ଜାତୀୟ ରାଜପଥ ପାର୍ଶ୍ୱ ବିପଦସଙ୍କୁଳ

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାମୁନାଳିଆ ଗ୍ରାମର ଜାତୀୟ ରାଜପଥ ୨୦ରେ ରାସ୍ତା ପାର୍ଶ୍ୱରେ ଖାଲ ସୃଷ୍ଟି ହେବା ସହ କଳାଗୁଣ୍ଡ ପଡ଼ି ରାସ୍ତାଟି ବିପଦପୂର୍ଣ୍ଣ ହୋଇପଡ଼ିଛି। ଜାତୀୟ ରାଜପଥର ମେଡିଆନର ୪୫ମିଟର ପର୍ଯ୍ୟନ୍ତ ଅଧିଗ୍ରହଣ ଜମିରେ କୌଣସି ଦୋକାନ ବଜାର ହୋଇପାରିବ ନାହିଁ। ମାତ୍ର ନିୟମିତ ତଦାରଖ ଅଭାବରୁ ଜାତୀୟ ରାଜପଥ ପାର୍ଶ୍ୱରେ ବିଭିନ୍ନ ସ୍ଥାନରେ ଗ୍ୟାରେଜ, ହୋଟେଲ, ଟାୟାର ମରାମତି ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ଚାଲିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାମୁନାଳିଆ ଛକରେ ଢାବା ଏବଂ ଦୋକାନ ବଜାର ରହିବା ଦ୍ୱାରା ଗାଡ଼ି ରାସ୍ତା ଉପରେ ଛିଡ଼ା ହୋଇ ରହୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଦୁର୍ଘଟଣା ଘଟୁଛି। ଉକ୍ତ ସ୍ଥାନ ଦେଇ ରାଜପଥରୁ ଗାଁକୁ ଗାଡ଼ି ଯାତାୟାତ କରୁଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ନିୟମିତ ତଦାରଖ କରାଯାଉ ନ ଥିବା ଏବଂ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚ୍ଛେଦ କରୁ ନ ଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri