ମାନସିକ ଅସୁସ୍ଥତାରେ ପରିବାରର ଭୂମିକା

ରାଜୀବ କର୍ମୀ

 

ପରିବାର ଏମିତି ଏକ ସ୍ଥାନ, ଯେଉଁଠି ଶୈଶବରୁ ବ୍ୟକ୍ତିର ପୂର୍ଣ୍ଣାଙ୍ଗ ଜୀବନର ମୂଳଦୁଆ ପଡ଼ିଥାଏ। ବ୍ୟକ୍ତିର ଶାରୀରିକ ଏବଂ ମାନସିକ ବିକାଶ ଏହି ପରିବାରରୁ ହିଁ ଆରମ୍ଭ ହୋଇଥାଏ। ଭଲ ପାଇବା, ଘୃଣା କରିବା, ଦୁଃଖ ପ୍ରକାଶ କରିବା, ରାଗିବା, କାନ୍ଦିବା, ହସିବା ଇତ୍ୟାଦି ଆବେଗାତ୍ମକ ବିକାଶ ଏବଂ ବ୍ୟବହାରରେ ପରିବର୍ତ୍ତନ ପରିବାରରେ ହିଁ ହୋଇଥାଏ। ପାରିବାରିକ ଦାୟିତ୍ୱବୋଧ, ପରିବାରରେ ଉପୁଜୁଥିବା ଦ୍ୱନ୍ଦ୍ୱକୁ ପରିଚାଳନା ଏବଂ ଭବିଷ୍ୟତରେ ଆଉ ଗୋଟିଏ ପରିବାର ତିଆରି କରିବାର ଦକ୍ଷତା ପ୍ରତ୍ୟେକ ପରିବାର ସଦସ୍ୟଙ୍କ ପାଖରେ ସୃଷ୍ଟି କରିବା ପରିବାରର ମୂଳମନ୍ତ୍ର।
ପରିବାର ହେଉଛି ବ୍ୟକ୍ତିର ପ୍ରଥମ ତଥା ମହତ୍ୱପୂର୍ଣ୍ଣ ସୁରକ୍ଷା ବଳୟ। ଦୁଃଖ ଓ ଅସୁବିଧା ସମୟରେ ପରିବାରର ସଦସ୍ୟମାନେ ଜଣେ ଆଉ ଜଣକୁ ସାହାଯ୍ୟ କରିଥାନ୍ତି। ଯେଉଁଠି ପାରିବାରିକ ବନ୍ଧନ ଯେତେ ସୁଦୃଢ଼ ସେଠି ସୁରକ୍ଷା ବଳୟ ମଧ୍ୟ ସେତେ ବଳିଷ୍ଠ। ଏହି ବନ୍ଧନ ପରିବାରର ସଦସ୍ୟମାନଙ୍କର ମାନସିକ ସ୍ବାସ୍ଥ୍ୟର ଉଭୟ ବିକାଶ ଏବଂ ଅବନତି ପାଇଁ ଗୁରୁତ୍ୱ ବହନ କରେ। ମାନସିକ ଅସୁସ୍ଥଙ୍କ ପାଇଁ ପରିବାର ଏକ ସ୍ବର୍ଗ ପରି। ମାନସିକ ରୋଗ ଔଷଧ ଦ୍ୱାରା ୨୦ ଭାଗ ଭଲ ହେଉଥିବା ବେଳେ ୮୦ ଭାଗ ଅକ୍ଷମତା ପରିବାରର ସହଯୋଗ ଦ୍ୱାରା ଭଲ ହୋଇଥାଏ। ମାନସିକ ଅସୁସ୍ଥ ବ୍ୟକ୍ତି ଔଷଧ ସେବନ ସହିତ ଦୈନନ୍ଦିନ ଦିନଚର୍ଯ୍ୟାରେ ଉନ୍ନତି ଆଣିବା, ପରିବାରର ଛୋଟ ଛୋଟ କାମରେ ସାମିଲ କରିବା, ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ଭାବ ବିନିମୟ କରିବା, ଛୋଟ ଛୋଟ ଆୟ ବୃଦ୍ଧିକାରୀ କାମରେ ସାମିଲ କରିବା ଏବଂ ପରିବାରର ଦାୟିତ୍ୱ ନେବାରେ ସାହାଯ୍ୟ କରିବା ଇତ୍ୟାଦିରେ ପରିବାରର ସହଯୋଗ କରିପାରିବ।
ବ୍ୟକ୍ତିଟି ଦୀର୍ଘଦିନ ଧରି ଅସୁସ୍ଥ ହେବା ଫଳରେ ତାହାର ମୌଳିକ କୌଶଳଗୁଡ଼ିକ ହରେଇ ଦେଇଥାଏ। ଔଷଧ ସେବନ ସହିତ ବ୍ୟକ୍ତିଟି ଭୁଲି ଯାଇଥିବା ଜୀବନ କୌଶଳକୁ ଫେରେଇ ଆଣିବା ଜରୁରୀ। ତେଣୁ ପରିବାରର ସଦସ୍ୟମାନେ ଅସୁସ୍ଥ ବ୍ୟକ୍ତିକୁ ଭଲପାଇବା, ସଫାସୁତୁରା ରଖିବା, ଗାଧୋଇ ଦେବା, ଭଲ ପୋଷାକ ପରିଧାନ କରେଇବା, ଏକାଠି ବସି ତା’ ସାଙ୍ଗରେ କଥା ହେବା, ଟିଭି ଦେଖିବା, ପରିବାରର ସଦସ୍ୟ ମାନଙ୍କ ସହିତ ଏକାଠି ଖାଇବା, ବାହାରକୁ ଗଲେ ସାଙ୍ଗରେ ନେଇଯିବା, ସମ୍ପର୍କୀୟମାନଙ୍କ ସହିତ ପରିଚୟ କରାଇବା, ଗାଳି ଗୁଲଜ ନ କରିବା ଇତ୍ୟାଦି ଦ୍ୱାରା ମାନସିକ ଅସୁସ୍ଥ ବ୍ୟକ୍ତି ନିଜେ ଖୁସି ଅନୁଭବ କରିବ।
ପରିବାରର ସହଯୋଗ ଦ୍ୱାରା ମାନସିକ ଅସୁସ୍ଥତାରେ ଉନ୍ନତି ସମ୍ଭାବନା ଅଧିକ। ଫଳରେ ପାର୍ଶ୍ୱ ପ୍ରତିକ୍ରିୟା, ପୁନଃ-ଅସୁସ୍ଥତା ଏବଂ ଡାକ୍ତରଖାନାରେ ଭର୍ତ୍ତିର ହାରକୁ କମ୍‌ କରାଯାଇପାରିବ। ପରିବାରର ସଦସ୍ୟମାନେ କୌଣସି ପକ୍ଷପାତିତା ଶିକାର ନ ହୋଇ ମାନସିକ ସ୍ବାସ୍ଥ୍ୟକୁ ବୁଝିବା ଦରକାର। ପରିବାରର ସହଯୋଗ ନ ହେଲେ ଚିକିତ୍ସାରେ ଅଧିକ ବ୍ୟୟ ହେବାର ସମ୍ଭାବନା ଥାଏ ଏବଂ ଅଧିକ ଦିନ ଧରି ଚିକିତ୍ସା କରିବାକୁ ପଡ଼େ।
ମାନସିକ ଅସୁସ୍ଥ ବ୍ୟକ୍ତିର ଯତ୍ନନେବା ଏତେ ସହଜ ନୁହେଁ। ଦିନ-ଦିନ, ସପ୍ତାହ-ସପ୍ତାହ, ମାସ-ମାସ, ବର୍ଷ-ବର୍ଷ ଏପରି କି ୧୦ ବର୍ଷ, ୨୦ ବର୍ଷ, ୩୦ ବର୍ଷ ଏପରି କି ବଞ୍ଚିଥିବା ପର୍ଯ୍ୟନ୍ତ ଯତ୍ନ କରିବାକୁ ପଡ଼ିଥାଏ। ଏତେ ଦିନ ଧରି ଯତ୍ନକାରୀ ନିଜର ମାନସିକ, ଶାରୀରିକ ଏବଂ ପାରିବାରିକ ଅସୁବିଧାକୁ ଜଳାଞ୍ଜଳି ଦେଇ ସେବା କରିଥାନ୍ତି। ରାତି ରାତି ଧରି ଅନିଦ୍ରା ରହିବା ଏବଂ ଖାଦ୍ୟ ପେୟରେ ଅବହେଳା ଇତ୍ୟାଦି ଅସୁବିଧା ଯତ୍ନକାରୀ ଭୋଗିଥାଏ। ଅସୁସ୍ଥ ବ୍ୟକ୍ତିର ଯତ୍ନ ନେବାପାଇଁ ଯତ୍ନକାରୀଙ୍କୁ ଅନେକ ସମୟରେ ନିଜର ରୋଜଗାର ହରେଇବାକୁ ପଡ଼େ। ଫଳରେ ପରିବାରର ଆୟ କମେ। ମୁଖ୍ୟ ଆୟକାରୀ ଯଦି ମାନସିକ ରୋଗୀ ତେବେ ପରିବାରଟି ଅନେକ ଦୁଃଖଦୁର୍ଦ୍ଦଶା ଦେଇ ଗତିକରେ। ପିଲାମାନେ ପାଠ ପଢ଼ି ପାରନ୍ତି ନାହିଁ। ଅନ୍ୟ ସଦସ୍ୟମାନଙ୍କ ଉପରେ ରୋଜଗାରର ଚାପ ପଡ଼େ। ଅଧିକ ଆୟ କରିବାକୁ ସମସ୍ତଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼େ। ଯାହାଫଳରେ ମୁଖ୍ୟ ଯତ୍ନକାରୀ ସହିତ ଅନ୍ୟ ସଦସ୍ୟମାନେ ମଧ୍ୟ ଶାରୀରିକ, ମାନସିକ ଏବଂ ଆର୍ଥିକ ବୋଝର ଶିକାର ହୁଅନ୍ତି। ଅନେକ ସମୟରେ ପରିବାର ସଦସ୍ୟମାନେ ସାମାଜିକ ବିଭେଦତାର ମଧ୍ୟ ଶିକାର ହୁଅନ୍ତି।
ପରିବାରରେ ମୁଖ୍ୟତଃ ପ୍ରାଥମିକ ଯତ୍ନକାରୀ କେବଳ ଜଣେ ହିଁ ବ୍ୟକ୍ତି ହୋଇଥାନ୍ତି। ଅନେକାଂଶରେ ମହିଳାମାନେ ଯତ୍ନକାରୀର ଦାୟିତ୍ୱ ନେଇଥାନ୍ତି। କେତେକ ସମୟରେ ପ୍ରାଥମିକ ଯତ୍ନକାରୀର ନିଜର ପାରିବାରିକ ଦାୟିତ୍ୱ ସହିତ ମାନସିକ ଅସୁସ୍ଥ ବ୍ୟକ୍ତିର ଯତ୍ନ ପାଇଁ ଅତିରିକ୍ତ ଦାୟିତ୍ୱ ନେବାକୁ ପଡ଼େ। ବୋହୂ କିମ୍ବା ପୁଅ ଯଦି ପ୍ରାଥମିକ ଯତ୍ନକାରୀ, ତେବେ ସେ ନିଜ ପରିବାରକୁ ଉଚିତ ସମୟ ଦେଇପାରେ ନାହିଁ। ମା’ ଯଦି ପ୍ରାଥମିକ ଯତ୍ନକାରୀ, ତେବେ ମାନସିକ ଅସୁସ୍ଥ ପାଇଁ ବେଶି ସମୟ ବ୍ୟୟ କରୁଥିବାରୁ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଈର୍ଷାଭାବ ସୃଷ୍ଟି ହେବାର ସମ୍ଭାବନା ଥାଏ; ଫଳରେ ପରିବାରରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଅବିବାହିତ ପୁଅ ଝିଅ ଯଦି ମାନସିକ ରୋଗୀ ତେବେ ବୃଦ୍ଧା ମା’ ଯତ୍ନକାରୀର ହୋଇଥାନ୍ତି। ସେ ବଞ୍ଚିଥିବା ପର୍ଯ୍ୟନ୍ତ ଯତ୍ନ କରିଥାନ୍ତି, କିନ୍ତୁ ତାଙ୍କ ପରେ ଅସୁସ୍ଥଙ୍କ ଦାୟିତ୍ୱ ନେବ କିଏ? ପ୍ରାଥମିକ ଯତ୍ନକାରୀକୁ ମାନସିକ ରୋଗୀର ଅହୋରାତ୍ର ସେବାରେ ନିଜର ଦେହ ପା କଥା ବି ଭୁଲିଯିବାକୁ ପଡ଼େ। କେତେକ କ୍ଷେତ୍ରରେ ଛୋଟ ଛୋଟ ପିଲାମାନେ ପ୍ରାଥମିକ ଯତ୍ନକାରୀ ହୋଇଥାନ୍ତି। ଯା’ଫଳରେ ସେମାନେ ନିଜର ଶୈଶବକୁ ଉପଭୋଗ କରିପାରନ୍ତି ନାହିଁ।
ପ୍ରାଥମିକ ଯତ୍ନକାରୀ ଉପରେ ପଡ଼ୁଥିବା ବୋଝକୁ ପରିବାର ସଦସ୍ୟମାନଙ୍କ ସହଯୋଗରେ କମ୍‌ କରାଯାଇପାରିବ। ଅସୁସ୍ଥ ବ୍ୟକ୍ତିକୁ ନିଜର ଯତ୍ନ ନିଜେ ନେବାରେ ସାହାଯ୍ୟ କଲେ ପରିବାରର ବୋଝ କମ୍‌ ହେବ। ମାନସିକ ଅସୁସ୍ଥ ବ୍ୟକ୍ତିର ଦେଖାଶୁଣା କରିବା ପାଇଁ ଅନ୍ୟ ସଦସ୍ୟମାନେ କିଛି ସମୟ ଦେଲେ ପ୍ରାଥମିକ ଯତ୍ନକାରୀଙ୍କୁ କିଛି ସମୟ ମିଳିପାରିବ; ଯା’ ଫଳରେ ସେ ନିଜର ବନ୍ଧୁବାନ୍ଧବ ଘରକୁ କିମ୍ବା ନିଜ ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ। ନିଜ ଦେହ ପା କଥା ଚିନ୍ତା କରିପାରିବେ। ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ କିଛି ସମୟ ଦେଇପାରିବେ। ବର୍ଷ ବର୍ଷ ଧରି ସେଇ ସମାନ କାମକୁ କରିକରି ନିଜର ମାନସିକ ଚାପରୁ କିଛି ସମୟ ମୁକ୍ତି ମିଳିପାରିବ। ଯତ୍ନକାରୀ କୌଣସି ବୃତ୍ତିଗତ ସେବାକାରୀ ହୋଇ ନ ଥା’ନ୍ତି। ତାଙ୍କର କାମକୁ ପ୍ରଶଂସା କରିବା ଦରକାର। ତେଣୁ ପରିବାରର ଅନ୍ୟ ସଦସ୍ୟମାନେ ଯତ୍ନକାରୀର ଦାୟିତ୍ୱକୁ ନିଜ ଭିତରେ ବଣ୍ଟନ କଲେ ଅସୁସ୍ଥତାର ବୋଝ କମ୍‌ ହେବ।
ଶଗଡ଼ା, ବୌଦ୍ଧ
ମୋ: ୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri