ହାଇଟେକ୍‌ ନର୍ସରିରେ ପ୍ରସ୍ତୁତ ହେଉଛି ଚାରା

କେନ୍ଦୁଝର,୨୮।୪(ସ୍ବ.ପ୍ର.): ଗତ କିଛି ବର୍ଷ ହେଲା କେନ୍ଦୁଝର ଜିଲାରେ ରାସ୍ତାଘାଟ ନିର୍ମାଣ ଓ ସଂପ୍ରସାରଣ ତଥା ଖଣିଖାଦାନ, କ୍ୱାରୀ ଆଦି ଯୋଗୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ ଏହାର ପରିଣତି ଆଜି ଜିଲାବାସୀ ପ୍ରବଳ ଗରମ ଭୋଗୁଛନ୍ତି। ଏଣୁ ଏବେ ବନ ବିଭାଗକୁ ଘାରିଛି କ୍ଷତିଗ୍ରସ୍ତ ହୋଇଥିବା ପରିବେଶର ଭରଣା ପାଇଁ ବନୀକରଣ ଓ ସୁରକ୍ଷା ଚିନ୍ତା। ଏଭଳି କାର୍ଯ୍ୟକୁ ସମ୍ପାଦିତ କରିବା ପାଇଁ ବହୁ ପରିମାଣରେ ବିଭିନ୍ନ ପ୍ରକାରର ଚାରା ପ୍ରସ୍ତୁତି ଦରକାର।
ସଦର ରେଞ୍ଜ ଅନ୍ତର୍ଗତ ବେଲଦା ହାଇଟେକ ନର୍ସରିରେ ବିଭିନ୍ନ କିସମର ଚାରା ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ କରି ବନୀକରଣ ଓ ବଣ୍ଟନ କରାଯାଉଛି। ପ୍ରାୟ ଦୁଇ ହେକ୍ଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ନର୍ସରିରେ ମୁଖ୍ୟ ଆକର୍ଷଣ ରହିଛି ବର ଗଛ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଗଛର ଚାରା ପ୍ରସ୍ତୁତି। ବିଶେଷ କରି ୧୮ ମାସ ପର୍ଯ୍ୟନ୍ତ ଚାରାର ରକ୍ଷଣାବେକ୍ଷଣ କରାଯାଇ ବ୍ୟବହାର କରାଯାଉଛି ।
ଯାହାଫଳରେ ସଫଳ ବନୀକରଣ ହେଉଛି। ବର ଗଛ ଚାରା ଜାତୀୟ ରାଜପଥ, ରାଜ୍ୟରାଜପଥ ବ୍ୟତୀତ ଅନ୍ୟ ରାସ୍ତାର ପଥ ପାର୍ଶ୍ୱ ବନୀକରଣ କରାଯିବା ପାଇଁ ସୃଷ୍ଟି କରାଯାଇଛି। ଏହାବ୍ୟତୀତ ଅଧିକ ଛାଇ ତଥା ଫଳ ପ୍ରଦାନକାରୀ ବୃକ୍ଷର ଚାରାକୁ ପ୍ରାଧାନ୍ୟ ଦିଆଯାଉଛି ା ସେସବୁ ହେଲା ଅଶ୍ୱତ୍‌ଥ, ମେହଗାନି, ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ ଚାରା ଅଧିକ ପରିମାଣରେ ସୃଷ୍ଟି କରାଯାଇଛି। ସେହିପରି ଶାଳ, ପିଆଶାଳ, ହରିଡା, ବାହାଡା, ଅଁଳା, ଆମ୍ବ, ପଣସ, ଜାମୁ, ଜେଉଠ, ପୁତ୍ରଞ୍ଜିବା, ନାଗଚମ୍ପା, କୁସୁମ, ଭାଲିଆ, ମହୁଲ, ମାଙ୍କଡା କେନ୍ଦୁ ଆଦି ଫଳ, ଔଷଧ ଓ ଉପକାରୀ ଚାରା ସୃଷ୍ଟି କରାଯାଉଛି। ଠିକ୍‌ ଭାବରେ ବିହନକୁ ବିଶୋଧନ କରି ଚାରା ପ୍ରସ୍ତୁତ କରାଯାଉଛି ବୋଲି ତଦାରଖ କରୁଥିବା ବନରକ୍ଷୀ ମିତ୍ରଭାନୁ ନାୟକ କହିଛନ୍ତି। ଏଥିପାଇଁ ୧୬୦ରୁ ଉର୍ଦ୍ଧ୍ୱ ବେଡ ପ୍ରସ୍ତୁତ କରାଯାଇ ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନିୟୋଜିତ କରି ଏହି ନର୍ସରୀରେ କାମ ଚାଲିଥିବା କହିଛନ୍ତି। ଓଏମ୍‌ବିଏଡିସି ଅନୁଦାନରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ଚାରା ସୃଷ୍ଟି କରାଯାଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ ଚାରା ସୃଷ୍ଟି କରାଯାଇଛି। ଏହି ନର୍ସରି ଜୈବିକ ସାର ବ୍ୟବହାର କରାଯାଇ ଚାରା ପ୍ରସ୍ତୁତ ହେଉଛି। ପ୍ରଥମ ଥର ପାଇଁ ଡିଏଫଓ ଧନରାଜ ଏଚ୍‌ଡିଙ୍କ ପରାମର୍ଶ କ୍ରମେ ବଡ ପଲିଥିନରେ ଚାରା ସୃଷ୍ଟି କରାଯାଇଛି। ଯାହାକି ବଡ଼ ବଡ଼ ଚାରା ସୃଷ୍ଟି କରାଯାଇ ପାରୁଛି। ଏହି ହାଇଟେକ ନର୍ସରୀରୁ ଚାରା ନେଇ ସଦର ରେଞ୍ଜ ଅନ୍ତର୍ଗତ କେନ୍ଦୁଆ ଠାରେ ୩୨ ହଜାର ବନୀକରଣ କରାଯାଇ ନୂତନ ଜଙ୍ଗଲ ଜଙ୍ଗଲ କରାଯାଇଛି। ଏତଦବ୍ୟତୀତ ହାଡିଭଙ୍ଗା, କେରୀ, ବଳଭ୍ରଦପୁର, ନରଣପୁର ଆଦି ଅଞ୍ଚଳରେ ବନୀକରଣ ହୋଇଛି। ଚଳିତ ବର୍ଷ ମଞ୍ଜି ସଂଗ୍ରହ କରି ଉପଯୁକ୍ତ ବିଶୋଧନ କରି ଚାରା ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri