କେବେ ଜନଶୂନ୍ୟ ହୁଏନାହିଁ ଶ୍ରୀକ୍ଷେତ୍ର

ଭାରତର ଚାରିଧାମ ମଧ୍ୟରେ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। ପୁରୀ ସହର ମଧ୍ୟଭାଗରେ ରହିଛି ବଡ଼ଦେଉଳ
ବା ଶ୍ରୀମନ୍ଦିର। ଏହାର ରତ୍ନସିଂହାସନରେ ପୂଜାପାଆନ୍ତି ଦାରୁଦିଅଁ ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ଭାଇ ଶ୍ରୀ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କ ସମେତ ମଦନମୋହନ, ଶ୍ରୀଦେବୀ ଏବଂ ଭୂଦେବୀ। ବିଭିନ୍ନ ଶାସ୍ତ୍ରରେ ଏହି କ୍ଷେତ୍ରର ୪୨ଟି ନାମ ରହିଛି। ସେଥିମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖ କ୍ଷେତ୍ର ଏବଂ ଶ୍ରୀକ୍ଷେତ୍ର ସବୁଠି ଚର୍ଚ୍ଚିତ ନାମ। ଏହାକୁ ମତ୍ତ ବୃନ୍ଦାବନ ମଧ୍ୟ କୁହାଯାଏ। ଏବେବି ଶ୍ରୀମନ୍ଦିରରେ ପ୍ରାଚୀନ ପୂଜାପଦ୍ଧତି, ପରମ୍ପରା, ଉପାସନା ଓ ସଂସ୍କୃତି ଅକ୍ଷୁଣ୍ଣ ଭାବେ ବଞ୍ଚି ରହିଛି। ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିା ମନ୍ଦିର ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ବଡ଼ଦାଣ୍ଡ ଭକ୍ତ-ଭଗବାନଙ୍କ ମିଳନର ମାଧ୍ୟମ ସାଜିଆସୁଛି। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାରେ ବଡ଼ଦାଣ୍ଡରେ ଅନୁଷ୍ଠିତ ରଥଯାତ୍ରାରେ ସାରା ବିଶ୍ୱର ଅଗଣିତ ଶ୍ରଦ୍ଧାଳୁ ସମାଗମ ହୋଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି
ନିଜକୁ କୃତାର୍ଥ ମଣିଥାନ୍ତି। ପୁରୀ ସହରର ଦକ୍ଷିଣ-ପୂର୍ବ ଦିଗରେ ରହିଛି ୮ କି.ମି. ଆକର୍ଷଣୀୟ ବେଳାଭୂମି, ଯେଉଁଠି
କେବେ ଜନଶୂନ୍ୟ ହୁଏନାହିଁ। ପୁରୀରେ ବହୁ ପ୍ରସିଦ୍ଧ ମଠ ଓ ମନ୍ଦିର ରହିଛି, ଯାହା ଶ୍ରୀମନ୍ଦିରର ରୀତିନୀତି ସହ ଜଡ଼ିତ। ସେହିପରି ମହାତୀର୍ଥ ଭାବେ ପରିଚିତ ସ୍ବର୍ଗଦ୍ୱାର ସମେତ ମହୋଦଧି, ମାର୍କଣ୍ଡେୟ ପୁଷ୍କରିଣୀ ଏବଂ ନରେନ୍ଦ୍ର ପୁଷ୍କରିଣୀ ଧାର୍ମିକ ପର୍ଯ୍ୟଟନସ୍ଥଳ ଭାବେ ଖ୍ୟାତ। ସହରକୁ ପ୍ରତିବର୍ଷ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଥିବାବେଳେ ୬୦୦ରୁ ଅଧିକ ହୋଟେଲ, ଲଜିଂ, ହଲିଡେ ହୋମ୍‌, ରିସର୍ଟ ଆଦି ରହିଛି। ଭୁବନେଶ୍ୱରଠାରୁ ପୁରୀ ସହରର ଦୂରତା ୬୦ କି.ମି.।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?