ଭିମ୍‌ସାର ପ୍ରିନ୍ସିପାଲଙ୍କ ଅଫିସ ସିଲ୍‌

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍‌ସାର ପ୍ରିନ୍ସିପାଲଙ୍କ ଅଫିସ ଶୁକ୍ରବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ତାଲା ପକାଇ ସିଲ୍‌ କରିଦେଇଛି। ଭିମ୍‌ସାରରେ ପୂର୍ବରୁ କାମ କରୁଥିବା ସୁଇପର (ଚତୁର୍ଥଶ୍ରେଣୀ କର୍ମଚାରୀ)ଙ୍କ ମାମଲାର ଶୁଣାଣି କରି ସୋନପୁର ସିନିୟର ସିଭିଲ କୋର୍ଟ ଅଫିସ ସିଲ୍‌ କରି ସମସ୍ତ ସାମଗ୍ରୀ ଜବତ କରିବାକୁ ରାୟ ଶୁଣାଇଥିଲେ। ସମ୍ବଲପୁର କୋର୍ଟର ନିଜାରତଙ୍କୁ ଜାନୁୟାରୀ ୨୪ ଭିତରେ ପଦକ୍ଷେପ ଗ୍ରହଣ କରି ସ୍ଥିତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଅଫିସ କାର୍ଯ୍ୟ ଚାଲିଥିବା ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବାହାରକୁ ଆସିବାକୁ କହି ଅଫିସ ସିଲ୍‌ କରି ଦିଆଯାଇଥିଲା। ଏଥିରେ ପ୍ରିନ୍ସିପାଲଙ୍କ ବ୍ୟକ୍ତିଗତ ଚାମ୍ବର ସହ ଭିମ୍‌ସାର ପ୍ରଶାସନିକ ବିଭାଗ ରହିଛି।
ମିଳିଥିବା ରିପୋର୍ଟ ଅନୁସାରେ ଭିମ୍‌ସାର କଲେଜରେ ଅସ୍ଥାୟୀ ଭାବେ ସୁଇପରମାନେ କାମ କରୁଥିଲେ। ୨୦୧୦ରେ କୌଣସି କାରଣରୁ ୨୨ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅସ୍ଥାୟୀ କର୍ମଚାରୀ ଏ ନେଇ ପ୍ରଥମେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ପରେ ସେମାନେ ସମ୍ବଲପୁର ଶ୍ରମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେବତିକାନ୍ତ କଲେତ, କ୍ଷୀରୋଦ କୁମାର ସାହୁ, ଶମ୍ଭୁନାଥ ସାହୁ ନ୍ୟାୟ ପାଇଁ ନ୍ୟାୟପାଳିକାର ଆଶ୍ରୟ ନେଇଥିଲେ। କୋର୍ଟ ୨୦୧୬ରେ ରାୟ ଶୁଣାଇ ସେମାନଙ୍କୁ ଚାକିରି ଦେବାକୁ କହିଥିଲେ। ଏହା ସହ ରେବତୀ ଓ କ୍ଷୀରୋଦଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏ ଏବଂ ଶମ୍ବୁନାଥଙ୍କୁ ୨୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଭିମ୍‌ସାର ପକ୍ଷରୁ କ୍ଷତିପୂରଣ ଦିଆଗଲା ନାହିଁ। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚତ୍ଥିଲା। ହାଇକୋର୍ଟ ମାମଲାର ଶୁଣାଣି ପାଇଁ ସମ୍ବଲପୁର ସିନିୟର ସିଭିଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିନେଇ ଆନ୍ଦୋଳନ ଚାଲିଥିବାରୁ ମାମଲା ସୋନପୁର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଭିମ୍‌ସାର ଓ ଅନ୍ୟପକ୍ଷ ସୋନପୁର କୋର୍ଟରେ ନିଜ ପକ୍ଷ ରଖୁଥିଲେ। ବିଳମ୍ବ ହେବାରୁ ପୁଣି ହାଇକୋର୍ଟରେ ୩ ଜଣ କର୍ମଚାରୀ ଆବେଦନ କରିଥିଲେ। ୩ ମାସ ଭିତରେ ମାମଲା ଶୁଣାଣି କରିବାକୁ ହାଇକୋର୍ଟ ସୋନପୁର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୨୧ରେ ସୋନପୁର ସିନିୟର ଡିଭିଜନ କୋର୍ଟ ରାୟ ଶୁଣାଇଥିଲେ। ଏ ନେଇ ସମ୍ବଲପୁର କୋର୍ଟକୁ ଚିଠି କରାଯାଇଥିଲା। ଜାନୁୟାରୀ ୨୪ ଭିତରେ ଅଫିସ ସିଲ୍‌ କରି ସାମଗ୍ରୀ ଯଥା କମ୍ପ୍ୟୁଟର, ପ୍ରିଣ୍ଟର, ୨ ଗୋଟି ଗାଡି, ଟେବୁଲ ଆଦି ଜବତ କରିବାକୁ ଚିଠିରେ ଉଲ୍ଲେଖ ହୋଇଥିଲା। ଏ ସମ୍ପର୍କରେ ଭିମ୍‌ସାର ଲିଗାଲ ସେଲ୍‌ ଅଧିକାରୀ ଅଶୋକ ପାଣିଗ୍ରାହୀ କହିଛନ୍ତି, ଶ୍ରମିକମାନେ ସପ୍ତାହରେ ୨ଦିନ କାମ କରୁଥିଲେ। ସେ ସମୟରେ ନିଯୁକ୍ତି ପ୍ରକ୍ରିୟାରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାକୁ ନେଇ ଅନେକ କର୍ମଚାରୀ କରିଥିବା ମାମଲାରେ ଭିମ୍‌ସାର ସପକ୍ଷରେ ରାୟ ପ୍ରକାଶ ପାଇଛି। କୋର୍ଟଙ୍କ ରାୟକୁ ସ୍ବାଗତ କରୁଛୁ। ହେଲେ କୋଭିଡ୍‌ ସମୟରେ ବିନା ନୋଟିସରେ ହଠାତ୍‌ ସିଲ୍‌ କରିଦେବା ଠିକ୍‌ ନୁହେଁ। ଆମର ହାଇକୋର୍ଟରେ ମାମଲା ଜାରି ରହିଛି। ଶୀଘ୍ର ଶୁଣାଣି କରିବାକୁ ପୁଣି ଅନୁରୋଧ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଅଟକିଲା ଗାଡ଼ି, ପ୍ରବଳ ବର୍ଷାରେ ଯାତ୍ରୀ ହଇରାଣ

ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍‌ ବୁଲାଣି ଘାଟିରେ...

ବାରିପଦାରେ ଭାରତ ବନ୍ଦର ପ୍ରଭାବ

ବାରିପଦା ଅଫିସ ୨୬।୧୧: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଗୁରୁବାର ଭାରତ ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ଯାନବାହନ ଚଳାଚଳ, ବ୍ୟାଙ୍କ, କଚେରୀ, ଡାକସେବା...

ମିଳୁନି ସରକାରୀ ବିହନ, ଚାଷୀ ହଇରାଣ

କେନ୍ଦୁଝର,୨।୭ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଚାଷୀଙ୍କୁ ମିଳୁନି ସରକାରୀ ବିହନ। ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ି କ୍ଷେତ ପ୍ରସ୍ତୁତ କରି ସାରିଥିବା ବେଳେ ବିହନ ମିଳୁ...

‘କାମ କରିବାକୁ ଶପଥ ନେଉ ବିଏମ୍‌ସି’

ଭୁବନେଶ୍ୱର,୩୧ା୮: ସାରା ରାଜ୍ୟରେ ଶନିବାର ପାଳନ ହେବ ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ। ରାଜଧାନୀ ଭୁବନେଶ୍ୱରରେ...

ରୋଗ କରିଛି ଗାଁରୁ ବାସନ୍ଦ

ଝରିଗାଁ,୧୦ା୪(ସ୍ବ.ପ୍ର.): ସଚେତନତା ପରେ ମଧ୍ୟ ଅନ୍ଧବିଶ୍ୱାସ ପିଛା ଛାଡ଼ୁନି । କୁଷ୍ଠ ରୋଗ ଯୋଗୁ ଦୀର୍ଘ ୬ ବର୍ଷ ଧରି ଗାଁରୁ ବାସନ୍ଦ ହୋଇ ଜଙ୍ଗଲ...

ଆଜି କୋର୍ଟରେ ହାଜର ହେବେ ଖଗେଶ୍ୱର

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କ ୧୦ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)...

କାଳବୈଶାଖୀ ପ୍ରଭାବରେ କୁଆ ପଥର ମାଡ଼

ପାଟଣା,୨୬।୫(ସ୍ବ.ପ୍ର): କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଘଡ଼ଘଡି ସହ ବର୍ଷା ହୋଇ ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ହୋଇଛି।...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୩୦ା୧୧(ଡି.ଏନ୍‌.ଏ.)-ଗଜପତି ଜିଲା ଅଡ଼ବା ଥାନା ବିରିକୋଟ ଗ୍ରାମ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ...

Advertisement
Archives

Model This Week