ସପ୍ତମ ଟାର୍ଗେଟ୍‌ ସମୁଦ୍ରକୁ ଶଙ୍ଖେ

ଅନୁଗୋଳ ଅଫିସ, ୭।୩: ଅନୁଗୋଳ ଜିଲାର ୯୪ ମଣ୍ଡିରେ ଧାନ ବିକ୍ରି କରିବାକୁ ମୋଟ ୩୪ ହଜାର ୯୨୬ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୬ଲକ୍ଷ ୪ ହଜାର ୪୧୧ କୁଇଣ୍ଟାଲ ଧାନ କିଣାଯିବାକୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା। ତେବେ ଆରମ୍ଭରୁ ଅବ୍ୟବସ୍ଥା ଯୋଗୁ ଏହି ବ୍ୟବସ୍ଥା ବାଟବଣା ହୋଇଚାଲିଛି। କିଛି ମଣ୍ଡିରେ ତାଲା ପକାଯାଇଥିବାବେଳେ ଆଉ କେତେକ ସ୍ଥାନରେ ମାସ୍‌ ନ ଥିବାରୁ ମିଲରମାନେ ଧାନ ଉଠାଇପାରି ନାହାନ୍ତି। ଫଳରେ ସରକାର ଥରକୁ ଥର ଦେଉଥିବା ଟାର୍ଗେଟ୍‌ ତୁଳନାରେ ବହୁ କମ୍‌ ଧାନ କିଣାଯାଉଛି। ଇତିମଧ୍ୟରେ ଜିଲାକୁ ୭ ମ ପର୍ଯ୍ୟାୟାରେ ୧୪ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଟାର୍ଗେଟ୍‌ ମିଳିଛି। କିନ୍ତୁ ଚାଷୀମାନଙ୍କ ନିକଟରେ ୪ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ପଡ଼ିରହିଥିବା ବେଳେ ଆସିଥିବା ସରକାରଙ୍କ ଟାର୍ଗେଟ୍‌ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି।
ସୂଚନା ମୁତାବକ, ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଥିବା ଜିଲାର ମୋଟ ୩୪ ହଜାର ଚାଷୀଙ୍କ ମଧ୍ୟରୁ ଗତ ଫେବୃୟାରୀ ୨୪ ତାରିଖ ସୁଦ୍ଧା ୧୩ ହଜାର ୨୧୦ ଜଣ ତାଲିକାରେ ଅପେକ୍ଷା କରିଛନ୍ତି। ସେମାନଙ୍କ ନିକଟରେ ୪ ଲକ୍ଷ ୪୪ ହଜାର ୫୩୯ କୁଇଣ୍ଟାଲ ଧାନ ମହଜୁଦ୍‌ ରହିଛି। କିନ୍ତୁ ସରକାର ମାତ୍ର ୧୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଦେଇଥିବାରୁ ପ୍ରଶାସନ ଓ ଯୋଗାଣ ବିଭାଗ ଅଡ଼ୁଆରେ ପଡ଼ିଛି। ଏହି ନୂଆ ଲକ୍ଷ୍ୟଧାର୍ଯ୍ୟ ସମ୍ପର୍କରେ ଗତ ବୁଧବାର ନିର୍ଦ୍ଦେଶ ପହଞ୍ଚିଥିବା ଚାଷୀମାନେ ଜାଣିବା ପରେ ସେମାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। କିପରି ଏତେ ଧାନ କିଣାଯାଇପାରିବ ସେ ନେଇ ସେମାନେ ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି। ତେବେ ବିଭାଗ ପକ୍ଷରୁ କୁହାଯାଇଛି, ଜିଲାରେ ବର୍ତ୍ତମାନ ସୁଦ୍ଧା ୨୪ ହଜାର ୧୮୨ ଜଣ ଚାଷୀଙ୍କ ଠାରୁ ୮ଲକ୍ଷ ୯୧ ହଜାର ୭୪୦ କୁଇଣ୍ଟାଲ ଧାନ କିଣାଯାଇସାରିଛି। ତଥାପି ସମସ୍ତ ମଣ୍ଡିରେ ଆହୁରି ବହୁ କୁଇଣ୍ଟାଲ ଧାନ ପଡ଼ି ରହିଛି। ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ମିଶ୍ର କହିଛନ୍ତି, ସରକାରଙ୍କ ପକ୍ଷରୁ ୧୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି, ଯାହା ଖୁବ୍‌ କମ୍‌। ତେଣୁ ସମସ୍ତ ୯୪ ମଣ୍ଡିରେ ଧାନ କିଣିବାକୁ ଦିଆଯିବ ନାହିଁ। ଯେଉଁ ମଣ୍ଡିରେ ଅଧିକ ଧାନ ରହିଛି, ସେଠାରେ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ମିଲରମାନେ ଶୋଷଣ କରୁଛନ୍ତି
ଯେଉଁ ପରିମାଣରେ ଜିଲାରେ ଧାନ ଚାଷ ହେଉଛି, ସେହି ଅନୁଯାୟୀ ମଣ୍ଡିରୁ ଧାନ ଉଠୁନାହିଁ। ମଣ୍ଡିରେ ନାନା ଅବ୍ୟବସ୍ଥା ଥିବାବେଳେ ମିଲରମାନେ ଶୋଷଣ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥିତି ସୁଧୁରୁନାହିଁ। ତେଣୁ ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛି।
-ଦୁର୍ଯ୍ୟୋଧନ ପ୍ରଧାନ, ଚାଷୀ, କଣିହଁା

