Posted inଖେଳ

ଫିଡେ ଅନଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ ୨୫ରୁ

ଚେନ୍ନାଇ, ୨୪ା୭ (ପି.ଟି.)-ଚଳିତ ମାସ ୨୫ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଫିଡେ ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ ହେବ। ଏଥିରେ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଡିଙ୍ଗ୍‌ ଲିରେନ୍‌ ଏବଂ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ଭଳି ଟପ୍‌ ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରଥମଥର ଅନୁଷ୍ଠିତ ହେଉଥିବା ଅନ୍‌ଲାଇନ୍‌ ଅଲିମ୍ପିଆଡ୍‌ରେ ୧୬୩ଟି ଦେଶରୁ ଟିମ୍‌ଗୁଡ଼ିକ ଅଂଶଗ୍ରହଣ କରିବେ। ରୁଷିଆ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳ ହୋଇଥିବାବେଳେ ଏହାପଛକୁ ଚାଇନା, ଯୁକ୍ତରାଷ୍ଟ୍ର ଆମେରିକା, ଆର୍ମେନିଆ ଓ ୟୁକ୍ରେନ୍‌। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଭିଦିତ୍‌ ସନ୍ତୋଷ ଗୁଜରାଟୀଙ୍କୁ ଅଧିନାୟକ କରାଯାଇଛି। ପ୍ରତିଯୋଗିତାରେ ତାଙ୍କୁ ୭ମ ସିଡ୍‌ ମାନ୍ୟତା ମିଳିଛି। ରୁଷିଆ, ଚାଇନା, ଯୁକ୍ତରାଷ୍ଟ୍ର ଆମେରିକା, ୟୁକ୍ରେନ ଓ ଅନ୍ୟମାନଙ୍କ ସହ ଭାରତକୁ ଟପ୍‌ ଡିଭିଜନରେ ସ୍ଥାନ ମିଳିଛି। ଟପ୍‌ ଡିଭିଜନରୁ ୮ଟି ଦଳ ଷ୍ଟେଜ୍‌-୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସେମାନଙ୍କୁ ଅନ୍ୟ ଡିଭିଜନର ଦେଶଗୁଡ଼ିକ ସହ ମୁକାବିଲା କରିବାକୁ ପଡ଼ିବ। ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନ୍‌ ଇଭେଣ୍ଟରେ ଉପସ୍ଥିତ ରହିବେ ନାହିଁ। ୨୦୧୮ରେ ଚାଇନା ଉଭୟ ଓପନ୍‌ ଏବଂ ମହିଳା ବିଭାଗରେ ବିଜୟ ଲାଭ କରିଥିଲା। ଏହି ଦେଶ ଆହୁରି ମଧ୍ୟ ମେ ମାସରେ ଅନ୍‌ଲାଇନ୍‌ ନେଶନ୍ସ କପ୍‌ ଜିତିଥିଲା। ସୂଚନାଯୋଗ୍ୟ, ପାରମ୍ପରିକ ଚେସ୍‌ ଅଲିମ୍ପିଆଡ୍‌ ଏହି ବର୍ଷ ଅଗଷ୍ଟରେ ରୁଷିଆରେ ଆୟୋଜିତ ହେବା କାର୍ଯ୍ୟକ୍ରମ ଥିଲା। ମାତ୍ର କୋଭିଡ୍‌-୧୯ ଯୋଗୁ ଓ୍ବାଲର୍‌ଡ ଚେସ୍‌ ଗଭର୍ନିଂବଡି ଏହାକୁ ୨୦୨୧କୁ ଘୁଞ୍ଚାଇ ଦେବାରୁ ଫିଡେ ଅନଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ର ଆୟୋଜନ କରିଛି। ଆନନ୍ଦଙ୍କ ବ୍ୟତୀତ ଯେଉଁ ଅଗ୍ରଣୀ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ ସେମାନଙ୍କ ମଧ୍ୟରେ ରହିଛନ୍ତି ଗ୍ରାଣ୍ଡମାଷ୍ଟର ଡିଙ୍ଗ୍‌ ଲିରେନ, ଇଆନ୍‌ ନେପୋମ୍‌ନିଆଚି, ଆଲେକ୍‌ଜାଣ୍ଡର ଗ୍ରିସ୍‌ଚୁକ୍‌, ଲେଭନ ଆରୋନିଆନ, ଅନିଶ ଗିରି ଓ ଓ୍ବେସ୍‌ଲି ସୋ। ମହିଳା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ବିଶ୍ୱର ନମ୍ବର ଓ୍ବାନ ହୁଓ ୟିଫାନ୍‌, ଭାରତର କୋନେରୁ ହମ୍ପି, ଡି. ହାରିକା କାଟରନ୍ୟା ଲାଗ୍‌ନୋ। ପ୍ରତ୍ୟେକ ଟିମ୍‌ରେ ୬ଜଣ ଲେଖାଏଁ ଖେଳାଳି ରହିବେ। ଏକ ମିକ୍ସଡ ଫର୍ମାଟରେ ଅତି କମ୍‌ରେ ତିନି ମହିଳା ଖେଳାଳି ଓ ଦୁଇ ଜୁନିୟର ଖେଳାଳି ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri