ହାଇଟେକ୍‌ ନର୍ସରିରେ ପ୍ରସ୍ତୁତ ହେଉଛି ଚାରା

କେନ୍ଦୁଝର,୨୮।୪(ସ୍ବ.ପ୍ର.): ଗତ କିଛି ବର୍ଷ ହେଲା କେନ୍ଦୁଝର ଜିଲାରେ ରାସ୍ତାଘାଟ ନିର୍ମାଣ ଓ ସଂପ୍ରସାରଣ ତଥା ଖଣିଖାଦାନ, କ୍ୱାରୀ ଆଦି ଯୋଗୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ ଏହାର ପରିଣତି ଆଜି ଜିଲାବାସୀ ପ୍ରବଳ ଗରମ ଭୋଗୁଛନ୍ତି। ଏଣୁ ଏବେ ବନ ବିଭାଗକୁ ଘାରିଛି କ୍ଷତିଗ୍ରସ୍ତ ହୋଇଥିବା ପରିବେଶର ଭରଣା ପାଇଁ ବନୀକରଣ ଓ ସୁରକ୍ଷା ଚିନ୍ତା। ଏଭଳି କାର୍ଯ୍ୟକୁ ସମ୍ପାଦିତ କରିବା ପାଇଁ ବହୁ ପରିମାଣରେ ବିଭିନ୍ନ ପ୍ରକାରର ଚାରା ପ୍ରସ୍ତୁତି ଦରକାର।
ସଦର ରେଞ୍ଜ ଅନ୍ତର୍ଗତ ବେଲଦା ହାଇଟେକ ନର୍ସରିରେ ବିଭିନ୍ନ କିସମର ଚାରା ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ କରି ବନୀକରଣ ଓ ବଣ୍ଟନ କରାଯାଉଛି। ପ୍ରାୟ ଦୁଇ ହେକ୍ଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ନର୍ସରିରେ ମୁଖ୍ୟ ଆକର୍ଷଣ ରହିଛି ବର ଗଛ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଗଛର ଚାରା ପ୍ରସ୍ତୁତି। ବିଶେଷ କରି ୧୮ ମାସ ପର୍ଯ୍ୟନ୍ତ ଚାରାର ରକ୍ଷଣାବେକ୍ଷଣ କରାଯାଇ ବ୍ୟବହାର କରାଯାଉଛି ।
ଯାହାଫଳରେ ସଫଳ ବନୀକରଣ ହେଉଛି। ବର ଗଛ ଚାରା ଜାତୀୟ ରାଜପଥ, ରାଜ୍ୟରାଜପଥ ବ୍ୟତୀତ ଅନ୍ୟ ରାସ୍ତାର ପଥ ପାର୍ଶ୍ୱ ବନୀକରଣ କରାଯିବା ପାଇଁ ସୃଷ୍ଟି କରାଯାଇଛି। ଏହାବ୍ୟତୀତ ଅଧିକ ଛାଇ ତଥା ଫଳ ପ୍ରଦାନକାରୀ ବୃକ୍ଷର ଚାରାକୁ ପ୍ରାଧାନ୍ୟ ଦିଆଯାଉଛି ା ସେସବୁ ହେଲା ଅଶ୍ୱତ୍‌ଥ, ମେହଗାନି, ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ ଚାରା ଅଧିକ ପରିମାଣରେ ସୃଷ୍ଟି କରାଯାଇଛି। ସେହିପରି ଶାଳ, ପିଆଶାଳ, ହରିଡା, ବାହାଡା, ଅଁଳା, ଆମ୍ବ, ପଣସ, ଜାମୁ, ଜେଉଠ, ପୁତ୍ରଞ୍ଜିବା, ନାଗଚମ୍ପା, କୁସୁମ, ଭାଲିଆ, ମହୁଲ, ମାଙ୍କଡା କେନ୍ଦୁ ଆଦି ଫଳ, ଔଷଧ ଓ ଉପକାରୀ ଚାରା ସୃଷ୍ଟି କରାଯାଉଛି। ଠିକ୍‌ ଭାବରେ ବିହନକୁ ବିଶୋଧନ କରି ଚାରା ପ୍ରସ୍ତୁତ କରାଯାଉଛି ବୋଲି ତଦାରଖ କରୁଥିବା ବନରକ୍ଷୀ ମିତ୍ରଭାନୁ ନାୟକ କହିଛନ୍ତି। ଏଥିପାଇଁ ୧୬୦ରୁ ଉର୍ଦ୍ଧ୍ୱ ବେଡ ପ୍ରସ୍ତୁତ କରାଯାଇ ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନିୟୋଜିତ କରି ଏହି ନର୍ସରୀରେ କାମ ଚାଲିଥିବା କହିଛନ୍ତି। ଓଏମ୍‌ବିଏଡିସି ଅନୁଦାନରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ଚାରା ସୃଷ୍ଟି କରାଯାଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ ଚାରା ସୃଷ୍ଟି କରାଯାଇଛି। ଏହି ନର୍ସରି ଜୈବିକ ସାର ବ୍ୟବହାର କରାଯାଇ ଚାରା ପ୍ରସ୍ତୁତ ହେଉଛି। ପ୍ରଥମ ଥର ପାଇଁ ଡିଏଫଓ ଧନରାଜ ଏଚ୍‌ଡିଙ୍କ ପରାମର୍ଶ କ୍ରମେ ବଡ ପଲିଥିନରେ ଚାରା ସୃଷ୍ଟି କରାଯାଇଛି। ଯାହାକି ବଡ଼ ବଡ଼ ଚାରା ସୃଷ୍ଟି କରାଯାଇ ପାରୁଛି। ଏହି ହାଇଟେକ ନର୍ସରୀରୁ ଚାରା ନେଇ ସଦର ରେଞ୍ଜ ଅନ୍ତର୍ଗତ କେନ୍ଦୁଆ ଠାରେ ୩୨ ହଜାର ବନୀକରଣ କରାଯାଇ ନୂତନ ଜଙ୍ଗଲ ଜଙ୍ଗଲ କରାଯାଇଛି। ଏତଦବ୍ୟତୀତ ହାଡିଭଙ୍ଗା, କେରୀ, ବଳଭ୍ରଦପୁର, ନରଣପୁର ଆଦି ଅଞ୍ଚଳରେ ବନୀକରଣ ହୋଇଛି। ଚଳିତ ବର୍ଷ ମଞ୍ଜି ସଂଗ୍ରହ କରି ଉପଯୁକ୍ତ ବିଶୋଧନ କରି ଚାରା ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ

ପାଟଣା,୧୮।୧୧(ସ୍ବ. ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଲାଣଘାଟି ପଞ୍ଚାୟତ ପରିସରରେ ଗୁରୁବାର ଏକ ସ୍ବତନ୍ତ୍ର ଉତ୍ସବରେ...

ଚୋରା କାଠ ଜବତ

ପାଟଣା, ୧୪।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲର କାଳିଘାଇ ନିକଟରୁ ଶନିବାର ବିଳମ୍ବିତ ରାତିରେ ୨୫ଟି ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା...

କମାରଯୋଡ଼ା ପ୍ରାଥମିକ ବିଦ୍ୟାଳୟ: ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ

ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା...

ଆଶା ଅସୁମାରି.. ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଚିସ୍ମିତା

କେନ୍ଦୁଝର, ୧୧ା୯(ଡି.ଏନ.ଏ.)-ଓଡିଶୀ ନୃତ୍ୟର ଛନ୍ଦ, ଭଙ୍ଗିମା ଓ ଲାଳିତ୍ୟ ନିଆରା। ନିଷ୍ଠା ଓ ସାଧନା ଦ୍ୱାରା ଏହି ନୃତ୍ୟକଳାରେ ପାରଦର୍ଶିତା ଲାଭ କରିବା ସମ୍ଭବ। ଏକଥାକୁ...

ଦ୍ୱିତୀୟ ଦିନରେ ଓ୍ବାଚ୍‌ମ୍ୟାନ, ସୁଇପର ନିଯୁକ୍ତି ବିବାଦ

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକକୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାରଠାରୁ ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ...

ଦୃଷ୍ଟି ଆଢ଼ୁଆଳରେ ଚକ୍ରତୀର୍ଥ ପୀଠ, ସଂରକ୍ଷଣ ଲୋଡୁଛି

କେନ୍ଦୁଝର, ୨୪ା୧୦: କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଥିବା ଚକ୍ରତୀର୍ଥ, ଗଡ଼ଚଣ୍ଡୀ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଚୀନ ବୌଦ୍ଧ ଓ ଜୈନ ପରମ୍ପରାର ଝଲକ ଦେଖିବାକୁ ମିଳେ।...

‘ପିଲା ଦିନର ସ୍ବପ୍ନ ବାଟ କଢ଼ାଇଛି’: ନିଆରା ପ୍ରତିଭା ସନ୍ତୋଷ

ଆନନ୍ଦପୁର,୪।୮(ସ୍ବ.ପ୍ର.)-ପିଲା ଦିନୁ ତ୍ଜଣେ ସଫଳ ଚିତ୍ରକର ହେବାକୁ ସେ ଦେଖିଥିଲେ ସ୍ବପ୍ନ। ଗରିବ ପରିବାରରେ ଜନ୍ମ ନେଇଥିବାରୁ ଆର୍ଥିକ ଅନଟନ ସତ୍ତ୍ୱେ ନିରନ୍ତର ସାଧନା ବଳରେ...

ସରଗିତଳିଆରେ ଡାକ୍ତରୀ ଟିମ୍‌

ଯୋଡ଼ା,୧୦ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୧୩ ନଂ. ୱାର୍ଡର ସରଗିତଳିଆରେ ୩୦ରୁ ଊଦ୍ଧର୍‌ବ ଶିଶୁ ଅପପୁଷ୍ଟିର ଶିକାର ଆଶଙ୍କା ନେଇ ଧରିତ୍ରୀରେ ଖବର...

Advertisement
Archives

Model This Week