Posted inଖେଳ

ଫିଡେ ଅନଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ ୨୫ରୁ

ଚେନ୍ନାଇ, ୨୪ା୭ (ପି.ଟି.)-ଚଳିତ ମାସ ୨୫ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଫିଡେ ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ ହେବ। ଏଥିରେ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଡିଙ୍ଗ୍‌ ଲିରେନ୍‌ ଏବଂ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ଭଳି ଟପ୍‌ ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରଥମଥର ଅନୁଷ୍ଠିତ ହେଉଥିବା ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ରେ ୧୬୩ଟି ଦେଶରୁ ଟିମ୍‌ଗୁଡ଼ିକ ଅଂଶଗ୍ରହଣ କରିବେ। ରୁଷିଆ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳ ହୋଇଥିବାବେଳେ ଏହାପଛକୁ ଚାଇନା, ଯୁକ୍ତରାଷ୍ଟ୍ର ଆମେରିକା, ଆର୍ମେନିଆ ଓ ୟୁକ୍ରେନ୍‌। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଭିଦିତ୍‌ ସନ୍ତୋଷ ଗୁଜରାଟୀଙ୍କୁ ଅଧିନାୟକ କରାଯାଇଛି। ପ୍ରତିଯୋଗିତାରେ ତାଙ୍କୁ ୭ମ ସିଡ୍‌ ମାନ୍ୟତା ମିଳିଛି। ରୁଷିଆ, ଚାଇନା, ଯୁକ୍ତରାଷ୍ଟ୍ର ଆମେରିକା, ୟୁକ୍ରେନ ଓ ଅନ୍ୟମାନଙ୍କ ସହ ଭାରତକୁ ଟପ୍‌ ଡିଭିଜନରେ ସ୍ଥାନ ମିଳିଛି। ଟପ୍‌ ଡିଭିଜନରୁ ୮ଟି ଦଳ ଷ୍ଟେଜ୍‌-୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସେମାନଙ୍କୁ ଅନ୍ୟ ଡିଭିଜନର ଦେଶଗୁଡ଼ିକ ସହ ମୁକାବିଲା କରିବାକୁ ପଡ଼ିବ। ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନ୍‌ ଇଭେଣ୍ଟରେ ଉପସ୍ଥିତ ରହିବେ ନାହିଁ। ୨୦୧୮ରେ ଚାଇନା ଉଭୟ ଓପନ୍‌ ଏବଂ ମହିଳା ବିଭାଗରେ ବିଜୟ ଲାଭ କରିଥିଲା। ଏହି ଦେଶ ଆହୁରି ମଧ୍ୟ ମେ ମାସରେ ଅନ୍‌ଲାଇନ୍‌ ନେଶନ୍ସ କପ୍‌ ଜିତିଥିଲା। ସୂଚନାଯୋଗ୍ୟ, ପାରମ୍ପରିକ ଚେସ୍‌ ଅଲିମ୍ପିଆଡ୍‌ ଏହି ବର୍ଷ ଅଗଷ୍ଟରେ ରୁଷିଆରେ ଆୟୋଜିତ ହେବା କାର୍ଯ୍ୟକ୍ରମ ଥିଲା। ମାତ୍ର କୋଭିଡ୍‌-୧୯ ଯୋଗୁ ଓ୍ବାଲର୍‌ଡ ଚେସ୍‌ ଗଭର୍ନିଂବଡି ଏହାକୁ ୨୦୨୧କୁ ଘୁଞ୍ଚାଇ ଦେବାରୁ ଫିଡେ ଅନଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ର ଆୟୋଜନ କରିଛି। ଆନନ୍ଦଙ୍କ ବ୍ୟତୀତ ଯେଉଁ ଅଗ୍ରଣୀ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ ସେମାନଙ୍କ ମଧ୍ୟରେ ରହିଛନ୍ତି ଗ୍ରାଣ୍ଡମାଷ୍ଟର ଡିଙ୍ଗ୍‌ ଲିରେନ, ଇଆନ୍‌ ନେପୋମ୍‌ନିଆଚି, ଆଲେକ୍‌ଜାଣ୍ଡର ଗ୍ରିସ୍‌ଚୁକ୍‌, ଲେଭନ ଆରୋନିଆନ, ଅନିଶ ଗିରି ଓ ଓ୍ବେସ୍‌ଲି ସୋ। ମହିଳା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ବିଶ୍ୱର ନମ୍ବର ଓ୍ବାନ ହୁଓ ୟିଫାନ୍‌, ଭାରତର କୋନେରୁ ହମ୍ପି, ଡି. ହାରିକା କାଟରନ୍ୟା ଲାଗ୍‌ନୋ। ପ୍ରତ୍ୟେକ ଟିମ୍‌ରେ ୬ଜଣ ଲେଖାଏଁ ଖେଳାଳି ରହିବେ। ଏକ ମିକ୍ସଡ ଫର୍ମାଟରେ ଅତି କମ୍‌ରେ ତିନି ମହିଳା ଖେଳାଳି ଓ ଦୁଇ ଜୁନିୟର ଖେଳାଳି ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?