡିଓ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ରଖାଯାଇଛି। ଗତ ସପ୍ତାହରେ ମାରାଡୋନାଙ୍କର ୬୦ବର୍ଷ ବୟସରେ ନିଜ ଦେଶ ଆର୍ଜେଣ୍ଟିନାରେ ଦେହାନ୍ତ ହୋଇଯାଇଛି। ଏହି ଅବସରରେ ନାପୋଲି ଷ୍ଟାଡିୟମରେ ତାଙ୍କର ହଜାର ହଜାର ସଂଖ୍ୟା ପ୍ରଶଂସକ ଏକାଠି ହୋଇ ଶୋକ ପ୍ରକାଶ କରିଥିଲେ। ସେମାନେ କିମ୍ବଦନ୍ତୀ ଖେଳାଳିଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହମବତି ଜାଳିବା ସହ ସେମାନଙ୍କ ଲିଖିତ ମତ ଉପସ୍ଥାପନ କରିଥିଲେ। ମାରାଡୋନା ୧୯୮୪ରୁ ୧୯୯୧ ପର୍ଯ୍ୟନ୍ତ ୭ବର୍ଷ ଧରି ନାପୋଲିର ନେତୃତ୍ୱ ନେଇଥିଲେ। ସେ ଏହି କ୍ଲବକୁ ୧୯୮୭ ଓ ୧୯୯୦ରେ ସିରି ଏ’ ଟାଇଟଲ, ୧୯୮୭ରେ ଇଟାଲିଆନ କପ୍‌ ଏବଂ ୧୯୮୯ରେ ଏକମାତ୍ର ପ୍ରମୁଖ ଟାଇଟଲ ଇରୋପିଆନ ଟାଇଟଲ ୟୁଫା କପ୍‌ ଜିତାଇଥିଲେ। ସୂଚନାଯୋଗ୍ୟ, ମାରାଡୋନାଙ୍କ ଦେହାନ୍ତର ଦିନକ ପରେ ନାପୋଲି ଏଚ୍‌ଏନ୍‌କେ ରିଜେକା ବିପକ୍ଷ ଏହାର ୟୁରୋପା ଲିଗ୍‌ ମ୍ୟାଚ ଖେଳିଥିଲା। ମାରାଡୋନାଙ୍କୁ ସମ୍ମାନ ଜଣାଇ ଏହି ମ୍ୟାଚରେ ନାପୋଲି କ୍ଲବର ସମସ୍ତ ଖେଳାଳି ‘ମାରାଡୋନା ୧୦.’ ଲେଖାଥିବା ଶାର୍ଟ ପରିଧାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ୧୮ ଜଣିଆ ଟିମ୍‌ ଘୋଷଣା, ହରମନ୍‌ପ୍ରୀତ ସିଂଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‌। ଏହାପୂର୍ବରୁ ହକି ଇଣ୍ଡିଆ ଶୁକ୍ରବାର ୧୮ ଜଣିଆ ଟିମ୍‌ ଘୋଷଣା କରିଛି।...

ନିକାରାଗୁଆରେ ବକ୍ସିଂ ଆରମ୍ଭ

ମାନାଗୁଆ (ନିକାରାଗୁଆ), ୨୭ା୪ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଥିବାବେଳେ  ନିକାରାଗୁଆରେ ବକ୍ସିଂ ଆରମ୍ଭ ହୋଇଛି।  ୮ଟି ଫାଇଟ୍‌...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ବୃହତ୍‌ ବିଜୟର ନିକଟତର ଭାରତ ଏ’

ଥିରୁଭାନନ୍ତପୁରମ,୧୨।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’...

ସଚିନ-ଗାଙ୍ଗୁଲିଙ୍କ କ୍ଲବରେ ରୋହିତ-ଧାଓ୍ବନଙ୍କ ଯୋଡ଼ି

ପୁଣେ,୨୮।୩ : ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ରବିବାର ଦେଶର ଦ୍ୱିତୀୟ ଯୋଡ଼ି ଭାବେ ଦିନିକିଆରେ ୫ ହଜାର ରନ୍‌ର ଭାଗୀଦାରିତା...

ବିସିସିଆଇକୁ କମ୍ପ୍ଲେନ କରିଥିଲେ ସିନିୟର ଖେଳାଳି

ମୁମ୍ବାଇ,୨୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ ଟି୨୦ ଦଳର ନେତୃତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ତେବେ ଏହା ପଛରେ ଏକ ବଡ଼ କାରଣ...

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କଲେ ବିରୁଷ୍କା

ମୁମ୍ବାଇ: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ କରିଛନ୍ତି। ଏଥିସହ କରୋନା ବିରୋଧରେ ଜାରି...

କ୍ରିକେଟ ନିଶା: ବିବାହ ସାରି କନ୍ୟାକୁ ଧରି ଘରକୁ ଫେରିଲେ ବର, ଆଉ ତା‘ପରେ…

ଓ୍ବାଶିଂଟନ୍‌,୭।୧୧: ଅନେକ ଦେଶରେ କ୍ରିକେଟର ନିଆରା ଫ୍ୟାନ୍‌ ଆପଣ ଦେଖିଥିବେ। ସେମିତି ଜଣେ ଅଜବ ଫ୍ୟାନ୍‌ ହେଉଛନ୍ତି ହାସନ ତସଲୀନ। ପାକିସ୍ତାନ କ୍ରିକେଟ ଟିମର ଏହି...

ପୋଲାଣ୍ଡ ୪, ଉଜ୍‌ବେକିସ୍ତାନ ୦

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି।...

Advertisement
Archives

Model This Week