ସପ୍ତମ ଟାର୍ଗେଟ୍‌ ସମୁଦ୍ରକୁ ଶଙ୍ଖେ

ଅନୁଗୋଳ ଅଫିସ, ୭।୩: ଅନୁଗୋଳ ଜିଲାର ୯୪ ମଣ୍ଡିରେ ଧାନ ବିକ୍ରି କରିବାକୁ ମୋଟ ୩୪ ହଜାର ୯୨୬ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୬ଲକ୍ଷ ୪ ହଜାର ୪୧୧ କୁଇଣ୍ଟାଲ ଧାନ କିଣାଯିବାକୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା। ତେବେ ଆରମ୍ଭରୁ ଅବ୍ୟବସ୍ଥା ଯୋଗୁ ଏହି ବ୍ୟବସ୍ଥା ବାଟବଣା ହୋଇଚାଲିଛି। କିଛି ମଣ୍ଡିରେ ତାଲା ପକାଯାଇଥିବାବେଳେ ଆଉ କେତେକ ସ୍ଥାନରେ ମାସ୍‌ ନ ଥିବାରୁ ମିଲରମାନେ ଧାନ ଉଠାଇପାରି ନାହାନ୍ତି। ଫଳରେ ସରକାର ଥରକୁ ଥର ଦେଉଥିବା ଟାର୍ଗେଟ୍‌ ତୁଳନାରେ ବହୁ କମ୍‌ ଧାନ କିଣାଯାଉଛି। ଇତିମଧ୍ୟରେ ଜିଲାକୁ ୭ ମ ପର୍ଯ୍ୟାୟାରେ ୧୪ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଟାର୍ଗେଟ୍‌ ମିଳିଛି। କିନ୍ତୁ ଚାଷୀମାନଙ୍କ ନିକଟରେ ୪ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ପଡ଼ିରହିଥିବା ବେଳେ ଆସିଥିବା ସରକାରଙ୍କ ଟାର୍ଗେଟ୍‌ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି।
ସୂଚନା ମୁତାବକ, ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଥିବା ଜିଲାର ମୋଟ ୩୪ ହଜାର ଚାଷୀଙ୍କ ମଧ୍ୟରୁ ଗତ ଫେବୃୟାରୀ ୨୪ ତାରିଖ ସୁଦ୍ଧା ୧୩ ହଜାର ୨୧୦ ଜଣ ତାଲିକାରେ ଅପେକ୍ଷା କରିଛନ୍ତି। ସେମାନଙ୍କ ନିକଟରେ ୪ ଲକ୍ଷ ୪୪ ହଜାର ୫୩୯ କୁଇଣ୍ଟାଲ ଧାନ ମହଜୁଦ୍‌ ରହିଛି। କିନ୍ତୁ ସରକାର ମାତ୍ର ୧୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଦେଇଥିବାରୁ ପ୍ରଶାସନ ଓ ଯୋଗାଣ ବିଭାଗ ଅଡ଼ୁଆରେ ପଡ଼ିଛି। ଏହି ନୂଆ ଲକ୍ଷ୍ୟଧାର୍ଯ୍ୟ ସମ୍ପର୍କରେ ଗତ ବୁଧବାର ନିର୍ଦ୍ଦେଶ ପହଞ୍ଚିଥିବା ଚାଷୀମାନେ ଜାଣିବା ପରେ ସେମାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। କିପରି ଏତେ ଧାନ କିଣାଯାଇପାରିବ ସେ ନେଇ ସେମାନେ ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି। ତେବେ ବିଭାଗ ପକ୍ଷରୁ କୁହାଯାଇଛି, ଜିଲାରେ ବର୍ତ୍ତମାନ ସୁଦ୍ଧା ୨୪ ହଜାର ୧୮୨ ଜଣ ଚାଷୀଙ୍କ ଠାରୁ ୮ଲକ୍ଷ ୯୧ ହଜାର ୭୪୦ କୁଇଣ୍ଟାଲ ଧାନ କିଣାଯାଇସାରିଛି। ତଥାପି ସମସ୍ତ ମଣ୍ଡିରେ ଆହୁରି ବହୁ କୁଇଣ୍ଟାଲ ଧାନ ପଡ଼ି ରହିଛି। ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ମିଶ୍ର କହିଛନ୍ତି, ସରକାରଙ୍କ ପକ୍ଷରୁ ୧୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି, ଯାହା ଖୁବ୍‌ କମ୍‌। ତେଣୁ ସମସ୍ତ ୯୪ ମଣ୍ଡିରେ ଧାନ କିଣିବାକୁ ଦିଆଯିବ ନାହିଁ। ଯେଉଁ ମଣ୍ଡିରେ ଅଧିକ ଧାନ ରହିଛି, ସେଠାରେ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ମିଲରମାନେ ଶୋଷଣ କରୁଛନ୍ତି
ଯେଉଁ ପରିମାଣରେ ଜିଲାରେ ଧାନ ଚାଷ ହେଉଛି, ସେହି ଅନୁଯାୟୀ ମଣ୍ଡିରୁ ଧାନ ଉଠୁନାହିଁ। ମଣ୍ଡିରେ ନାନା ଅବ୍ୟବସ୍ଥା ଥିବାବେଳେ ମିଲରମାନେ ଶୋଷଣ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥିତି ସୁଧୁରୁନାହିଁ। ତେଣୁ ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛି।
-ଦୁର୍ଯ୍ୟୋଧନ ପ୍ରଧାନ, ଚାଷୀ, କଣିହଁା

ବ୍ୟବସ୍ଥା ନ କଲେ ଆନ୍ଦୋଳନ
ଚାଷୀମାନେ ହଜାର ହଜାର କୁଇଣ୍ଟାଲ ଧାନ ଧରି ମଣ୍ଡିରେ ବସିଛନ୍ତି। କିନ୍ତୁ ସରକାରଙ୍କ ନିକଟରୁ ଆସୁଥିବା ଟାର୍ଗେଟ ସେହି ତୁଳନାରେ ବହୁ କମ୍‌। ତେଣୁ ଚାଷୀମାନେ ହତାଶ ହୋଇପଡ଼ୁଛନ୍ତି। ଏ ନେଇ ସରକାର ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ।
-ଧ୍ରୁବ ଚରଣ ସାହୁ, ବିଲେଇନାଳୀ

ଦଲାଲ୍‌ଙ୍କୁ ପୋଷୁଛନ୍ତି ସରକାର
ଦଲାଲମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଚାଷୀଙ୍କ ସହ ସରକାର ଖେଳୁଛନ୍ତି। ଧାନ କିଣା ସମୟରେ ୩ରୁ ୪ କିଲୋ ବିଭିନ୍ନ ଆଳରେ ହେରଫେର କରାଯାଉଛି। ଫଳରେ ଧାର୍ଯ୍ୟ ମୂଲ୍ୟ ଠାରୁ ଢେର କମ୍‌ ଅର୍ଥ ମିଳୁଛି। ତେଣୁ ସରକାର ଚାଷୀମାନଙ୍କ ପ୍ରତି ସଦୟ ହୁଅନ୍ତୁ।
-ବାନାମ୍ବର ସାହୁ, ଚାଷୀ, ହଣ୍ଡପା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?