ବ୍ୟବସ୍ଥା ନ କଲେ ଆନ୍ଦୋଳନ
ଚାଷୀମାନେ ହଜାର ହଜାର କୁଇଣ୍ଟାଲ ଧାନ ଧରି ମଣ୍ଡିରେ ବସିଛନ୍ତି। କିନ୍ତୁ ସରକାରଙ୍କ ନିକଟରୁ ଆସୁଥିବା ଟାର୍ଗେଟ ସେହି ତୁଳନାରେ ବହୁ କମ୍‌। ତେଣୁ ଚାଷୀମାନେ ହତାଶ ହୋଇପଡ଼ୁଛନ୍ତି। ଏ ନେଇ ସରକାର ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ।
-ଧ୍ରୁବ ଚରଣ ସାହୁ, ବିଲେଇନାଳୀ

ଦଲାଲ୍‌ଙ୍କୁ ପୋଷୁଛନ୍ତି ସରକାର
ଦଲାଲମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଚାଷୀଙ୍କ ସହ ସରକାର ଖେଳୁଛନ୍ତି। ଧାନ କିଣା ସମୟରେ ୩ରୁ ୪ କିଲୋ ବିଭିନ୍ନ ଆଳରେ ହେରଫେର କରାଯାଉଛି। ଫଳରେ ଧାର୍ଯ୍ୟ ମୂଲ୍ୟ ଠାରୁ ଢେର କମ୍‌ ଅର୍ଥ ମିଳୁଛି। ତେଣୁ ସରକାର ଚାଷୀମାନଙ୍କ ପ୍ରତି ସଦୟ ହୁଅନ୍ତୁ।
-ବାନାମ୍ବର ସାହୁ, ଚାଷୀ, ହଣ୍ଡପା


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀକୁ ଗୋଟିଏ କୋଠରି

ମାଧପୁର, ୧୭ା୨(ଡି.ଏନ୍‌.ଏ): ପ୍ରାଥମିକ ବିଦ୍ୟାଳୟରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ଶିକ୍ଷାନୁଷ୍ଠାନରେ ଥିବା ୨ଟି କୋଠରି ମଧ୍ୟରୁ ଗୋଟିଏ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆଉ ଗୋଟିଏ କୋଠରିରେ...

ଏଏମ୍‌ଏନ୍‌ଏସ୍‌ କମ୍ପାନୀ ଫାଟକ ଆଗରେ ଧାରଣା

ପାରାଦୀପ,୯।୧୨(ସ୍ବ.ପ୍ର.): ପାରାଦୀପର ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ) କମ୍ପାନୀର ମୁଖ୍ୟ ଫାଟକ ଆଗରେ ବୁଧବାର ୪ ଜଣ ଠିକା ଶ୍ରମିକଙ୍କ ପରିବାର ଧାରଣା ଦେଇଥିଲେ।...

ଅଜା, ନାତିଙ୍କ ଉପରେ ଚଢିଗଲା ଚାଉଳ ବୋଝେଇ ଟ୍ରକ

ଆନନ୍ଦପୁର,୩୦।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ ନମ୍ବର ବରପଦା ବଜାର ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଚାଉଳ ବୋଝେଇ...

ମହାନଦୀ ପଠାରେ ଫସି ରହିଛନ୍ତି ହାତୀପଲ

ବାଙ୍କୀ,୨୪ା୧: କଟକ ଜିଲା ବାଙ୍କୀ ବ୍ଲକ କଇଁମୁଣ୍ଡି ନିକଟ ମହାନଦୀ ପଠାରେ ଏକ ହାତୀପଲ ଫସି ରହିଛନ୍ତି। ଶନିବାର ରାତିରେ ଆଠଗଡ଼ ସୁକାସନ ସଂରକ୍ଷିତ ଜଙ୍ଗଲରୁ...

ଆଜି ଖୋର୍ଦ୍ଧାକୁ ଟପିଲା କଟକ, ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କିଛିଦିନ ଧରି ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଦ୍ୱିତୀୟ...

ଓଏଏସ୍‌ ପରୀକ୍ଷାରେ କୋରାପୁଟ ଝିଅଙ୍କ ସଫଳତା

କୋରାପୁଟ,୯ା୧୦(ସ୍ବ.ପ୍ର.): ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି କୋରାପୁଟର ଝିଅ ସରଞ୍ଜିତା।...

ନବରଙ୍ଗପୁର ଜିଲା ଚାଷୀଙ୍କ ଉନ୍ନତି ପାଇଁ ନୂତନ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବିନିଯୋଗ ହେବ ୫.୨୧ କୋଟି

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବୁଧବାର ରାଜ୍ୟ ସରକାର ଏକ ପାଇଲଟ୍‌ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବିଶେଷକରି ନବରଙ୍ଗପୁର ଜିଲାରେ...

ମଧ୍ୟାହ୍ନଭୋଜନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

ବାସୁଦେବପୁର,୮ା୩: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାନ୍ତିପୁର ୟୁପି ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ...

Advertisement
Archives

Model This Week