Odisha Elections 2024
Posted inଫୁରସତ

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ। ବିଶ୍ୱ ରେଡକ୍ରସ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଅସହାୟ ତଥା ଆହତ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା। ରେଡକ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିନ ମେ’ ୮ରେ ପାଳନ କରାଯାଏ। ଉକ୍ତ ଦିନଟିକୁ ଲୋକମାନେ ମାନବିକ ସଂଗଠନ ତଥା ମାନବିକତାକୁ ସାହାଯ୍ୟ କରିବାରେ ଏହାର ଅଦ୍ୱିତୀୟ ଅବଦାନକୁ ଶ୍ରଦ୍ଧାଞ୍ଜଳି ଉତ୍ସର୍ଗ କରି ପାଳନ କରିଥାନ୍ତି।
ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ। ଏହାର ମୁଖ୍ୟାଳୟ ସୁଇଜରଲାଣ୍ଡର ଜେନେଭାରେ ଅବସ୍ଥିତ। ରେଡକ୍ରସର ଅନ୍ତର୍ଜାତୀୟ କମିଟି ଏବଂ ବହୁ ଜାତୀୟ ସମାଜ ମିଳିତ ଭାବରେ ଏହି ସଂଗଠନ ଚଳାନ୍ତି। ବିଶ୍ୱ ରେଡକ୍ରସ ସୋସାଇଟିର କାର୍ଯ୍ୟ ସର୍ବଦା ଜାରି ରହିଛି। କୌଣସି ରୋଗ କିମ୍ବା ଯୁଦ୍ଧ ସଙ୍କଟ ହେଲେ ଏହାର ସ୍ବେଚ୍ଛାସେବୀମାନେ ଲୋକଙ୍କ ସେବା କରିବାକୁ ଆଗେଇ ଆସିଥାନ୍ତି। କରୋନା ମହାମାରୀ ସମୟରେ ସେମାନଙ୍କର କାର୍ଯ୍ୟ ସାରା ବିଶ୍ୱ ଦେଖିଥିଲା। ସମଗ୍ର ବିଶ୍ୱରେ ଅଭାବୀ ଲୋକଙ୍କୁ ସେବା ଯୋଗାଉଛି ରେଡକ୍ରସ।
ସୋସାଇଟିର ଗୁରୁତ୍ୱ ଏହାର ଇତିହାସରେ ଲୁଚି ରହିଛି। ୧୮୫୯ରେ ସୁଇଜରଲାଣ୍ଡର ବ୍ୟବସାୟୀ ଜନ-ହେନେରୀ ଡୁନାଣ୍ଟ ଇଟାଲୀରେ ସୋଲ୍ଫେରିନୋ ଯୁଦ୍ଧର ସାକ୍ଷୀ ହୋଇଥିଲେ। ଯେଉଁଥିରେ ବହୁ ସଂଖ୍ୟକ ସୈନିକ ପ୍ରାଣ ହରାଇବା ସହିତ ଅନେକ ଆହତ ମଧ୍ୟ ହୋଇଥିଲେ। ଏହି ଆହତ ସୈନିକମାନଙ୍କର ଯତ୍ନ ନେବା ପାଇ କୌଣସି ସେନାର ଚିକିତ୍ସାଳୟ ନ ଥିଲା। ଡୁନାଣ୍ଟ ସ୍ବେଚ୍ଛାସେବୀମାନଙ୍କ ଏକ ଦଳ ଗଠନ କରିଥିଲେ। ଖାଦ୍ୟ ଏବଂ ଜଳ ବିତରଣ କରିଥିଲେ। କେବଳ ଏତିକି ନୁହେଁ, ଏହି ଗୋଷ୍ଠୀ ତାଙ୍କୁ ଚିକିତ୍ସା କରିଥିଲେ ଏବଂ ତାଙ୍କ ପରିବାରକୁ ଚିଠି ମଧ୍ୟ ଲେଖିଥିଲେ।
ଘଟଣାର ତିନି ବର୍ଷ ପରେ ହେନେରୀ ତାଙ୍କର ଅନୁଭୂତି ‘ଏ ମେମୋରି ଅଫ ସୋଲ୍ଫେରିନୋ’ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ। ଏହି ପୁସ୍ତକରେ ସେ ଏକ ସ୍ଥାୟୀ ଅନ୍ତର୍ଜାତୀୟ ସମାଜ ଗଠନ ପାଇଁ ପରାମର୍ଶ ଦେଇଥିଲେ। ଏକ ସମାଜ ଯିଏ ଯୁଦ୍ଧରେ ଆହତ ଲୋକଙ୍କୁ ଚିକିତ୍ସା କରିପାରିବ। ଯିଏ କୌଣସି ଦେଶର ନାଗରିକତ୍ୱ ଆଧାରରେ ନୁହେଁ ବରଂ ମାନବିକତା ଆଧାରରେ ଲୋକଙ୍କ ପାଇଁ କାମ କରିବ। ତାଙ୍କର ପରାମର୍ଶ ପରବର୍ତ୍ତୀ ବର୍ଷ କାର୍ଯ୍ୟକାରୀ କରାଯାଇଥିଲା। ଫେବୃଆରୀ ୧୮୬୩ରେ ଜେନେଭା ଜନ କଲ୍ୟାଣ ସମାଜ ଏକ କମିଟି ଗଠନ କଲା। ଯାହାର ସୁପାରିସରେ ଅକ୍ଟୋବର ୧୮୬୩ରେ ଏକ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଅନେକ ପ୍ରସ୍ତାବ ଏବଂ ନୀତି ଗ୍ରହଣ କରାଯାଇଥିଲା। ଏହା ପରେ ୧୮୭୬ରେ ରେଡକ୍ରସର ଅନ୍ତର୍ଜାତୀୟ କମିଟି (ଆଇସିଆରସି) ନାମରେ ଗଠନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri