ଖବର ପ୍ରକାଶ ପାଇବା ପରେ ତତ୍ପରତା

ଓଡ଼ଗାଁ,୧୦ା୩ (ସ୍ବ.ପ୍ର): ନୟାଗଡ଼ ଜିଲାର ଓଡ଼ଗାଁ ସମେତ ଅନ୍ୟ ବ୍ଲକରୁ ଧାନ ବିକ୍ରିରେ ସୁଧାର ଆଣିବାକୁ ଜିଲାପାଳ ସମ୍ବଲପୁର ମିଲରଙ୍କୁ ଧାନ କିଣିବାକୁ ଅନୁମତି ପ୍ରଦାନ କରିଥିଲେ। ବିନା କଟ୍‌ନୀ ଛଟନୀରେ ଧାନ କିଣିବାକୁ କୁହାଯାଇଥିଲା। ହେଲେ ସମ୍ବଲପୁର ମିଲର ମଧ୍ୟ ୫ରୁ ୭ କେଜି ଧାନ କାଟି ନେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଧାନ କିଣାରେ ଅହେତୁକ ବିଳମ୍ବ ଯୋଗୁ ଓଡ଼ଗାଁ ବ୍ଲକ କୋମଣ୍ଡ ଧାନ ମଣ୍ଡିରେ ଗତ ୧୦ ଦିନ ହେଲା ପ୍ରାୟ ୧ହଜାର କୁଇଣ୍ଟାଲ ଧାନ ବସ୍ତା ଖୋଲା ଆକାଶ ତଳେ ପଡି ରହିଥିଲା। ହେଲେ ମଣ୍ଡିରେ ଚାଷୀମାନଙ୍କ ନିମନ୍ତେ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ କରାଯାଇ ନ ଥିଲା। ମେଘୁଆ ପାଗ ହେବାରୁ ଚାଷୀଙ୍କ ମନରେ ଛନକା ପଶିଥିଲା। ଏ ସଂକ୍ରାନ୍ତରେ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ତଥା ପ୍ରଶାସନିକ ତପତ୍ରତ ପ୍ରକାଶ ପାଇଥିଲା। ଗୁରୁବାର କନ୍ଧମାଳ ପ୍ରାକ୍ତନ ଏମ୍‌ପି ତଥା ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଭାଜପା ନେତା ନସିର ଅହମ୍ମଦ, ଜିଲା ଭାଜପା ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ପ୍ରଧାନ, ଆଇନଜୀବୀ (ଭାଜପା ସେଲ) କୃପାସିନ୍ଧୁ ଗୌଡକୋମଣ୍ଡ ଧାନ ମଣ୍ଡିରେ ପହଞ୍ଚତ୍ ୨୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କୁ ସର୍ବନିମ୍ନ ସୁବିଧା ପ୍ରଦାନ କରାଯାଇ ନ ଥିବାରୁ ସେଠାରେ ଉପସ୍ଥତି ଥିବା ଜିଲା ଯୋଗାଣ ଅଧିକାରିଣୀ ତିଳୋତ୍ତମା ପ୍ରଧାନଙ୍କ ସହିତ ଅଲୋଚନା କରିବା ସହିତ ଧାନ ଉଠାଣରେ ଅହେତୁକ ବିଳମ୍ଭ ନିମନ୍ତେ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ଜିଲା ପ୍ରଶାସନ ଏବଂ ରାଜନୈତିକ ହସ୍ତକ୍ଷେପ ହେଉଥିବା ସୂଚନା ପାଇ ସମ୍ବଲପୁର ମିଲର ଟ୍ରକ ନେଇ ପହଞ୍ଚତ୍ ଥିଲେ। ଅସଲ ଚାଷୀଙ୍କୁ ଚିହ୍ନଟ କରି ଯୋଗାଣ ଅଧିକାରୀ ଧାନ କ୍ରୟ କରିବାକୁ ଉଦ୍ୟମ କରିଥିଲେ। ପ୍ରାୟ ୫୦୦ କୁଇଣ୍ଟାଲ ଧାନ ଲୋଡ ହୋଇଥିବା ସଭାପତି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅବଶିଷ୍ଟ ଧାନ ଶୁକ୍ରବାର ବିକ୍ରି ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri