Posted inଖେଳ

ରୌପ୍ୟ ବିଜୟୀ ଭାରତୀୟ ରିଲେ ଦଳକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪।୭(ପି.ଟି.): ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଏବେ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ବାହାରିନ ଦଳର ଜଣେ ରନର ଡୋପ ଟେଷ୍ଟରେ ଧରା ପଡ଼ିବାରୁ ପୂରା ଦଳକୁ ଅଯୋଗ୍ୟ କରାଯାଇଛି। ଫଳରେ ଭାରତର ରୌପ୍ୟ ପଦକ ଅପଗ୍ରେଡ୍‌ ହୋଇଛି। ବାହାରିନ୍‌ର କେମି ଆଡେକୋୟା ଡୋପଟେଷ୍ଟରେ ବିଫଳ ହୋଇ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ(ଏଆଇୟୁ) ଦ୍ୱାରା ୪ ବର୍ଷ ବାସନ୍ଦ ହୋଇଥିବାରୁ ପୂରା ଦଳକୁ ନିରାଶ ହେବାକୁ ପଡ଼ିଛି। ମହିଳା ୪୦୦ ମିଟର ହର୍ଡଲ୍ସରେ ଆଡେକୋୟା ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଅଯୋଗ୍ୟ ବିବେଚିତ ହେବାରୁ ଏହି ଇଭେଣ୍ଟରେ ୪ର୍ଥ ସ୍ଥାନ ହାସଲ କରିଥିବା ଭାରତର ଅନୁ ରାଘବନ ବ୍ରୋଞ୍ଜ ପଦକ ପାଇବାକୁ ହକ୍‌ଦାର ହୋଇଛନ୍ତି।
ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳରେ ମହମ୍ମଦ ଆନାସ, ଏମ.ଆର. ପୁଭମ୍ମା, ହିମା ଦାସ ଓ ଆରୋକିଆ ରାଜୀବ ସାମିଲ ଥିଲେ। ଏମାନେ ୩:୧୫:୭୧ ସେକେଣ୍ଡ ସମୟ ନେଇ ବାହାରିନ(୩:୧୧:୮୯) ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଜାକର୍ତ୍ତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ମହିଳା ୪୦୦ ମିଟର ହର୍ଡଲ୍ସରେ ଭାରତର ଅନୁ ୫୬.୯୨ ସେକେଣ୍ଡ ସମୟ ନେଇ ୪ର୍ଥ ହୋଇଥିଲେ। ଓ୍ବାଲର୍‌ଡ ଆଥଲେଟିକ୍ସ ଓ୍ବେସାଇଟ୍‌ରେ ଅପଡେଟ୍‌ ହେବାପରେ ଭାରତର ପଦକ ସଂଖ୍ୟା ୮ ସ୍ବର୍ଣ୍ଣ ଓ ୯ ରୌପ୍ୟ ସହ ଏବେ ୨୦ରେ ପହଞ୍ଚତ୍ଛି ବୋଲି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ସଭାପତି ଆଡିଲ ସୁମାରିଓ୍ବାଲା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଷଭ ପନ୍ତଙ୍କୁ ନେଇ ଏମିତି କହିଲେ ଜାଡେଜା, ସମସ୍ତେ ହସି ହସି ଗଡିଲେ

ଦୁବାଇ,୩୧।୮: ଭାରତ ଏସିଆ କପ ୨୦୨୨ରେ ପ୍ରଥମ ମ୍ୟାଚ ଜିତିଛି। ଆଜିର ମ୍ୟାଚରେ ହଂକଂକୁ ପରାସ୍ତ କରି ଭାରତ ଶୀର୍ଷ ୪ରେ ସ୍ଥାନ ପାଇବାକୁ ଚାହୁଁଛି।...

୪୦୦ ରନ୍‌ ରେକର୍ଡ କେବଳ ଏହି ଦୁଇ ଭାରତୀୟ କ୍ରିକେଟର ଭାଙ୍ଗିପାରିବେ: ବ୍ରାଏନ୍‌ ଲାରା

ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ୨୦୦୩ରେ ଆଣ୍ଟିଗୁଆରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ ହାସଲ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ...

ରେକର୍ଡଠାରୁ ଗୋଟିଏ ଛକା ଦୂରରେ ରୋହିତ

ନୂଆଦିଲ୍ଲୀ,୪ା୧୨- ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ...

ଗିନିଜ୍‌ ରେକର୍ଡରେ କଳାହାଣ୍ଡିର ଯୋଗବ୍ୟାସ

କେସିଙ୍ଗା, ୧୨।୧୧ (ଡି.ଏନ.ଏ.): ଓଡ଼ିଶାର ୩ୟ ଏଭରେଷ୍ଟ ପର୍ବତାରୋହୀ ଭାବେ କଳାହାଣ୍ଡି ଜିଲା କେସିଙ୍ଗାର ଯୋଗବ୍ୟାସ ଭୋଇ ଗିନିଜ୍‌ ରେକଡର୍ର ଅଧିକାରୀ ହୋଇଛନ୍ତି। ସେ ୧...

ମୋର୍ଗାନ ଓ ରସେଲ୍‌ଙ୍କ ପରେ ବ୍ୟାଟିଂ କରନ୍ତୁ କାର୍ତ୍ତିକ

ଶାରଜା, ୫ା୧୦(ପି.ଟି.)-ଦୁଇଥର ଆଇପିଏଲ୍‌ ବିଜୟୀ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ମତରେ ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ପରେ ଦୀନେଶ...

ରୋହିତଙ୍କ ୧୦ ହଜାର ରନ୍‌

ହାମିଲଟନ,୨୯।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ୬୫ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହି ଅବସରରେ ଏକ...

ଫାଓ ଲିଗ୍‌ ଆରମ୍ଭ: ସ୍ପୋର୍ଟ୍ସ ହଷ୍ଟେଲ ଜିତିଲା ଉଦ୍‌ଘାଟନୀ ମ୍ୟାଚ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଫାଓ(ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା) ଲିଗ୍‌ ଉଦ୍‌ଘାଟିତ ହୋଇଛି। ପ୍ରଥମ ମ୍ୟାଚରେ ସ୍ପୋର୍ଟ୍ସ ହଷ୍ଟେଲ ୧-୦...

ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ...

Advertisement
Archives

Model This Week