ସାମୁଦ୍ରିକ ନିଷିଦ୍ଧାଞ୍ଚଳ ନେଇ ସତର୍କ କରିବ ସ୍ବତନ୍ତ୍ର ଆପ୍‌

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ନିଷିଦ୍ଧାଞ୍ଚଳ ସମ୍ପର୍କରେ ସୂଚନା ଦେବା ସହ ସତର୍କ କରାଇବ ‘ଫିଶର ଫ୍ରେଣ୍ଡ୍‌ ମୋବାଇଲ୍‌ ଆପ୍ଲିକେଶନ’। ଏମ୍‌ଏସ୍‌ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେଶନ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ଆପ୍‌କୁ ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ଭବନରେ ଲୋକାର୍ପଣ କରିଛନ୍ତି। ମନ୍ତ୍ରୀ ସାହୁ କହିଛନ୍ତି, ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍‌। ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଏହି ମୋବାଇଲ୍‌ ଆପ୍‌ ରାଜ୍ୟ ସରକାରଙ୍କ ଜନମୁଖୀ ଯୋଜନାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଓଡ଼ିଶା ଉପକୂଳରେ କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳଠାରୁ ଦୂରେଇ ରହିବା ପାଇଁ ମତ୍ସ୍ୟଜୀବୀଙ୍କୁ ଏହି ଆପ୍‌ ସତର୍କ କରାଇବ। ଅଜାଣତରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଦଣ୍ଡବିଧାନଜନିତ ଅପ୍ରୀତିକର ପରିସ୍ଥିତିରୁ ମତ୍ସ୍ୟଜୀବୀ ବଞ୍ଚତ୍ପାରିବେ। ତେବେ ଏଥିନିମନ୍ତେ ଇଣ୍ଟରନେଟ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ୍‌ଲାଇନ୍‌ରେ ଏହା କାର୍ଯ୍ୟ କରିବ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା, ସମ୍ଭାବ୍ୟ ମାଛ ମିଳିବା ସ୍ଥାନ, ସାମୁଦ୍ରିକ ସ୍ଥିତିର ପୂର୍ବାନୁମାନ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଓ ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଏହି ଆପ୍‌କୁ ନାଭିଗେଟର ସହ ତୁଳନା କରିଛନ୍ତି। ଏହାଦ୍ୱାରା ୧.୫ ଲକ୍ଷ ସକ୍ରିୟ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ। ମତ୍ସ୍ୟଜୀବୀଙ୍କ ବ୍ୟତୀତ ସମ୍ପୃକ୍ତ ବନ ବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରିବା ପାଇଁ ମନ୍ତ୍ରୀ କହିଛନ୍ତି।
ବିଭାଗୀୟ କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଲେ, ସାମୁଦ୍ରିକ ମାଛ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଗତ ୨୦ ବର୍ଷରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇଥିବା ସେ ପ୍ରକାଶ କରିଥିଲେ। ପିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଲେ, ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେ କଇଁଛ ଆମ ରାଜ୍ୟକୁ ଅଣ୍ଡାଦାନ ନିମନ୍ତେ ଆସିଥାନ୍ତି। ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବାବେଳେ ଏହି ମୋବାଇଲ୍‌ ଆପ୍ଲିକେଶନର ବ୍ୟବହାର ପ୍ରଣାଳୀ ଉପରେ ଏକ କଥାଚିତ୍ର ପ୍ରଦର୍ଶିତ ହୋଇଥିଲା। ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂରେ ଯୋଗଦେଇଥିଲେ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ଧାମରା, ଦେବୀନଦୀ, ଋଷିକୁଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର: ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ଐତିହ୍ୟ ଘୋଡ଼ା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ସ୍ଥାନାନ୍ତର ହେବ ନାହିଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଶୋଭା ପାଉଥିବା ସ୍ଥାପତ୍ୟ ଘୋଡ଼ା। ବହୁ ବିବାଦ ଏବଂ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର...

ପୁରୀ ସହରରେ ଆଜି ଲାଗୁ ହେବନି ଶଟ୍‌ଡାଉନ୍‌

ପୁରୀ ଅଫିସ, ୬।୬: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା...

ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ ଦିଲ୍ଲୀପ, ନରେନ୍ଦ୍ର

ଭୁବନେଶ୍ୱର,୨୫।୮(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ୍‌ ପୁରସ୍କାର-୨୦୨୨ ବୁଧବାର ଘୋଷଣା କରାଯାଇଛି। ଶିଶୁ ସାହିତି୍ୟକ ତଥା ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର...

ତଦନ୍ତରେ ସୀମିତ ନ୍ୟାୟିକ କମିଶନ

ଭୁବନେଶ୍ୱର,୧୬।୭(ବ୍ୟୁରୋ) ଗଣ୍ଡଗୋଳ, ବଳାତ୍କାର, ପୋଲିସ ଗୁଳିକାଣ୍ଡ, ଦଳାଚକଟା ଭଳି ଅନେକ ଘଟଣାକୁ ଶାନ୍ତ କରିବାକୁ ରାଜ୍ୟ ସରକାର ବିିଭିନ୍ନ ସମୟରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ...

ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ...

ଯୁବତୀଙ୍କଠାରେ ସଫଳ କିଡ୍‌ନୀ ପ୍ରତିରୋପଣ

ଭୁବନେଶ୍ୱର, ୧୨।୪(ବ୍ୟୁରୋ):ଅସୁସ୍ଥ ଝିଅକୁ କିଡ୍‌ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା’। ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ...

ଯନ୍ତ୍ରୀମାନଙ୍କ ବଦଳି ପାଇଁ ଜାରି ହେଲା ନୂଆ ସଂକଳ୍ପପତ୍ର

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଓଡ଼ିଶା ଯନ୍ତ୍ରୀ ସେବା(ଓଇଏସ୍‌) ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ(ଓଡିଇଏସ୍‌) କ୍ୟାଡରମାନଙ୍କ ବଦଳି ପାଇଁ ଏକ ଅନ୍ତରୀଣ ସଂକଳ୍ପପତ୍ର ଜାରି କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ...

୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି।...

Advertisement
Archives

Model This Week